କଳାପାଣି ଜେଲରେ ପହଞ୍ଚିଲେ ଶାହା, ଯିଏ ପ୍ରଶ୍ନ କରୁଛ ଥରେ ଜେଲ ବୁଲିଦେଇଯାଅ

Advertisment
କଳାପାଣି ଜେଲରେ ପହଞ୍ଚିଲେ ଶାହା, ଯିଏ ପ୍ରଶ୍ନ କରୁଛ ଥରେ ଜେଲ ବୁଲିଦେଇଯାଅ

ନୂଆଦିଲ୍ଲୀ: ତିନି ଦିନ ତଳେ ହିନ୍ଦୁ ମହାସଭା ନେତା ବିନାୟକ ଦାମୋଦର ସାବରକରଙ୍କୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ମୁହାଁମୁହିଁ ହୋଇଥିଲେ | ଆଉ ଏହାରି ଭିତରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଆଜି ସାବରକର ଦିନେ ରହୁଥିବା ଆଣ୍ଡାମାନ ନିକୋବରର ସେଲୁଲାର ଜେଲ(କଳାପାଣି)ରେ ପହଞ୍ଚି ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଶାହା ବୀର ସାବରକର ରହୁଥିବା ଜେଲ୍ କୋଠରୀରେ ମଧ୍ୟ ପହଞ୍ଚିଥିଲେ। ସାବରକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସେ ତାଙ୍କୁ ଜଣେ ପ୍ରକୃତ ଦେଶପ୍ରେମୀ ବୋଲି କହିଥିଲେ। ଶାହା କହିଛନ୍ତି, ସାବରକର ସେଲୁଲାର ଜେଲକୁ ତୀର୍ଥସ୍ଥାନରେ ପରିଣତ କରିଛନ୍ତି। ସେ ଦୁନିଆକୁ ଏକ ବାର୍ତ୍ତା ଦେଇଛନ୍ତି ଯେ ଯେତେ ନିର୍ଯାତନା ଦିଆଯାଉନା କାହିଁକି କାହାର ଅଧିକାର ଛଡ଼ାଇ ନିଆଯାଇପାରିବ ନାହିଁ। 'ମୋ ଦେଶକୁ ସ୍ୱାଧୀନତା ଦେବା ମୋର ଜନ୍ମ ଅଧିକାର', ସାବରକର ଏହାକୁ ଏଠାରେ ପୂରଣ କରିଥିଲେ। ତାଙ୍କୁ ନେଇ ପ୍ରଶ୍ନ ଉଠାଉଥିବା ବ୍ୟକ୍ତି ସେଲୁଲାର୍ ଜେଲକୁ ଆସି ଥରେ ପରିଦର୍ଶନ କରିବା ଉଚିତ୍ |

ସେ କହିଛନ୍ତି, ସାବରକରଙ୍କୁ କେହି ବୀର ଆଖ୍ୟା ଦେଇନାହାଁନ୍ତି, କିନ୍ତୁ ତାଙ୍କର ବୀରତ୍ୱ ଏବଂ ଦେଶପ୍ରେମକୁ ଦେଖି ୧୩୧ କୋଟି ଲୋକ ତାଙ୍କୁ ବୀର ଆଖ୍ୟା ଦେଇଛନ୍ତି। ସୂଚନା ଥାଉ କି ଆଜି ଗୃହମନ୍ତ୍ରୀ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜକୁ ତିନି ଦିନିଆ ଗସ୍ତରେ ଯାଇ ପୋର୍ଟ ବ୍ଲେୟାରରେ ପହଞ୍ଚିଛନ୍ତି। ଉଲ୍ଲେଖ ଥାଉ କି ଦୁଇ ଦିନ ତଳେ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ସମୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଙ୍ଗଳବାର କହିଥିଲେ ଯେ, ସ୍ବାଧୀନତା ଆନ୍ଦୋଳନ ସମୟରେ ହିନ୍ଦୁ ମହାସଭା ନେତା ବିନାୟକ ଦାମୋଦର ସାବରକର ମହାତ୍ମା ଗାନ୍ଧୀଙ୍କ ପରାମର୍ଶରେ ବ୍ରିଟିଶ ସରକାରଙ୍କୁ କ୍ଷମା ଆବେଦନ ପ୍ରଦାନ କରିଥିଲେ।

କ୍ଷମା ନିବେଦନ ପ୍ରଦାନ କରି ସାବରକର ନିଜର ଗୌରବ ନଷ୍ଟ କରିଥିଲେ ବୋଲି ହେଉଥିବା ସମାଲୋଚନାକୁ ସିଂହ ଭୁଲ ବୋଲି କହିଥିଲେ। ଆଉ ସାବରକରଙ୍କ ପ୍ରସଙ୍ଗରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଆର୍‌ଏସ୍‌ଏସ୍‌କୁ ନକ୍ସଲପନ୍ଥୀଙ୍କ ସହ ତୁଳନା କରିଥିଲେ । ପୂରା ଦେଶରେ ଆର୍‌ଏସ୍‌ଏସ୍‌ ନିଜର ସାଂପ୍ରଦାୟିକ ଏଜେଣ୍ଡା କାର୍ଯ୍ୟକାରୀ କରୁଛି ଏବଂ ଲୋକଙ୍କ ମଧ୍ୟରେ ଧର୍ମ ଆଧାରରେ ବିଦ୍ବେଷ ସୃଷ୍ଟି କରୁଛି ବୋଲି ସେ କହିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe