ଅମରନାଥ ଯାତ୍ରା ପୂର୍ବରୁ ଜମ୍ମ ଓ କଶ୍ମୀରରେ ଆତଙ୍କବାଦୀଙ୍କ ସଫା କର : ସୁରକ୍ଷା ବାହିନୀକୁ ଅମିତ ଶାହାଙ୍କ ନିର୍ଦ୍ଦେଶ

Advertisment
ଆଉ ୫ ବର୍ଷ ବଢିଲା ଜମାଏତ-ଏ-ଇସ୍ଲାମୀ ଉପରେ କଟକଣା

Image Courtesy of India Today

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରବିବାର ଜମ୍ମୁ-କଶ୍ମୀର ଉପରେ ଏକ ଉଚ୍ଚସ୍ତରୀୟ ସୁରକ୍ଷା ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଅମରନାଥଙ୍କ ଆଗାମୀ ବାର୍ଷିକ ତୀର୍ଥଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା ଏବଂ ନିକଟରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରିପ୍ରେକ୍ଷୀରେ ଜମ୍ମୁ ଅଞ୍ଚଳର ସୁରକ୍ଷା ସ୍ଥିତିର ସମୀକ୍ଷା କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଶାହ ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଶୀର୍ଷ ସୁରକ୍ଷା ଅଧିକାରୀମାନଙ୍କୁ ଜମ୍ମୁ ଅଞ୍ଚଳରେ ପୁଣି ବଢୁଥିବା ଆତଙ୍କବାଦକୁ ଦମନ କରିବା ଏବଂ ଏହାକୁ ଆଉ କୌଣସି ମୂଲ୍ୟରେ ଆଗକୁ ବଢିବାକୁ ନ ଦେବାକୁ ନିର୍ଦ୍ଦେଶ ଦେବା ସହ ଯାତ୍ରା ପାଇଁ ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରିଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ଏହି ବୈଠକରେ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ, କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା, ଆଇବି ନିର୍ଦ୍ଦେଶକ ତପନ ଡେକା, ସିଆରପିଏଫ ଡିଜି ଅନୀଶ ଦୟାଲ ସିଂହ ଉପସ୍ଥିତ ଥିଲେ।

ଏହାଛଡ଼ା ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଅଟଳ ଦୁଲୁ, ଡିଜିପି ଆର୍ ଆର୍ ସ୍ବାଇଁ, ବିଜୟ କୁମାର, ଏଡିଜିପି (ଏଲ୍ ଆଣ୍ଡଓ), ଜମ୍ମୁ-କଶ୍ମୀରର ବରିଷ୍ଠ ସେନା ଅଧିକାରୀ ଏବଂ ଗୁଇନ୍ଦା ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ବୈଠକରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଉପସ୍ଥିତ ଥିଲେ। ନିକଟରେ ଆତଙ୍କବାଦୀ ଆକ୍ରମଣ ବୃଦ୍ଧି ପାଉଥିବାରୁ ଗୃହମନ୍ତ୍ରୀ ଶାହା ଜମ୍ମୁ ଅଞ୍ଚଳର ସୁରକ୍ଷା ସ୍ଥିତି ସମ୍ପର୍କରେ ବିସ୍ତୃତ ରିପୋର୍ଟ ମାଗିଛନ୍ତି। ଜମ୍ମୁର ସୁରକ୍ଷା ସ୍ଥିତି ସମ୍ପର୍କରେ ଗୃହମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe