Image Courtesy of India Today
ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହାଙ୍କ କରୋନାଭାଇରସ୍ ନମୁନା ପରୀକ୍ଷା ନେଗେଟିଭ୍ ଆସିଥିବା କଥା ରବିବାର ସକାଳେ ତାଙ୍କ ପାର୍ଟି ସହକର୍ମୀ ମନୋଜ ତିୱାରି ଟୁଇଟର୍ରେ ପୋଷ୍ଟ୍ କରିବା ପରେ ପୁଣି ଡିଲିଟ୍ କରିଦେଇଛନ୍ତି।
କିନ୍ତୁ, ଉକ୍ତ ପୋଷ୍ଟ୍ ଡିଲିଟ୍ ହେବା ପୂର୍ବରୁ ଏ ଖବର ଚାରିଆଡ଼େ ବ୍ୟାପୀ ଯାଇଥିଲା। ବିଜେପି, ସରକାର ଏବଂ ଅମିତ ଶାହାଙ୍କ ସ୍ବାସ୍ଥ୍ୟ ସଂକ୍ରାନ୍ତରେ ବ୍ୟକ୍ତିଗତ ଭାବେ ବୁଝାବୁଝି କରୁଥିବା ତାଙ୍କ ପରିବାର ମଧ୍ୟ ଏଥିରେ ବିସ୍ମିତ ହୋଇଯାଇଥିଲେ।
ଏ ବିଷୟରେ ସ୍ପଷ୍ଟିକରଣ ଦେଇ ଗୃହମନ୍ତ୍ରାଳୟର ଜଣେ ଅଧିକାରୀ କହିଛନ୍ତି ଯେ, ପଜିଟିଭ୍ ଜଣାପଡ଼ିବା ପର ଠାରୁ ଗୃହମନ୍ତ୍ରୀ ଅମିତ ଶାହାଙ୍କର ଆଉ କରୋନାଭାଇରସ୍ ପରୀକ୍ଷା କରାଯାଇ ନାହିଁ।
Image Courtesy of Hindustan Timesଅମିତ ଶାହାଙ୍କର ସ୍ବାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ ମନୋଜ ତିୱାରି କିଛି ସୂଚନା ଦେଇ ନ ଥିଲେ ମଧ୍ୟ ଆଗାମୀ ଦୁଇ ଦିନ ମଧ୍ୟରେ ତାଙ୍କର ନମୁନା ପରୀକ୍ଷା କରାଯିବ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି।
ସରକାରୀ ସୂତ୍ରରୁ ଜଣାପଡ଼ିଛି ଯେ, ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଶାହାଙ୍କ ଠାରେ ସମ୍ପ୍ରତି କୌଣସି ଲକ୍ଷଣ ଦେଖାଯାଉନାହିଁ। ଡାକ୍ତରଖାନା ଶଯ୍ୟାରେ ଥାଇ ସେ ଗୃହମନ୍ତ୍ରାଳୟ ଫାଇଲ୍ ଦସ୍ତଖତ କରୁଛନ୍ତି। ଦଳେ ଉତ୍ସର୍ଗୀକୃତ ଅଧିକାରୀଙ୍କ ମାଧ୍ୟରେ ସେ ଅଭ୍ୟନ୍ତରୀଣ ନିରାପତ୍ତା ଉପରେ ଦୃଷ୍ଟି ରଖିଛନ୍ତି। ତାଙ୍କର ନମୁନା ନେଭେଟିଭ୍ ଆସିଲେ ଆସନ୍ତା ସପ୍ତାହରେ ସେ ଘରକୁ ଫେରିବେ ବୋଲି ଆଶା କରାଯାଉଛି।
Follow Us