Image Courtesy of India Today
ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଆଉ କିଛି ସପ୍ତାହ ବାକି ଥିବା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ତଥା ‘ବିଜେପି’ ନିର୍ବାଚନ ରଣନୀତିଜ୍ଞ ଅମିତ ଶାହ ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ବି. ଏସ୍. ୟେଦିୟୁରପ୍ପାଙ୍କ ବେଙ୍ଗାଲୁରୁସ୍ଥିତ ବାସଭବନକୁ ଯାଇ ସକାଳ ଜଳଖିଆ ଖାଇବା ସହିତ ଆୟୋଜିତ ବୈଠକରେ ଯୋଗ ଦେଇଥିଲେ।
ଶାହଙ୍କ ସହିତ ସେଠାକୁ ଯାଇଥିଲେ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ, ‘ବିଜେପି’ ଜାତୀୟ ସାଧାରଣ ସମ୍ପାଦକ ତଥା ଚିକ୍କାମାଗାଲୁରୁ ବିଧାୟକ ସି. ଟି. ରବି, ରାଜ୍ୟମନ୍ତ୍ରୀ ଗୋବିନ୍ଦ ମୁକ୍ତପ୍ପା କାର୍ଜୋଲ୍, ସାଂସଦ ଅରୁଣ ସିଂହ ଏବଂ ବିଧାୟକ ନଳୀନି କୁମାର କାତୀଲ୍।
ବୈଠକ ସମୟରେ ଉତ୍ତୋଳିତ ଭିଡିଓରେ ଦେଖାଯାଉଛି, ସ୍ବାଗତ-ପୁଷ୍ପଗୁଚ୍ଛ ତାଙ୍କ ପୁଅ ବିଜୟେନ୍ଦ୍ରକୁ ହସ୍ତାନ୍ତର କରିବା ଲାଗି ଶାହା ୟେଦିୟୁରପ୍ପାଙ୍କୁ କହୁଛନ୍ତି। ଏହାପରେ, ବିଜୟେନ୍ଦ୍ର ଶାହାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରୁଛନ୍ତି ଓ ଦୁହେଁ ଫଟୋ ପାଇଁ ‘ପୋଜ୍’ ଦେଉଛନ୍ତି।
Image Grabbed From Videoକର୍ଣ୍ଣାଟକର ବିଭିନ୍ନ ଆସନରୁ ‘ବିଜେପି’ ଟିକେଟ୍ ପ୍ରସଙ୍ଗରେ ପଚାରା ଯିବାରୁ ସି. ଟି. ରବି କହିଲେ, ଟିକେଟ ବଣ୍ଟନ କଥା ରୋଷେଇଘରେ କି ‘ଡାଇନିଙ୍ଗ୍ ଟେବୁଲ୍’ରେ ସ୍ଥିର କରାଯାଏ ନାହିଁ।
ବେଙ୍ଗାଲୁରୁ ଗସ୍ତ ଓ ‘ରିଜିଓନାଲ୍ କନ୍ଫରେନ୍ସ୍ ଅନ୍ ଡ୍ରଗ୍ ଟ୍ରାଫିକିଙ୍ଗ୍’ରେ ଯୋଗ ଦେବେ ବୋଲି ଗତରାତିରେ ଟୁଇଟ୍ କରି ଅମିତ ଶାହ ସୂଚନା ଦେଇଥିଲେ।
ସେ ଲେଖିଥିଲେ, ବେଙ୍ଗାଲୁରୁ ଯାଉଛି। ଆସନ୍ତାକାଲି ‘ଏନ୍ସିବି’ର ‘ରିଜିଓନାଲ୍ କନ୍ଫରେନ୍ସ୍ ଅନ୍ ଡ୍ରଗ୍ ଟ୍ରାଫିକିଙ୍ଗ୍ ଆଣ୍ଡ୍ ନ୍ୟାସ୍ନାଲ୍ ସିକ୍ୟୁରିଟି ଫର୍ ସଦର୍ଣ୍ଣ ଷ୍ଟେଟ୍ସ୍/ୟୁଟିଜ୍’ରେ ଅଧ୍ୟକ୍ଷତା କରିବି। ଏହି ସମ୍ମିଳନୀରେ ୧୨୩୫ କୋଟି ଟଙ୍କା ମୂଲ୍ୟର ପ୍ରାୟ ୯୨୯୮ କିଲୋ ଡ୍ରଗ୍ ନଷ୍ଟ କରାଯିବ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ଡ୍ରଗ୍-ମୁକ୍ତ ଭାରତ’ ପରିକଳ୍ପନା ସାକାର କରିବାକୁ ଆମେ ପ୍ରତିବଦ୍ଧ।
Follow Us