ଜମ୍ମୁ ଓ କଶ୍ମୀରରେ ଛଅ ମାସ ରାଷ୍ଟ୍ରପତି ଶାସନ ବୃଦ୍ଧି କରିବା ପାଇଁ ପ୍ରସ୍ତାବନା ଆଗତ କଲେ ଅମିତ ଶାହା

ଜମ୍ମୁ ଓ କଶ୍ମୀରରେ ଛଅ ମାସ ରାଷ୍ଟ୍ରପତି ଶାସନ ବୃଦ୍ଧି କରିବା ପାଇଁ ପ୍ରସ୍ତାବନା ଆଗତ କଲେ ଅମିତ ଶାହା

Image Courtesy of Times Now News

ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀରରେ ଛଅ ମାସ ପାଇଁ ରାଷ୍ଟ୍ରପତି ଶାସନ ବୃଦ୍ଧି କରିବାକୁ ଶୁକ୍ରବାର ଦିନ ଗୃହମନ୍ତ୍ରୀ ଅମିତ ଶାହା ଲୋକସଭାରେ ବୈଧାନିକ ପ୍ରସ୍ତାବନା ଆଗତ କରିଛନ୍ତି।

ପ୍ରସ୍ତାବନା ଆଗତ କରି ସେ କହିଲେ, ଜମ୍ମୁ ଓ କଶ୍ମୀରରେ ବିଧାନସଭା ଭାଙ୍ଗି ଯାଇଛି ଏବଂ ବର୍ଷର ଶେଷ ଭାଗ ଆଡ଼କୁ ନିର୍ବାଚନ କରାଇବାକୁ ନିର୍ବାଚନ କମିସନ ସ୍ଥିର କରିଥିବା ହେତୁ ୨୦୧୯ ମସିହା ଜୁଲାଇ ୩ ତାରିଖ ଠାରୁ ଆଉ ଛଅ ମାସ ପାଇଁ ରାଷ୍ଟ୍ରପତି ଶାସନ ଜାରି ହେବା ଅତ୍ୟାବଶ୍ୟକ।

publive-image Image Source: Hindustan Times

ସେ କହିଛନ୍ତି, ରାଜ୍ୟପାଳ ଶାସନ ଓ ପରେ ରାଷ୍ଟ୍ରପତି ଶାସନ ଜାରି ହେବା ପରେ ସରକାର ଆତଙ୍କବାଦର ମୂଳଦୁଆକୁ ଆଘାତ ଦେଇଛି। ଅତୀତରେ ଅନୁଷ୍ଠିତ ବିଭିନ୍ନ ନିର୍ବାଚନରେ ରାଜ୍ୟବାସୀ ରକ୍ତପାତ ଦେଖିଛନ୍ତ, କିନ୍ତୁ ଏବେ ପରିସ୍ଥିତି ବଦଳିଛି।

ପ୍ରସ୍ତାବନାକୁ ସମର୍ଥନ କରିବାକୁ ଦଳୀୟ ମତରୁ ଊର୍ଦ୍ଧ୍ୱକୁ ଉଠିବାକୁ ସେ ସାଂସଦମାନଙ୍କୁ ନିବେଦନ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ୱିତୀୟ ପାଳିରେ ଗୃହମନ୍ତ୍ରୀ ଭାବେ ନିଯୁକ୍ତି ପାଇବା ପରେ ଏହା ହେଉଛି ଲୋକସଭାରେ ଅମିତ ଶାହାଙ୍କ ପ୍ରଥମ ପ୍ରସ୍ତାବନା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe