www.indiatoday.in
ଲକ୍ଷ୍ନୌ: ଗତ ରବିବାର ଉତ୍ତରପ୍ରଦେଶର ଲଖିମପୁର ଖେରିରେ ହୋଇଥିବା ହିଂସାର ନିଆଁ ଏବେ କୁହୁଳିବାରେ ଲାଗିଛି। ୪ଜଣ କୃଷକଙ୍କ ମୃତ୍ୟୁ ପରେ ଏବେ ଏଥିପାଇଁ ବିଜେପିର କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ଦାୟୀ ବୋଲି ଦାବି କରି ନ୍ୟାୟ ମାଗୁଛନ୍ତି ପୀଡ଼ିତଙ୍କ ପରିବାର। ଆଶିଷଙ୍କୁ ଗିରଫ କରିବା ସହ ଅଜୟଙ୍କ ଇସ୍ତଫା ଦାବି କରିବାରେ ଲାଗିଛନ୍ତି ବିରୋଧୀ। ଏମଧ୍ୟରେ ଅଜୟ ମିଶ୍ରଙ୍କୁ ଭେଟିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା।
ଅମିତ ଶାହାଙ୍କ ଭେଟିବା ପରେ ଅଜୟ ମିଶ୍ର କହିଛନ୍ତି ଯେ, ମୁଁ କାହିଁକି ଇସ୍ତଫା ଦେବି? ଆମ ଉପରେ କୌଣସି ଚାପ ନାହିଁ, ଆମେ ଏହାର ଅନୁସନ୍ଧାନ କରିବୁ ଏବଂ ଯେଉଁମାନେ ଷଡଯନ୍ତ୍ର କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ପ୍ରଥମ ଦିନରୁ, ଆମେ ସ୍ପଷ୍ଟ କରିଛୁ ଯେ ମହିନ୍ଦ୍ରା ଥର ଗାଡ଼ି ଆମର, ଯାହା ଆମ ନାମରେ ପଞ୍ଜିକୃତ ହୋଇଛି। ହେଲେ ଘଟଣା ଘଟିବା ସମୟରେ ମୋ ପୁଅ ଅନ୍ୟ ଏକ ସ୍ଥାନରେ ଥିଲା। ସକାଳ ୧୧ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ସେ ଅନ୍ୟ ଏକ କାର୍ଯ୍ୟକ୍ରମର ଆୟୋଜନରେ ବ୍ୟସ୍ତ ଥିଲା। ଘଟଣାସ୍ଥଳରେ ମୋ ପୁଅ ଥିବାର କୌଣସି ପ୍ରମାଣ ନାହିଁ। କେବଳ କୃଷକ ନୁହନ୍ତି, ୪ଜଣ ବିଜେପି କର୍ମୀ ମଧ୍ୟ ପ୍ରାଣ ହରାଇଛନ୍ତି। ଯେଉଁମାନେ ଆମ ଗାଡ଼ି ପୋଡ଼ିବା ସହ ୪ଜଣଙ୍କୁ ହତ୍ୟା କରିଛନ୍ତି, ସେମାନେ କେବେ ବି କୃଷକ ହୋଇପାରିବେ ନାହିଁ। ସେମାନେ କୃଷକମାନଙ୍କ ମଧ୍ୟରେ ଲୁଚି ରହିଥିବା ଗୋଟେ ଗୋଟେ ଉଗ୍ରବାଦୀ।
www.ndtv.comଅନ୍ୟପକ୍ଷରେ, ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଉଭୟ ଆଶିଷ ଏବଂ ଅଜୟ ମିଶ୍ରଙ୍କ ଗିରଫ ଦାବି କରିଛନ୍ତି। ସେ କହିଛନ୍ତି ଯେ, ବିଜେପି ସତ ସାମ୍ନାକୁ ଆସିଯିବ ବୋଲି ଭୟ କରୁଛି ଏବଂ ସେଥିପାଇଁ କେନ୍ଦ୍ର ଅନ୍ୟ ରାଜନୈତିକ ନେତାମାନଙ୍କୁ ଲଖିମପୁର ଖେରି ଯିବାକୁ ଅନୁମତି ଦେଉନାହିଁ।
Follow Us