ମହାକୁମ୍ଭରେ ବୁଡ଼ ପକାଇଲେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହ

Advertisment

ଉତ୍ତର ପ୍ରଦେଶର ପ୍ରୟାଗରାଜରେ ପହଞ୍ଚି ଗଙ୍ଗା, ଯମୁନା ଏବଂ ସରସ୍ୱତୀ ନଦୀର 'ତ୍ରିବେଣୀ ସଙ୍ଗମ'ର ପବିତ୍ର ଜଳରେ ବୁଡ଼ ପକାଇଛନ୍ତି କେନ୍ଦ୍ର ମନ୍ତ୍ରୀ ଅମିତ ଶାହ। ବୁଡ଼ ପକାଇବେ ସହ ସାଧୁସନ୍ଥଙ୍କଠାରୁ ଆଶୀର୍ବାଦ ନେଇଛନ୍ତି ଶାହ। 

ଉତ୍ତର ପ୍ରଦେଶର ପ୍ରୟାଗରାଜରେ ପହଞ୍ଚି ଗଙ୍ଗା, ଯମୁନା ଏବଂ ସରସ୍ୱତୀ ନଦୀର 'ତ୍ରିବେଣୀ ସଙ୍ଗମ'ର ପବିତ୍ର ଜଳରେ ବୁଡ଼ ପକାଇଛନ୍ତି କେନ୍ଦ୍ର ମନ୍ତ୍ରୀ ଅମିତ ଶାହ। ବୁଡ଼ ପକାଇବେ ସହ ସାଧୁସନ୍ଥଙ୍କଠାରୁ ଆଶୀର୍ବାଦ ନେଇଛନ୍ତି ଶାହ। 

amit saha

ନୂଆଦିଲ୍ଲର: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ପହଞ୍ଚି ଗଙ୍ଗା, ଯମୁନା ଏବଂ ସରସ୍ୱତୀ ନଦୀର 'ତ୍ରିବେଣୀ ସଙ୍ଗମ'ର ପବିତ୍ର ଜଳରେ ବୁଡ଼ ପକାଇଛନ୍ତି କେନ୍ଦ୍ର ମନ୍ତ୍ରୀ ଅମିତ ଶାହ। ବୁଡ଼ ପକାଇବ‌େ ସହ ସାଧୁସନ୍ଥଙ୍କଠାରୁ ଆଶୀର୍ବାଦ ନେଇଛନ୍ତି ଶାହ। 

ପବିତ୍ର ବୁଡ଼ ପକାଇବା ପରେ, ଶାହ ତାଙ୍କ ପତ୍ନୀ ସୋନାଲ ଶାହ ଏବଂ ପୁଅ ଜୟ ଶାହଙ୍କ ସହିତ ତ୍ରିବେଣୀ ସଙ୍ଗମରେ ଆରତୀ କରିଥିଲେ। ଶାହ ପ୍ରୟାଗରାଜର ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବା ସମୟରେ ବାବା ରାମଦେବଙ୍କ ସମେତ ଅନ୍ୟାନ୍ୟ ସାଧୁସନ୍ଥମାନେ ତାଙ୍କ ସହିତ ଯୋଗ ଦେଇଥିଲେ।

ଅମିତ ଶାହ ଆଜି ନିଜ ସୋସିଆଲ ମିଡିଆରେ ପେଜରେ ଲେଖିଛନ୍ତି, "ମହାକୁମ୍ଭ ସନାତନ ସଂସ୍କୃତିର ଅବିଚ୍ଛିନ୍ନ ପ୍ରବାହର ଏକ ଅନନ୍ୟ ପ୍ରତୀକ । ଆଜି ଧାର୍ମିକ ନଗରୀ ପ୍ରୟାଗରାଜରେ,ଏହି ମହାନ ପର୍ବ ଏକତା ଏବଂ ଅଖଣ୍ଡତା ପାଳନ କରାଯାଉଛି । ମୁଁ ସଙ୍ଗମରେ ବୁଡ଼ ପକାଇବା ଏବଂ ସନ୍ଥମାନଙ୍କ ଆଶୀର୍ବାଦ ନେବାକୁ ଅପେକ୍ଷା କରିଛି"। 

ସୂଚନା ଅନୁଯାୟୀ, ଗୃହମନ୍ତ୍ରୀ ଅମିତ ଶାହଙ୍କ ଜୀବନର ଏହା ଯାତ୍ରା ଦଶମ କୁମ୍ଭ ଯାତ୍ରା ହେବ । ଯେଉଁଥିରେ ମହାକୁମ୍ଭ, କୁମ୍ଭ ଏବଂ ଅର୍ଦ୍ଧକୁମ୍ଭ ଅନ୍ତର୍ଭୁକ୍ତ ରହିଛି । ଅମିତ ଶାହ ଏପର୍ଯ୍ୟନ୍ତ ୯ କୁମ୍ଭ ଏବଂ ଅର୍ଦ୍ଧକୁମ୍ଭରେ ଭାଗ ନେଇଛନ୍ତି । ନିକଟରେ ଅମିତ ଶାହା ନିଜେ ଗୁଜୁରାଟର ଏକ କାର୍ଯ୍ୟକ୍ରମରେ ଏହି ସୂଚନା ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe