ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

Advertisment
ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

ଭୁବନେଶ୍ବର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା  ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସୋମବାର ସକାଳ ୯ଟା ୪୫ ମିନିଟ୍ ସମୟରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ପହଞ୍ଚି ଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି । ମନ୍ଦିର ଭିତରେ ସେ ସର୍ବପ୍ରଥମେ ଶ୍ରୀଗଣେଶଙ୍କୁ ଦର୍ଶନ କରିଥିଲେ। ତାପରେ ଶ୍ରୀଲିଙ୍ଗରାଜଙ୍କର ପୂଜାର୍ଚ୍ଚନା କରିଥିଲେ । ସେଠାରେ ସେ ଜଳାଭିଷେକ ମଧ୍ୟ କରିଥିବା ସୂଚନା ରହିଛି।ଏହାପରେ ଶ୍ରୀ ଶାହ ବେଢ଼ା ପରିକ୍ରମା କରିବା ସହ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି।

ଶ୍ରୀଲିଙ୍ଗରାଜ ମନ୍ଦିରରେ ସେ ପ୍ରାୟ ୨୦ ମିନିଟ୍ ଅତିବାହିତ କରିଥିଲେ । ଏହାପରେ ମନ୍ଦିିରର ଦଶନ‌ାର୍ଥୀ ଖାତାରେ ସ୍ବାକ୍ଷର କରି ମନ୍ଦିରରୁ ବାହାରିଥିଲେ।  ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବର ଲୋକସଭା ସଦସ୍ୟ ଅପରାଜିତା ଷଡ଼ଙ୍ଗୀ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ରାଷ୍ଟ୍ରୀୟ ପ୍ରବକ୍ତା ଡାକ୍ତର ସମ୍ବିତ ପାତ୍ର ଓ ଜିଲ୍ଲା ବିଜେପି ସଭାପତି ବାବୁ ସିଂହ ପ୍ରମୁଖ ଉପସ୍ଥିତ ଥି‌ଲେ। ସ୍ବରାଷ୍ଟ୍ର ମନ୍ତ୍ରୀ ହେବା ପରେ ଅମିତ ଶାହ ପ୍ରଥମ ଥର ଲାଗି ଶ୍ରୀଲିଙ୍ଗରାଜଙ୍କର ଦର୍ଶନ କରିଛନ୍ତି। ଏହା ପୂର୍ବରୁ ସେ ୨୦୧୫ ଓ ୨୦୧୭ରେ ଭୁବନେଶ୍ବର ଗସ୍ତରେ ଆସିଥିବା ସମୟରେ  ଶ୍ରୀଲିଙ୍ଗରାଜଙ୍କର ଦର୍ଶନ କରିଥିଲେ।

publive-image

ଶ୍ରୀଲିଙ୍ଗରାଜ ମନ୍ଦିରରୁ ବାହାରି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ବାସଭବନକୁ ଯାଇ ଏବଂ ସେଠାରେ ଚା ଓ ଜଳପାନ କରିଛନ୍ତି। ସମୀର ମହାନ୍ତିଙ୍କ ପୁରୁଣା ଭୁବନେଶ୍ବର ବାସଭବନରେ ଶ୍ରୀ ଶାହା ପହଞ୍ଚିବା ପରେ ତାଙ୍କୁ ଉତ୍ତରୀୟ ଦେଇ ପାରମ୍ପରିକ ରୀତିରେ ସ୍ବାଗତ କରାଯାଇଥିଲା। ଏଠାରେ ମଧ୍ୟ ରାଜ୍ୟ ବିଜେପିର ବହୁ ନେତା ଉପସ୍ଥିତ ଥିବ‌ା ଦେଖିବାକୁ ମିଳିଥିଲା।

ସୂଚନାଯୋଗ୍ୟ, ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ରବିବାର ରାତିରେ ଭୁବନେଶ୍ବରରେ ପହଞ୍ଚିଥିଲେ। ବିଳମ୍ବିତ ରାତିରେ ଭୁବନେଶ୍ବରରେ ପହଞ୍ଚିବା ପରେ ବିମାନବନ୍ଦରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ତାଙ୍କ ସହିତ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଆସିଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଭୁବନେଶ୍ବରରୁ କଟକ ସଡ଼କ ପଥରେ ଯିବେ। ଏଥିପାଇଁ ଦୁଇ ସହରରେ ଏବଂ ଜାତୀୟ ରାଜପଥ-୧୬ରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରଯାଇଛି। ଶ୍ରୀ ଶାହ କଟକର ଓଡ଼ିଆ ବଜାରସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମପୀଠ ପରିଦର୍ଶନରେ ଯିବେ। ସେଠାରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ପୂର୍ବାହ୍ନ ୧୧ଟାରେ କଟକର ଇନଡୋର୍‌ ଷ୍ଟାଡିୟମରେ ଦୈନିକ ‘ପ୍ରଜାତନ୍ତ୍ର’ର ୭୫ତମ ବାର୍ଷିକ ଉତ୍ସବରେ ଯୋଗଦେବେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯୋଗ‌ ଦେବାର କାର୍ଯ୍ୟକ୍ରମ ରହିଛି।

ଅପରାହ୍ନ ୧ଟାରେ ରାଜ୍ୟ ବିଜେପି ମୁଖ୍ୟାଳୟରେ ଆୟୋଜିତ ହର୍‌ ଘର୍‌ ତ୍ରିରଙ୍ଗା ଅଭିଯାନ କାର୍ଯ୍ୟକ୍ରମରେ ଯୋଗଦେବେ। ଅପରାହ୍ନ ୪ଟା ୩୦ରେ ମେ’ଫେୟାର କନଭେନସନ୍‌ରେ ‘ମୋଦି@୨୦: ଡ୍ରିମ୍‌ସ ମିଟ୍‌ ଡେଲିଭରି’ର ଓଡ଼ିଶା ଚାପ୍ଟରର ଲୋକାର୍ପଣ କରି ସଂଧ୍ୟା ୬ଟାରେ ଦିଲ୍ଲୀ ଫେରିଯିବେ ବୋଲି ରାଜ୍ୟ ବିଜେପି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe