Image Source: India Today
ନୂଆଦିଲ୍ଲୀ: କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ଦୁରୁପଯୋଗ କରାଯାଉଛି ବୋଲି ବିରୋଧୀ ଦଳଗୁଡ଼ିକର ଅଭିଯୋଗକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ମୋଦୀ ଯେତେବେଳେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ ଏବଂ କେନ୍ଦ୍ରରେ କଂଗ୍ରେସ-ନେତୃତ୍ବାଧୀନ ଉପା ସରକାର ଶାସନ କରୁଥିଲେ, ସେତେବେଳେ ଏକ ମିଥ୍ୟା ଏନ୍କାଉଣ୍ଟର ମାମଲାରେ ମୋଦୀଙ୍କୁ ଛନ୍ଦିବା ପାଇଁ ସିବିଆଇ ତାଙ୍କ ଉପରେ ଚାପ ପକାଇଥିଲା। ଏହା ସତ୍ତ୍ବେ ବିଜେପି କେବେହେଲେ ଆଜିର ବିରୋଧୀ ଦଳ ପରି ଗଣ୍ଡଗୋଳ ଓ ପ୍ରତିବାଦ କରି ନ ଥିଲା।
ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀଙ୍କୁ ଆକ୍ରମଣ କରି କହିଥିଲେ, କେତେକ ଦଳ ମିଳିତ ଭାବେ ‘ଭ୍ରଷ୍ଟାଚାରୀ ବଚାଓ ଅଭିଯାନ’ ଚଳାଇଛନ୍ତି। ଦୁର୍ନୀତିଗ୍ରସ୍ତଙ୍କୁ ରକ୍ଷା କରିବା ପାଇଁ ସେମାନେ ଏକଜୁଟ ହୋଇଛନ୍ତି। ଦୁର୍ନୀତିରେ ବୁଡ଼ିଥିବା ସବୁ ନେତା ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି। ଆମର ସାମ୍ବିଧାନିକ ଅନୁଷ୍ଠାନଗୁଡ଼ିକ ଯୋଗୁ ଆମର ମୂଳଦୁଆ ମଜଭୁତ ଅଛି। ଆଜି ଏହି ମୂଳଦୁଆ ଉପରେ ଆକ୍ରମଣ କରାଯାଉଛି ବୋଲି ଶାହ କହିଛନ୍ତି। ୧୪ଟି ରାଜନୈତିକ ଦଳ ସେମାନଙ୍କ ଦୁର୍ନୀତି ଅଭିଯୁକ୍ତ ନେତାଙ୍କୁ ବଞ୍ଚାଇବା ପାଇଁ ସିବିଆଇ ଓ ଇଡି ବିରୋଧରେ ସୁପ୍ରିମ୍କୋର୍ଟର ଦ୍ବାରସ୍ଥ ହୋଇଛନ୍ତି ଏବଂ କୋର୍ଟ ଏପ୍ରିଲ ୫ ତାରିଖରେ ସେମାନଙ୍କ ଆବେଦନ ଉପରେ ଶୁଣାଣି କରିବା ପାଇଁ ରାଜି ହୋଇଛନ୍ତି।
Follow Us