ଦୋଷୀ ନିର୍ଦ୍ଧାରଣ କରିବାରେ ବୟସ ଓ ଲିଙ୍ଗ ପ୍ରାସଙ୍ଗିକ ନୁହେଁ: ଦିଶା ରବିଙ୍କ ପ୍ରସଙ୍ଗରେ କହିଲେ ଅମିତ ଶାହ

Advertisment
ଦୋଷୀ ନିର୍ଦ୍ଧାରଣ କରିବାରେ ବୟସ ଓ ଲିଙ୍ଗ ପ୍ରାସଙ୍ଗିକ ନୁହେଁ: ଦିଶା ରବିଙ୍କ ପ୍ରସଙ୍ଗରେ କହିଲେ ଅମିତ ଶାହ

Image Courtesy of The Times of India

ନୂଆଦିଲ୍ଲୀ: ଦିଶା ରବି ମାମଲାରେ ଦିଲ୍ଲୀ ପୁଲିସର କାର୍ଯ୍ୟାନୁଷ୍ଠାନକୁ ଗୁରୁବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦୃଢ଼ ସମର୍ଥନ କରିଛନ୍ତି। ସେ କହିଛନ୍ତି, କୌଣସି ଅପରାଧରେ ଦୋଷୀ ନିର୍ଦ୍ଧାରଣ କରିବା ନିମନ୍ତେ ବୟସ, ଲିଙ୍ଗ ଏବଂ ବୃତ୍ତିର ପ୍ରାସଙ୍ଗିକତା ନାହିଁ ବୋଲି ‘ଟୁଲ୍‌କିଟ୍‌’ ତଦନ୍ତ ମାମଲାରେ ଜଳବାୟୁ କର୍ମୀଙ୍କୁ ଗିରଫ କରି ପୁଲିସ ଜଣାଇ ଦେଇଛି।

ଗୃହମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଏକ ଅପରାଧ ମାମଲାର ବୈଶିଷ୍ଟ୍ୟ ବାହ୍ୟିକ ତତ୍ତ୍ୱ ଉପରେ ଆଧାରିତ ହେବା ଅନୁଚିତ। ଏହି ମାମଲା ତଦନ୍ତରେ ଥିବା ଯଥାର୍ଥତା ସଂକ୍ରାନ୍ତରେ ସବିଶେଷ ବିବରଣୀ ଦେବାକୁ ଅଗ୍ରାହ୍ୟ କରିବା ସହ ଦିଲ୍ଲୀ ପୁଲିସ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛି ବୋଲି ସେ କହିଛନ୍ତି।

publive-image Image Courtesy of OpIndia

ରବିଙ୍କ ଗିରଫଦାରି ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତର ଦେଇ ଶାହ କହିଲେ, କ’ଣ ଲିଙ୍ଗ, ବୟସ, ବୃତ୍ତି ଆଧାରରେ ଦୋଷୀ ନିର୍ଦ୍ଧାରଣ କରାଯିବ?
ଏହି ମାମାଲା ବୁଝିବା ଲାଗି ଦିଲ୍ଲୀ ପୁଲିସକୁ ସ୍ୱାଧୀନତା ଦିଆଯାଇଛି। ସେମାନଙ୍କ ଉପରେ ରାଜନୈତିକ ଚାପ ନାହିଁ। ଆଇନ ଅନୁସାରେ କାର୍ଯ୍ୟ କରିବାକୁ ସେମାନେ ସ୍ୱାଧୀନ। ତେଣୁ, ଏ ମାମଲାର ଯଥାର୍ଥତା ସଂକ୍ରାନ୍ତରେ ମୁଁ କିଛି କହିବି ନାହିଁ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, କେହି ଅପରାଧ କଲେ କ’ଣ ତାଙ୍କ ବୟସ ପଚରାଯାଏ? ଏହି ମାମଲାରେ ଦିଲ୍ଲୀ ପୁଲିସ ଭୁଲ୍‌ କରିପାରେ। କିନ୍ତୁ, ସେଥିପାଇଁ ଅଦାଲତର ଆଶ୍ରୟ ନିଆଯାଇ ପାରେ। ଜଣେ ଯଦି ମନେକରୁଛନ୍ତି, ଏଥିରେ କୌଣସି ପ୍ରମାଣ ନାହିଁ; ପ୍ରତିକାର ଲାଗି ସେ ଅଦାଲତଙ୍କ ଦ୍ୱାରସ୍ଥ ହୋଇପାରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe