Image Source: Hindustan Times
ନୂଆଦିଲ୍ଲୀ: କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ଆଜି ଲୋକସଭାରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ନେଇ ଏକ ଟିପ୍ପଣୀ ଦେଇଥିଲେ। ଅଧୀର କହିଥିଲେ ଆପଣ ରାହୁଲ ଗାନ୍ଧିଙ୍କୁ ପପୁ କରିବାପାଇଁ ଯେତେ ଚେଷ୍ଟା କଲେ ବି ସେ ପପୁ ନୁହନ୍ତି। ସେ ଆପଣଙ୍କୁ ପପୁ କରିଦେଲେ। ଠିକ୍ ଏହି ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅଧୀରଙ୍କୁ ରୋକିଥିଲେ। ଶାହ କହିଥିଲେ- ସମ୍ମାନନୀୟ ବାଚସ୍ପତି ମହୋଦୟ, ସେ (ଅଧୀର ରଂଜନ) ମାନ୍ୟବର ସାଂସଦ (ରାହୁଲ ଗାନ୍ଧି)ଙ୍କୁ ପପୁ କହିପାରିବେନି। ଅମିତ ଶାହଙ୍କ ଏହି ଟିପ୍ପଣୀ ପରେ ଲୋକସଭା ସଦସ୍ୟମାନେ ଖୁବ୍ ଜୋର୍ରେ ହସିଥିଲେ। ଏହାପରେ ଅଧୀର ରଂଜନ କହିଥିଲେ , ଆପଣ ଜାଣନ୍ତି ଯେ ମୁଁ କେଉଁ ପ୍ରସଙ୍ଗରେ ଏହା କହିଲି।
ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆସିଥିବା ଧନ୍ୟବାଦ ପ୍ରସ୍ତାବ ଉପରେ ମତରଖି ଚୌଧୁରୀ କହିଛନ୍ତି, ରାହୁଲ ଗାନ୍ଧି ଠିକ୍ ଜାଗାରେ ପ୍ରହାର କରିଛନ୍ତି ଏବଂ ଏଥିପାଇଁ ବିଜେପିରେ ଉତ୍ତେଜନା ସୃଷ୍ଟି ହୋଇଛି। ପ୍ରଥମ ଥର ପାଇଁ ଏକ ଶାସକ ଦଳ ଜଣେ ଶିଳ୍ପପତିଙ୍କୁ ସୁରକ୍ଷା ଦେଉଛନ୍ତି। ତେବେ ଆମେ ଏକଥା କହୁନୁ, ହିଣ୍ଡେନବର୍ଗ ରିପୋର୍ଟରେ ଏହା କୁହାଯାଇଛି। ଆମେ କେବଳ ଏହି ପ୍ରସଙ୍ଗ ଉଠାଇଛୁ। ଏଥିରେ ଭୁଲ୍ କେଉଁଠି ରହିଲା ବୋଲି ସେ କହିଛନ୍ତି।
Follow Us