indiatoday
ନୂଆଦିଲ୍ଲୀ: ଦିଲ୍ଲୀର ସମସ୍ତ କରୋନାଭାଇରସ୍ ରୋଗୀଙ୍କୁ ମୂଲ୍ୟାଙ୍କନ ପାଇଁ ସଙ୍ଗରୋଧ କେନ୍ଦ୍ରକୁ ଯିବା ପାଇଁ କୁହାଯିବା ଉଚିତ୍ ନୁହେଁ ବୋଲି ଆଜି ଦିଲ୍ଲୀ ସରକାର କହିଛନ୍ତି। ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି ଯେ, ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଏକ ଚିଠି ଲେଖିଛନ୍ତି ଏବଂ କୋଭିଡ-୧୯ର ନୂତନ ନିର୍ଦ୍ଦେଶାବଳୀକୁ ଫେରାଇ ନେବା ପାଇଁ କହିଛନ୍ତି | ଏହି ସମୟ ଦିଲ୍ଲୀରେ ଅମିତ ଶାହ ମଡେଲ ବନାମ କେଜ୍ରିୱାଲ ମଡେଲକୁ ଗୁରୁତ୍ବ ଦେବାର ସମୟ ନୁହେଁ, ବର୍ତ୍ତମାନ ଦିଲ୍ଲୀରେ ସଂକ୍ରମଣ ରୋକିବାର ସମୟ |
ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ କହିବା ମୁତାବକ, ବର୍ତ୍ତମାନ ଦିଲ୍ଲୀର ଦୁଇଟି କରୋନାଭାଇରସ୍ ମଡେଲ୍ ରହିଛି | ଗୋଟିଏ ହେଉଛି ଅମିତ ଶାହା ମଡେଲ୍, ଯେଉଁଥିରେ କୁହାଯାଇଛି ଯେ ଯେକେହି କରୋନା ଦ୍ୱାରା ଆକ୍ରାନ୍ତ ହେଉଛନ୍ତି ତାଙ୍କୁ ସଙ୍ଗରୋଧ କେନ୍ଦ୍ରକୁ ଯିବାକୁ ପଡିବ। ଅନ୍ୟଟି ହେଉଛି କେଜ୍ରିୱାଲ୍ ମଡେଲ୍, ଯେଉଁଥିରେ କୁହାଯାଇଛି ଯେ, ଏକ ଟିମ୍ ରୋଗୀର ଘରକୁ ଯାଇ ଗୁରୁତରତା ଆକଳନ କରିବେ । ତେବେ ଅମିତ ଶାହା ମଡେଲ କାର୍ଯ୍ୟକାରୀ ହେଲେ ସଂକ୍ରମଣ ବଢିବାର ଆଶଙ୍କା ରହିଥିବା ସହ କରୋନା ଆକ୍ରାନ୍ତଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିବ | ବିଭିନ୍ନ ଦିଗକୁ ନଜରରେ ରଖି ମୁଁ ଅମିତ ଶାହଙ୍କୁ ଏହି ନିୟମ ପ୍ରତ୍ୟାହାର କରିବା ପାଇଁ ଚିଠି ଲେଖି ଜଣାଇଛି | କିନ୍ତୁ ଏ ପର୍ଯ୍ୟନ୍ତ ତାଙ୍କ ପକ୍ଷରୁ କୌଣସି ଉତ୍ତର ରଖାଯାଇନାହିଁ |
News18.comଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଅନୁଯାୟୀ, କୋଭିଡ-୧୯ ବିରୋଧରେ ଦିଲ୍ଲୀର ଲଢେଇରେ ଆପଣ ସାହାଯ୍ୟ କରିଥିବାରୁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି। କିନ୍ତୁ ଦିଲ୍ଲୀରେ ଦୁଇ ଦୁଇଟି ନିୟମ ଲାଗୁ ହେବା ଦ୍ୱାରା ରୋଗୀଙ୍କ ମଧ୍ୟରେ ବିଶୃଙ୍ଖଳା ସୃଷ୍ଟି ହୋଇଛି । ଦିଲ୍ଲୀରେ ପ୍ରତିଦିନ ପ୍ରାୟ ୩୦୦୦-୪,୦୦୦ ନୂଆ ମାମଲା ରିପୋର୍ଟ ହେଉଛି। ଏଭଳି ପରିସ୍ଥିତିରେ ସମସ୍ତ ରୋଗୀଙ୍କୁ ଆଇସୋଲେସନ କେନ୍ଦ୍ରକୁ ନେବା ପାଇଁ ଆମେ କିପରି ଆମ୍ବୁଲାନ୍ସ ବ୍ୟବସ୍ଥା କରିବୁ? ମୁଁ ଆପଣଙ୍କୁ ନିବେଦନ କରୁଛି ଯେ ପାଞ୍ଚ ଦିନର ବାଧ୍ୟତାମୂଳକ ସଙ୍ଗରୋଧ ନିୟମକୁ ପ୍ରତ୍ୟାହାର କରିବାରେ ଆପଣଙ୍କ ସକରାତ୍ମକ ହସ୍ତକ୍ଷେପ ଯେପରି ସାହାଯ୍ୟ କରିଥିଲା, ସେପରି ଏହି ନୂଆ କୋଭିଡ ନିୟମକୁ ପ୍ରତ୍ୟାହାର କରିବାରେ ଆମକୁ ସାହାଯ୍ୟ କରନ୍ତୁ ବୋଲି ମୁଁ ଅମିତ ଶାହାଙ୍କୁ ଚିଠି ଲେଖି ଜଣାଇଛି |
Follow Us