‘ଦ ସାବରମତି ରିପୋର୍ଟ’କୁ ନେଇ ପୋଷ୍ଟ ସେୟାର କଲେ ଗୃହମନ୍ତ୍ରୀ

ମୋଦୀଙ୍କ ପରେ ବିକ୍ରାନ୍ତ ମେସିଙ୍କ ଫିଲ୍ମ ‘ଦ ସାବରମତି ରିପୋର୍ଟ’କୁ ପ୍ରଶଂସା କଲେ ଅମିତ ଶାହା। ପୋଷ୍ଟ ସେୟାର କରି କହିଲେ,‘‘ଦ ସାବରମତି ରିପୋର୍ଟ’ ସିନେମା ଏହି ଇକୋସି‌ଷ୍ଟମକୁ ଏକ ଅତୁଳନୀୟ ସାହସ ସହିତ ଦର୍ଶାଉଛି। ’

wq

ନୂଆଦିଲ୍ଲୀ: ନିକଟରେ ଅଭିନେତା ବିକ୍ରାନ୍ତ ମେସିଙ୍କ ଫିଲ୍ମ ‘ଦ ସାବରମତି ରିପୋର୍ଟ’ ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ର ୨୦୦୨ ମସିହାର ଗୋଧ୍ରା ଘଟଣା ଉପରେ ଆଧାରିତ ହୋଇଛି।  ଯାହାକି ଭାରତୀୟ ରାଜନୀତିର ସବୁଠାରୁ ବଡ଼ ବିବାଦ ମଧ୍ୟରୁ ଗୋଟିଏ ରହିଛି। ବିକ୍ରାନ୍ତ ସିନେମାରେ ଜଣେ ସାମ୍ବାଦିକଙ୍କ ଭୂମିକାରେ ନିଭାଉଛନ୍ତି। 

ଏହି ସିନେମା ପ୍ରେକ୍ଷାଳୟରେ ଦମଦାର ଭାବେ ଆଗକୁ ବଢ଼ିବାରେ ଲାଗିଛି। ‘ଦ ସାବରମତି ରିପୋର୍ଟ’ ସିନେମାକୁ ନେଇ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ନିଜର ସମର୍ଥନ ଜଣାଇ ଏକ୍ସରେ ଏକ ପୋଷ୍ଟ ସେୟାର କରିଛନ୍ତି।

ଏହି ପୋଷ୍ଟରେ ଅମିତ ଶାହା ଲେଖିଛନ୍ତି, ‘କିଛି ଫରକ ପ‌ଡେ ନାହିଁ କି ଏକ ଶକ୍ତିଶାଳୀ ଇକୋସିଷ୍ଟମ କେତେ ଜୋରଦାର ଚେଷ୍ଟା କରିଥାଏ। କିନ୍ତୁ ଏହି ବାସ୍ତବତାକୁ ସବୁଦିନ ପାଇଁ ଲୁଚା ଯାଇପାରେ ନାହିଁ। ‘ଦ ସାବରମତି ରିପୋର୍ଟ’ ସିନେମା ଏହି ଇକୋସି‌ଷ୍ଟମକୁ ଏକ ଅତୁଳନୀୟ ସାହସ ସହିତ ଦର୍ଶାଉଛି। 
 

ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ପୋଷ୍ଟ ସେୟାର କରି କହିଛନ୍ତି, ଏହା ଏକ ଭଲ କଥା ଯେ ସତ୍ୟ ବାହାରକୁ ଆସୁଛି ଏବଂ ତାହା ମଧ୍ୟ ଏକ ରୂପରେ ଯାହାକୁ ସାଧାରଣ ଜନତା ଦେଖିପାରିବେ। ଏକ ଭୁଲ୍ କାହାଣୀ ଏବଂ ମିଛ କେବଳ ସୀମିତ ସମୟ ପାଇଁ ଚାଲିଥାଏ। ଶେଷରେ ସତ୍ୟ ପଦାକୁ ଆସିଥାଏ।

ତେବେ ନଭେମ୍ବର ୧୫ରେ ମୁକ୍ତିଲାଭ କରିଥିଲା ‘ଦ ସାବରମତି ରିପୋର୍ଟ’ର ନିର୍ଦ୍ଦେଶନା ଧୀରଜ ସରନା ଦେଇଥିବା ବେଳେ ଏକତା କପୁର ଏହାର ପ୍ରଡକ୍ସନ ଦାୟିତ୍ୱ ସମ୍ଭାଳିଛନ୍ତି। ସେହିପରି ଅଭିନେତା ବିକ୍ରାନ୍ତ ମେସି ଲିଡ ରୋଲରେ ଥିବା ବେଳେ ତାଙ୍କ ଅପୋଜିଟରେ ରିଧି ଡୋଗରା ଓ ରାଶି ଖନ୍ନା ମୁଖ୍ୟ ନାୟିକା ରୋଲ ପ୍ଲେ କରିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe