(Photo Credits: IANS)
ନୂଆଦିଲ୍ଳୀ: କେନ୍ଦ୍ର ସଶସ୍ତ୍ର ପୁଲିସ୍ ବଳ(ସିଏପିଏଫ୍)ର ଯବାନମାନଙ୍କୁ ସରକାର ୧୦୦ ଦିନ ଛୁଟି ଦେବାକୁ ଚିନ୍ତା କରୁଛନ୍ତି ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ରବିବାର ଘୋଷଣା କରିଛନ୍ତି। ଯବାନ ଓ ସେମାନଙ୍କ ପରିବାର ଲୋକଙ୍କୁ ଖୁସି ଓ ସୁରକ୍ଷା ଦୃଷ୍ଟିରୁ ଛୁଟି ବଢ଼ାଯିବା ସହ ସ୍ବାସ୍ଥ୍ୟ କାର୍ଡ ମଧ୍ୟ ପ୍ରଦାନ କରାଯିବ ସରକାରଙ୍କ ପକ୍ଷରୁ।
ସେଣ୍ଟ୍ରାଲ୍ ରିଜର୍ଭ ପୁଲିସ୍ ଫୋର୍ସ(ସିଆର୍ପିଏଫ୍)ର ନୂଆ ମୁଖ୍ୟାଳୟର ଶିଳାନ୍ୟାସ ଉତ୍ସବରେ ଯୋଗଦେବା ଅବସରରେ ମନ୍ତ୍ରୀ ଶ୍ରୀ ଶାହା ଏହି ଘୋଷଣା କରିଛନ୍ତି। ସେ ଆହୁରି ବି କହିଛନ୍ତି ଯେ ଯବାନମାନଙ୍କୁ ଅବଶ୍ୟକୀୟ ସମସ୍ତ ସୁବିଧା ଯୋଗାଇଦେଲେ ଯାଇ ସେମାନଙ୍କ ସାମର୍ଥ୍ୟ ବଢ଼ିବ।
The Hinduମନ୍ତ୍ରୀ ଶ୍ରୀ ଶାହା ଆହୁରି ବି କହିଛନ୍ତି ଯେ ‘ସିଆର୍ପିଏଫ୍ରେ କାମ କରୁଥିବା ତଳ ସ୍ତରର କର୍ମଚାରୀମାନେ ସେମାନଙ୍କ ପରିବାର ପ୍ରତି ଥିବା କର୍ତ୍ତବ୍ୟକୁ ଠିକ୍ ଭାବେ ନିଭାଇବାର ସୁଯୋଗ ପାଉନାହାନ୍ତି ବୋଲି ସରକାର ହୃଦୟଙ୍ଗମ କରିଛନ୍ତି। ସେଥି ସକାଶେ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ସମସ୍ତ ଯବାନଙ୍କୁ ବର୍ଷକୁ ନିଜ ପରିବାର ସହ ୧୦୦ ଦିନ ସମୟ ବିତାଇବାର ସୁଯୋଗ ଦିଆଯିବ।’
ଯଦି ଯବାନମାନେ ୩୬୫ ଦିନରୁ ୧୦୦ ଦିନ ଛୁଟି ଆକାରରେ ପାଉଛନ୍ତି ତେବେ ସେ ନିଜ ପରିବାର ସହିତ ସାମାଜିକ କର୍ତ୍ତବ୍ୟ ବି ପୂରା କରିବାରେ ସମର୍ଥ ହେବେ। ସରକାର ତାଙ୍କର ଏହି କଥା ରଖିବେ କି ନାହିଁ ତାହା ଯଦିଓ ଏଯାବତ୍ ସ୍ପଷ୍ଟ ହୋଇନି ତେବେ ଏ ନେଇ ଆଲୋଚନାଟିଏ ହୋଇଛି ବୋଲି ଶାହା ପ୍ରକାଶ କରିଛନ୍ତି।
Follow Us