ସାଇବର ଅପରାଧ ସମନ୍ୱୟ କେନ୍ଦ୍ର ଉଦ୍‌ଘାଟନ କଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ

ସାଇବର ଅପରାଧ ସମନ୍ୱୟ କେନ୍ଦ୍ର ଉଦ୍‌ଘାଟନ କଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ

Times of India

ରାଷ୍ଟ୍ରୀୟ ସାଇବର ଅପରାଧ ରିପୋର୍ଟିଂ ପୋର୍ଟାଲ ରାଷ୍ଟ୍ର ଉେଦ୍ଦଶ୍ୟରେ ସମର୍ପିତ
ପୋର୍ଟାଲ ସହ ୭୦୦ ପୁଲିସ ଜିଲ୍ଲାଏବଂ ୩୯୦୦ରୁ ଅଧିକ ଥାନା ସଂଯୁକ୍ତ

ନୂଆଦିଲ୍ଲୀ : କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀଠାରେ ଅତ୍ୟାଧୁନିକ ଭାରତୀୟ ସାଇବର ଅପରାଧ ସମନ୍ବୟ କେନ୍ଦ୍ରର ଉଦ୍‌ଘାଟନ କରିଛନ୍ତି। ଏଥିସହିତ ସାଇବର ଅପରାଧ ରିପୋର୍ଟିଂ ପୋର୍ଟାଲକୁ ମଧ୍ୟ ରାଷ୍ଟ୍ର ଉେଦ୍ଦଶ୍ୟରେ ଉତ୍ସର୍ଗ କରିଛନ୍ତି।

ଭାରତୀୟ ସାଇବର ଅପରାଧ ସମନ୍ବୟ କେନ୍ଦ୍ର (ଆଇଫୋରସି) ପ୍ରତିଷ୍ଠା କରାଯିବାର ଯୋଜନା ୨୦୧୮ରେ କରାଯାଇଥିଲା। ଏଥିପାଇଁ ଆନୁମାନିକ ୪୧୫.୮୬ କୋଟି ଟଙ୍କାର ବ୍ୟୟବରାଦ ହୋଇଥିଲା। ବ୍ୟାପକ ଏବଂ ସମନ୍ବିତ ଢଙ୍ଗରେ ସମସ୍ତ ପ୍ରକାରର ସାଇବର ଅପରାଧର ମୁକାବିଲା ଲାଗି ଏହି ଯୋଜନା ଉଦ୍ଦିଷ୍ଟ।

ବର୍ତମାନ ସୁଦ୍ଧା ୭୦୦ ପୁଲିସ ଜିଲ୍ଲା ଏବଂ ୩୯୦୦ରୁ ଅଧିକ ପୁଲିସ ଷ୍ଟେସନ ଏହି ପୋର୍ଟାଲରେ ଯୋଡ଼ି ହୋଇସାରିଲେଣି। ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହେବାପରେ ଏହି ପୋର୍ଟାଲ ମାମଲା ଗୁଡ଼ିକର ଯାଂଚ କରିବା ଲାଗି ଆଇନ ପ୍ରବର୍ତନକାରୀ ସଂସ୍ଥାଗୁଡ଼ିକର କ୍ଷମତାରେ ସୁଧାର ଆଣିବା ସହିତ ମାମଲାରେ ଦଣ୍ତବିଧାନ ହାର ମଧ୍ୟ ବୃଦ୍ଧି କରିପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe