ଦେଓଘର ଯାଇ ସତସଙ୍ଗର ଆଚାର୍ଯ୍ୟଦେବଙ୍କୁ ସାକ୍ଷାତ କଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା

Advertisment
ଦେଓଘର ଯାଇ ସତସଙ୍ଗର ଆଚାର୍ଯ୍ୟଦେବଙ୍କୁ ସାକ୍ଷାତ କଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା

ଦେଓଘର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଝାଡ଼ଖଣ୍ଡର ଦେଓଘରରେ ଥିବା ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ଆଶ୍ରମ ପରିଦର୍ଶନ କରିଛନ୍ତି। ଏଠାରେ ସେ ଠାକୁରଙ୍କୁ ଦର୍ଶନ କରିବା ସହ ସତସଙ୍ଗର ଆଚାର୍ଯ୍ୟଦେବଙ୍କୁ ଭେଟିଥିଲେ। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଆଜି ତାଙ୍କ ପତ୍ନୀଙ୍କ ସହ ଆଶ୍ରମକୁ ଆସିଥିବାବେଳେ ପ୍ରାୟ ୨୦ ମିନିଟ୍ ଧରି ରହିଥିଲେ। ଏହି ସମୟରେ ସେ ଆଚାର୍ଯ୍ୟଦେବଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ମଧ୍ୟ କରିଥିଲେ | ଏହାପରେ ଦେଓଘର ବିମାନବନ୍ଦରରୁ ସେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଥିଲେ |

publive-image

ଏନେଇ ଶାହା ଟୁଇଟ୍ କରି କହିଛନ୍ତି, 'ଆଜି ଦେଓଘରରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଜୀଙ୍କର ସତସଙ୍ଗ ଆଶ୍ରମ ପରିଦର୍ଶନ କରିବାର ସୌଭାଗ୍ୟ ପାଇଛି। ଅନୁକୂଳଚନ୍ଦ୍ର ଜୀ କେବଳ ଜଣେ ଦାର୍ଶନିକ ନଥିଲେ ବରଂ ଜଣେ ଚିକିତ୍ସକ ମଧ୍ୟ ଥିଲେ, ତାଙ୍କ ଜୀବନ ଗରିବଙ୍କ କଲ୍ୟାଣ ପାଇଁ ଉତ୍ସର୍ଗୀକୃତ ହୋଇଥିଲା। ଆଶ୍ରମରେ ତାଙ୍କ ନାତି ଆଚାର୍ଯ୍ୟଦେବ ଅର୍କଦ୍ୟୁତି ଚକ୍ରବର୍ତ୍ତୀ ଜୀଙ୍କୁ ଭେଟିବା ଏକ ଆନନ୍ଦଦାୟକ ଅନୁଭୂତି ଥିଲା |


ଉଲ୍ଲେଖ ଥାଉ କି ଏହା ପୂର୍ବରୁ ଅମିତ ଶାହା ଶନିବାର ସନ୍ଧ୍ୟାରେ ଝାଡ଼ଖଣ୍ଡରେ ବିଜେପି କୋର କମିଟି ସଦସ୍ୟଙ୍କ ସହ ଏକ ବୈଠକ କରିଥିଲେ। ଯେଉଁଥିରେ ସେ ରାଜମହଲ ଲୋକସଭା ଆସନ ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ। ଏହା ସହିତ ଶାହା ଶନିବାର ଦିନ ଦେଓଘରରେ ଏକ ସାଧାରଣ ସଭାରେ ସମ୍ବୋଧିତ କରି ୨୦୨୪ ନିର୍ବାଚନରେ ​​ରାଜମହଲ ନିର୍ବାଚନମଣ୍ଡଳୀରୁ ବିଜେପି ପ୍ରାର୍ଥୀଙ୍କୁ ଜିତାଇବାକୁ ଲୋକଙ୍କୁ ନିବେଦନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe