ପୁଲଓ୍ବାମା ବାର୍ଷିକୀରେ ପାକିସ୍ତାନକୁ ଚେତାବନୀ ଦେଲେ ଶାହ

ପୁଲଓ୍ଵାମା ଆକ୍ରମଣର ବାର୍ଷିକୀ ଅବସରରେ ଗୃହମନ୍ତ୍ରୀ ଅମିତ ଶାହ ସହିଦ ଯବାନଙ୍କୁ ମନେ ପକାଇଛନ୍ତି। ଭାରତର ସେନା ଏବଂ ସୀମା ସହ ଖେଳ ଖେଳିବାକୁ ଚେଷ୍ଟା କର ନାହିଁ ବୋଲି ସେ ସ୍ପଷ୍ଟ ଭାଷାରେ ପାକିସ୍ତାନକୁ ଚେତାବନୀ ଶୁଣାଇଛନ୍ତି ।

amit

ହଲଦ୍ୱାନୀ : ପୁଲଓ୍ଵାମା ଆକ୍ରମଣର ବାର୍ଷିକୀ ଅବସରରେ ଗୃହମନ୍ତ୍ରୀ ଅମିତ ଶାହ ସହିଦ ଯବାନଙ୍କୁ ମନେ ପକାଇଛନ୍ତି। ଭାରତର ସେନା ଏବଂ ସୀମା ସହ ଖେଳ ଖେଳିବାକୁ ଚେଷ୍ଟା କର ନାହିଁ ବୋଲି ସେ ସ୍ପଷ୍ଟ ଭାଷାରେ ପାକିସ୍ତାନକୁ ଚେତାବନୀ ଶୁଣାଇଛନ୍ତି ।  ଉତ୍ତରାଖଣ୍ଡର ହଲଦ୍ୱାନୀରେ ଆୟୋଜିତ '୩୮ତମ ଜାତୀୟ କ୍ରୀଡ଼ା'ର ସମାପନୀ ସମାରୋହକୁ ସମ୍ବୋଧିତ କରି ଶାହା ଏହା କହିଛନ୍ତି। 

ଅମିତ ଶାହ କହିଛନ୍ତି, ୨୦୧୯ ଆଜିର ଦିନରେ ପୁଲୱାମାରେ ଆମର ୪୦ ଜଣ ଯବାନ ସହିଦ ହୋଇଥିଲେ। ଏହି ସୈନିକଙ୍କ ବଳିଦାନ କେବଳ ଦେଶକୁ ସୁରକ୍ଷିତ କରିନଥିଲା ବରଂ ଏହି ଯବାନଙ୍କ ସହିଦ ହେବା ପରେ ପାକିସ୍ତାନରେ ପ୍ରବେଶ କରି ଆତଙ୍କବାଦୀଙ୍କୁ କଡ଼ା ଜବାବ ଦେବାକୁ ପ୍ରଧାନମନ୍ତ୍ରୀ ମୋଦୀ ଏୟାର ଷ୍ଟ୍ରାଇକ୍ କରିଥିଲେ। ସେଥିପାଇଁ ଭାରତ ପ୍ରତି ବିଶ୍ୱର ଦୃଷ୍ଟିକୋଣ ବଦଳିଯାଇଛି । ବିଶ୍ୱର ସମସ୍ତ ଆତଙ୍କବାଦୀଙ୍କୁ ଏକ ବାର୍ତ୍ତା ଦିଆଯାଇଛି ଯେ ସେମାନେ ଭାରତର ସୀମା ଏବଂ ସେନା ସହ ଗଣ୍ଡଗୋଳ କରିପାରିବେ ନାହିଁ । ଶେଷରେ ସେ କହିଥିଲେ ଯେ ଦେଶର ସୁରକ୍ଷା ପାଇଁ ପ୍ରାଣ ବଳି ଦେଇଥିବା ସମସ୍ତ ୪୦ ଜଣ ସୈନିକଙ୍କୁ ମୁଁ ହୃଦୟରୁ ଶ୍ରଦ୍ଧାଞ୍ଜଳି ଦେବାକୁ ଚାହୁଁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe