ନେହେରୁଙ୍କ ପାଇଁ ପିଓକେର ସୃଷ୍ଟି, କଂଗ୍ରେସର ଭୁଲରୁ ପାକିସ୍ତାନ ସୃଷ୍ଟି- ଲୋକସଭାରେ ବର୍ଷିଲେ ଶାହ

ଜବାହାରଲାଲ୍ ନେହେରୁଙ୍କୁ କଟାକ୍ଷ କଲେ ଶାହ । କହିଲେ- ନେହେରୁଙ୍କ ପାଇଁ ପିଓକେର ସୃଷ୍ଟି । ଆଜି ଯଦି ପିଓକେକୁ ଦେଖୁଛେ ତାହାଲେ ଏଥିପାଇଁ ସମ୍ପୂର୍ଣ୍ଣ ଦାୟୀ ନେହେରୁ ବୋଲି ଶାହ କହିଛନ୍ତି ।

New Project (7)

ନୂଆଦିଲ୍ଲୀ: ପିଓକେ ପ୍ରସଙ୍ଗରେ ନେହେରୁଙ୍କୁ ନିଶାନା କଲେ ଶାହ । ସଂସଦରେ ଅପରେସନ ସିନ୍ଦୂର ନେଇ ମହାବିତର୍କ ବେଳେ କଂଗ୍ରେସକୁ ଟାର୍ଗେଟ୍ କଲେ ଶାହ । ପିଓକେ ପ୍ରସଙ୍ଗ ଉଠାଇ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ୍ ନେହେରୁଙ୍କୁ କଟାକ୍ଷ କଲେ ଶାହ ।

କହିଲେ- ନେହେରୁଙ୍କ ପାଇଁ ପିଓକେର ସୃଷ୍ଟି । ଆଜି ଯଦି ପିଓକେକୁ ଦେଖୁଛେ ତାହାଲେ ଏଥିପାଇଁ ସମ୍ପୂର୍ଣ୍ଣ ଦାୟୀ ନେହେରୁ ବୋଲି ଶାହ କହିଛନ୍ତି ।

ଏକପାଖିଆ ଭାବେ ନେହେରୁ ଯୁଦ୍ଧବିରତି ଘୋଷଣା କରିବା ଫଳରେ ପିଓକେର ଜନ୍ମ । ଯାହାକୁ ସର୍ଦ୍ଦାର ପଟେଲ ବିରୋଧ କରିଥିଲେ ।  ୧୯୭୧ ସିମଲା ଚୁକ୍ତି ବେଳେ ବି କଂଗ୍ରେସ ପିଓକେ କଥା ଭୁଲିଗଲା । ଗତକାଲି କଂଗ୍ରେସ ପ୍ରଶ୍ନ ଉଠାଉଥିଲା ଯେ କାହିଁକି ଯୁଦ୍ଧ ହୋଇନଥିଲା । ଯଦି ସେତେବେଳେ ସେମାନେ ପିଓକେକୁ ଆଣି ପାରିଥାନ୍ତେ ତାହାଲେ ଆଜି ଆକ୍ରମଣ କରିବା ଦରକାର ପଡ଼ିନଥାନ୍ତା ବୋଲି ଶାହ କହିଛନ୍ତି ।

ତେବେ ପାକିସ୍ତାନ କଂଗ୍ରେସର ଏକ ଭୁଲ ବୋଲି ଛିଗୁଲେଛନ୍ତି ଶାହ । ଯଦି ସେମାନେ ଦେଶ ବିଭାଜନ ପ୍ରସ୍ତାବକୁ ସ୍ବୀକାର କରିନଥାନ୍ତେ ତେବେ ଆଜି ପାକିସ୍ତାନ ହିଁ ନଥାନ୍ତା ବୋଲି କହି କଂଗ୍ରେସ ଉପରେ ଖୁବ୍ ବର୍ଷିଛନ୍ତି ଶାହ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe