ଜମ୍ମୁ-କଶ୍ମୀରବାସୀଙ୍କ ବିଶ୍ବାସ ଜିତିବା ପାଇଁ ନିଜ ଜୀବନକୁ ବିପଦରେ ପକାଇଲେ ଶାହ, କଲେ ଏଭଳି କାମ

ଜମ୍ମୁ-କଶ୍ମୀରବାସୀଙ୍କ ବିଶ୍ବାସ ଜିତିବା ପାଇଁ ନିଜ ଜୀବନକୁ ବିପଦରେ ପକାଇଲେ ଶାହ, କଲେ ଏଭଳି କାମ

ଜମ୍ମୁ: ଜମ୍ମୁ-କଶ୍ମୀର ଗସ୍ତର ତୃତୀୟ ଦିନରେ ବିରୋଧୀଙ୍କୁ ଟାର୍ଗେଟ କରିବା ସହ ଯୁବପିଢ଼ିଙ୍କ ସହ କଥା ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଜମ୍ମୁ-କଶ୍ମୀରକୁ ଆତଙ୍କବାଦ ମୁକ୍ତ କରିବାକୁ କହିଥିବା ଶାହ ଆଜିର ଜନସଭାରେ କିଛି ଏଭଳି କାମ କରିଛନ୍ତି, ଯାହା ଜମ୍ମୁ-କଶ୍ମୀରବାସୀଙ୍କ ବିଶ୍ବାସକୁ ବଢ଼ାଇଛି। ଜନସଭାକୁ ଯିବା ପୂର୍ବରୁ ଶାହଙ୍କ ସୁରକ୍ଷା ପାଇଁ ସୁରକ୍ଷାକର୍ମୀ ଏବଂ ବୁଲେଟ୍‌ ପ୍ରୁଫ୍‌ ସୁରକ୍ଷା କବଚ ଲଗାଯାଇଥିଲା। ହେଲେ ସେଠାରେ ପହଞ୍ଚିବା ପରେ ସେ ବୁଲେଟ୍‌ ପ୍ରୁଫ୍‌ ସୁରକ୍ଷା କବଚ ହଟାଇବା ସହ ସୁରକ୍ଷାକର୍ମୀଙ୍କୁ ମଞ୍ଚ ତଳକୁ ଯିବା ପାଇଁ କହିଥିଲେ। ମୁଁ ଲୋକମାନଙ୍କ ସହ ସିଧାସଳଖ କଥା ହେବି ବୋଲି କହିଥିଲେ ଶାହ।

ଏହା ସହ ସେ କହିଥିଲେ ଯେ, ଫାରୁକ୍ ଅବଦୁଲ୍ଲା ସାହାବ ପରାମର୍ଶ ଦେଇଥିଲେ ଯେ ଆମକୁ ପାକିସ୍ତାନ ସହ କଥା ହେବା ଉଚିତ। କିନ୍ତୁ ମୁଁ ଫାରୁକ୍ ସାହାବ ଏବଂ ଆପଣମାନଙ୍କୁ ଏହା ସ୍ପଷ୍ଟ କରିବାକୁ ଚାହୁଁଛି ଯେ, ମୁଁ ଏଠାକାର ଯୁବକ ଏବଂ ଉପତ୍ୟକାର ଲୋକଙ୍କ ସହ କଥା ହେବି। "

publive-image www.ndtv.com

ତେବେ ୩ଦିନର ଗସ୍ତରେ ପ୍ରଥମ ଦୁଇ ଦିନ ଶାହ ସହିଦ ପୁଲିସକର୍ମୀଙ୍କ ପରିବାରକୁ ଭେଟିବା ସହ ଜମ୍ମୁ-କଶ୍ମୀରରେ ହେବାକୁ ଥିବା ବିକାଶମୂଳକ ପ୍ରକଳ୍ପ ବିଷୟରେ ଘୋଷଣା କରିଥିଲେ। ଦୁଇ ବର୍ଷ ମଧ୍ୟରେ ଜମ୍ମୁ ସହର ଏବଂ ଶ୍ରୀନଗରରେ ମେଟ୍ରୋ ସେବା ଆରମ୍ଭ ହେବ । ଜମ୍ମୁ ବିମାନବନ୍ଦରର ସମ୍ପ୍ରସାରଣ କରାଯିବ ଏବଂ ଜମ୍ମୁ କଶ୍ମୀରର ପ୍ରତ୍ୟେକ ଜିଲ୍ଲାରେ ହେଲିକପ୍ଟର ସେବା ମଧ୍ୟ ଆରମ୍ଭ ହେବ ବୋଲି ଘୋଷଣା କରିଥିଲେ ଶାହ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe