amit-shah-fly-kite
ଅହମଦାବାଦ: ମକର ସଂକ୍ରାନ୍ତି ଅବସରରେ ଗୃହମନ୍ତ୍ରୀ ଅମିତ ଶାହ ଗୁଡ଼ି ଉଡ଼ାଉଥିବାରୁ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ବିଶେଷ ଅବସରରେ ସେ ଅହମଦାବାଦର ମେମନଗର ଅଞ୍ଚଳରେ ଅବସ୍ଥିତ ଶାନ୍ତି ନିକେତନ ଆପାର୍ଟମେଣ୍ଟର ଛାତରୁ ଗୁଡ଼ି ଉଡ଼ାଇଥିଲେ।
ଏହା ସହିତ ସେ ଗାନ୍ଧିନଗର ବିଶ୍ୱବିଦ୍ୟାଳୟର ୧୮ ତମ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଅମିତ ଶାହା ଅହମଦାବାଦ ସର୍ଦ୍ଦାର ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରୁ 'ଫାଷ୍ଟ-ଟ୍ରାକ ଇମିଗ୍ରେସନ' କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିବେ। ଏହା ଦ୍ବାରା ଅନ୍ତର୍ଜାତୀୟ ବିମାନବନ୍ଦରରେ ଯାତ୍ରୀମାନଙ୍କ ପାଇଁ ପ୍ରକ୍ରିୟାକୁ ସରଳ କରିବାକୁ ଲକ୍ଷ୍ୟ ରଖାଯାଇଛି।
ଅଧିକ ପଢ଼ନ୍ତୁ: ହସିବାରୁ ପ୍ରିୟଙ୍କା ଚୋପ୍ରାଙ୍କୁ ଶକ୍ତ ଚାପୁଡ଼ା
Follow Us