ମହାକୁମ୍ଭରେ ସ୍ନାନକଲେ ଅମିତ ଶାହ

Advertisment

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୋମବାର ଉତ୍ତରପ୍ରଦେଶର ପ୍ରୟାଗରାଜରେ ପହଞ୍ଚି ସଙ୍ଗମ ଘାଟରେ ସ୍ନାନ କରିବା ସହ ମହାକୁମ୍ଭ ମେଳାରେ ସାଧୁସନ୍ଥଙ୍କଠାରୁ ଆଶୀର୍ବାଦ ନେଇଛନ୍ତି। ପବିତ୍ର ସ୍ନାନ ପରେ ଶାହ ତାଙ୍କ ପତ୍ନୀ ସୋନାଲ ଶାହ ଓ ପୁଅ ଜୟ ଶାହଙ୍କ ସହ ତ୍ରିବେଣୀ ସଙ୍ଗମରେ ଆରତି କରିଥିଲେ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୋମବାର ଉତ୍ତରପ୍ରଦେଶର ପ୍ରୟାଗରାଜରେ ପହଞ୍ଚି ସଙ୍ଗମ ଘାଟରେ ସ୍ନାନ କରିବା ସହ ମହାକୁମ୍ଭ ମେଳାରେ ସାଧୁସନ୍ଥଙ୍କଠାରୁ ଆଶୀର୍ବାଦ ନେଇଛନ୍ତି। ପବିତ୍ର ସ୍ନାନ ପରେ ଶାହ ତାଙ୍କ ପତ୍ନୀ ସୋନାଲ ଶାହ ଓ ପୁଅ ଜୟ ଶାହଙ୍କ ସହ ତ୍ରିବେଣୀ ସଙ୍ଗମରେ ଆରତି କରିଥିଲେ।

jgdjdb

ପ୍ରୟାଗରାଜ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୋମବାର ଉତ୍ତରପ୍ରଦେଶର ପ୍ରୟାଗରାଜରେ ପହଞ୍ଚି ସଙ୍ଗମ ଘାଟରେ ସ୍ନାନ କରିବା ସହ ମହାକୁମ୍ଭ ମେଳାରେ ସାଧୁସନ୍ଥଙ୍କଠାରୁ ଆଶୀର୍ବାଦ ନେଇଛନ୍ତି। ପବିତ୍ର ସ୍ନାନ ପରେ ଶାହ ତାଙ୍କ ପତ୍ନୀ ସୋନାଲ ଶାହ ଓ ପୁଅ ଜୟ ଶାହଙ୍କ ସହ ତ୍ରିବେଣୀ ସଙ୍ଗମରେ ଆରତି କରିଥିଲେ। ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବାବେଳେ ଶାହଙ୍କ ସହ ବାବା ରାମଦେବ, ଯୋଗୀ ଆଦିତ୍ୟନାଥ ଓ ଅନ୍ୟ ସାଧୁମାନେ ଉପସ୍ଥିତ ଥିଲେ। ସାଧୁମାନେ ଗୃହମନ୍ତ୍ରୀଙ୍କ ନାତିଙ୍କୁ ତିଳକ ଲଗାଇ ଓ ତାଙ୍କ କପାଳକୁ ସ୍ପର୍ଶ କରି ଆଶୀର୍ବାଦ ଦେଇଥିଲେ। ପ୍ରୟାଗରାଜରେ ପହଞ୍ଚିବା ପରେ ଅମିତ ଶାହଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ତାଙ୍କ କ୍ୟାବିନେଟ୍ ମନ୍ତ୍ରୀମାନେ ସ୍ୱାଗତ କରିଥିଲେ।

ମହାକୁମ୍ଭକୁ ସନାତନ ସଂସ୍କୃତିର ଅନନ୍ୟ ପ୍ରତୀକ ବୋଲି ଅଭିହିତ କରି ଶାହ ତାଙ୍କ ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ ଏକ ପୋଷ୍ଟରେ ଲେଖିଛନ୍ତି, କୁମ୍ଭ ସନାତନ ଧର୍ମର ଜୀବନ ଦର୍ଶନକୁ ପ୍ରଦର୍ଶିତ କରେ, ଯାହା ସୌହାର୍ଦ୍ଦ୍ୟ ଉପରେ ଆଧାରିତ। ପବିତ୍ର ସହର ପ୍ରୟାଗରାଜରେ ଏକତା ଓ ଅଖଣ୍ଡତାର ଏହି ମହାନ ପର୍ବରେ ମୁଁ ସଙ୍ଗମରେ ଗାଧୋଇବା ସହ ସାଧୁସନ୍ଥଙ୍କ ଆଶୀର୍ବାଦ ଗ୍ରହଣ କରିବାକୁ ଆଗ୍ରହୀ। ସଙ୍ଗମରେ ସ୍ନାନ କରିବା ପରେ ଶାହ ବଡ଼ ହନୁମାନ ମନ୍ଦିର ଓ ଅଭୟବଟ ଦର୍ଶନ କରିଥିଲେ। ଏହାପରେ ସେ ମଧ୍ୟାହ୍ନ ଭୋଜନ ପାଇଁ ଜୁନା ଆଖଡ଼ା ଯାଇଥିଲେ। ସେଠାରୁ ଗୁରୁ ଶରଣାନନ୍ଦଜୀଙ୍କ ଆଶ୍ରମ ଯାଇ ଉଭୟ ଶରଣାନନ୍ଦଜୀ ଓ ଗୋବିନ୍ଦ ଗିରିଜୀ ମହାରାଜଙ୍କୁ ଭେଟିଥିଲେ। ତାଙ୍କର କାର୍ଯ୍ୟସୂଚୀରେ ଶୃଙ୍ଗେରୀ, ପୁରୀ ଓ ଦ୍ୱାରକାର ଶଙ୍କରାଚାର୍ଯ୍ୟମାନଙ୍କ ସହ ଏକ ବୈଠକ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe