ଗୁଡ଼ି ଉଡ଼ାଇଲେ ଅମିତ ଶାହ

ମକର ସଂକ୍ରାନ୍ତି ଅବସରରେ ଅହମଦାବାଦର ମେମନଗର ଅଞ୍ଚଳରେ ଗୃହମନ୍ତ୍ରୀ ଅମିତ ଶାହ ଗୁଡ଼ି ଉଡାଇଛନ୍ତି। ନିଜ ଗୁଜରାଟ ଗସ୍ତର ପ୍ରଥମ ଦିନ ସେ ସ୍ଥାନୀୟ ଲୋକଙ୍କ ସହ ପାଳନ କରିଥିଲେ। ଅହମଦାବାଦର ଜମାଲପୁର ଅଞ୍ଚଳର ଜଗନ୍ନାଥ ମନ୍ଦିରରେ ପ୍ରାର୍ଥନାକରିଥିଲେ ..

amit-shah-fly-kite

amit-shah-fly-kite

ଅହମଦାବାଦ: ମକର ସଂକ୍ରାନ୍ତି ଅବସରରେ ଗୃହମନ୍ତ୍ରୀ ଅମିତ ଶାହ ଗୁଡ଼ି ଉଡ଼ାଉଥିବାରୁ  ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ବିଶେଷ ଅବସରରେ ସେ ଅହମଦାବାଦର ମେମନଗର ଅଞ୍ଚଳରେ ଅବସ୍ଥିତ ଶାନ୍ତି ନିକେତନ ଆପାର୍ଟମେଣ୍ଟର ଛାତରୁ ଗୁଡ଼ି ଉଡ଼ାଇଥିଲେ।

ଗୁଜରାଟର ମକର ସଂକ୍ରାନ୍ତିକୁ ଉତ୍ତରାୟଣ ଭାବରେ ପାଳନ କରାଯାଇଥାଏ। ଅମିତ ଶାହ ଏହି ପାରମ୍ପାରିକ ପର୍ବକୁ ବହୁତ ଉତ୍ସାହ ଏବଂ ଆନନ୍ଦରେ ପାଳନ କରିଥିଲେ ଏବଂ ସ୍ଥାନୀୟ ଲୋକଙ୍କ ସହ ଗୁଡ଼ି ଉଡ଼ାଇବା ଉପଭୋଗ କରିଥିଲେ । ତାଙ୍କ ସହ ତାଙ୍କ ପତ୍ନୀ ସୋନାଲବେନ୍ ଏବଂ ପୁଅ ଜୟ ଶାହା ମଧ୍ୟ ଏହି ଉତ୍ସବରେ ଉପସ୍ଥିତ ଥିଲେ।

ଅଧିକ ପଢ଼ନ୍ତୁ: ପୁଣି ପଲଟିବେ ପଲଟୁରାମ: ମିସାଙ୍କ ମନ୍ତବ୍ୟ ନେଇ ରାଜନୈତିକ ଉଷ୍ଣତା ବୃଦ୍ଧି

ଗୃହମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ଦିନ ଗୁଜୁରାଟ ଗସ୍ତ ଆରମ୍ଭ କରିଛନ୍ତି। ଏହି ସମୟରେ ସେ ଅହମଦାବାଦରେ ମକର ସଂକ୍ରାନ୍ତି ଅବସରରେ ସ୍ଥାନୀୟ ଲୋକଙ୍କ ସହ ଗୁଡ଼ି ଉଡ଼ାଇ ଗୁଜରାଟର ସାଂସ୍କୃତିକ ଐତିହ୍ୟକୁ ପ୍ରଶଂସା କରିଥିଲେ। 

ଗୁଜୁରାଟ ଗସ୍ତର ପ୍ରଥମ ଦିନରେ ଅମିତ ଶାହା ଅହମ୍ମଦାବାଦର ଜମାଲପୁର ଅଞ୍ଚଳରେ ଅବସ୍ଥିତ ଜଗନ୍ନାଥ ମନ୍ଦିରରେ ପରିଦର୍ଶନ କରି ପ୍ରାର୍ଥନା କରିଥିଲେ। ଏହା ବ୍ୟତୀତ ସେ ଘାଟଲୋଡିଆ ଅଞ୍ଚଳରେ ୯୨୦ ଘରର  ଏବଂ ଏକ ନୂତନ ପୁଲିସ ଷ୍ଟେସନର ମୂଳଦୁଆ ପକାଇଥିଲେ। 

ଅମିତ ଶାହାଙ୍କ ଗୁଜୁରାଟ ଯାତ୍ରା ଜାନୁୟାରୀ ୧୬ ପର୍ଯ୍ୟନ୍ତ ଜାରି ରହିବ ଯେଉଁଥିରେ ସେ ମେହସାନା ଜିଲ୍ଲାର ଭଡନଗର ସହର ପରିଦର୍ଶନ କରିବେ। ଏଠାରେ ସେ ଅନେକ ପ୍ରକଳ୍ପର ଉଦ୍‌ଘାଟନ କରିବେ, ଯେଉଁଥିରେ ଏକ ସଂଗ୍ରହାଳୟ ଏବଂ ଏକ କ୍ରୀଡା କମ୍ପ୍ଲେକ୍ସ ରହିଛି। ଏହା ବ୍ୟତୀତ ସେ ସହରର ସାଇନ୍ସ କଲେଜରେ ଏକ ସଭାକୁ ସମ୍ବୋଧିତ କରିବେ ଏବଂ ହଟକେଶ୍ୱର ମନ୍ଦିର ପରିଦର୍ଶନ କରିବେ।

ଏହା ସହିତ ସେ ଗାନ୍ଧିନଗର  ବିଶ୍ୱବିଦ୍ୟାଳୟର ୧୮ ତମ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଅମିତ ଶାହା ଅହମଦାବାଦ ସର୍ଦ୍ଦାର ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରୁ 'ଫାଷ୍ଟ-ଟ୍ରାକ ଇମିଗ୍ରେସନ' କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିବେ। ଏହା ଦ୍ବାରା ଅନ୍ତର୍ଜାତୀୟ ବିମାନବନ୍ଦରରେ ଯାତ୍ରୀମାନଙ୍କ ପାଇଁ ପ୍ରକ୍ରିୟାକୁ ସରଳ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଅଧିକ ପଢ଼ନ୍ତୁ: ହସିବାରୁ ପ୍ରିୟଙ୍କା ଚୋପ୍ରାଙ୍କୁ ଶକ୍ତ ଚାପୁଡ଼ା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe