ରାହୁଲ ଗାନ୍ଧୀଙ୍କୁ ଚେତାବନୀ ଦେଲେ ଅମିତ ଶାହ

Categories : ଦେଶ- ବିଦେଶ  କଂଗ୍ରେସ ନେତା ରାହୁଲ ଗାନ୍ଧୀ ସମ୍ବିଧାନର ନକଲି କପି ଦେଖାଇ ସମ୍ବିଧାନକୁ ଅପମାନିତ କରିଛନ୍ତି ଏବଂ ସମ୍ବିଧାନକୁ ପରିହାସରେ ଉଡ଼ାଇଛନ୍ତି ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅଭିଯୋଗ କରିଛନ୍ତି।

amit saha

ରାଞ୍ଚି/ପଲାମୁ:  କଂଗ୍ରେସ ନେତା ରାହୁଲ ଗାନ୍ଧୀ ସମ୍ବିଧାନର ନକଲି କପି ଦେଖାଇ ସମ୍ବିଧାନକୁ ଅପମାନିତ କରିଛନ୍ତି ଏବଂ ସମ୍ବିଧାନକୁ ପରିହାସରେ ଉଡ଼ାଇଛନ୍ତି ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅଭିଯୋଗ କରିଛନ୍ତି।  ଶାହ ଦାବି କରିଛନ୍ତି ଯେ ବିଜେପି କେବେ ବି କଂଗ୍ରେସକୁ ସଂଖ୍ୟାଲଘୁଙ୍କ ପାଇଁ ସଂରକ୍ଷଣ କାର୍ଯ୍ୟକାରୀ କରିବାକୁ ଦେବନାହିଁ। ଝାଡ଼ଖଣ୍ଡର ପଲାମୁରେ ବିଜେପିର ଏକ ରାଲିରେ ଶାହ କହିଛନ୍ତି ଯେ ରାହୁଲ ଗାନ୍ଧୀ ସମ୍ବିଧାନର ଏକ କପି ଦେଖାଉଛନ୍ତି। କିନ୍ତୁ ୨ ଦିନ ତଳେ ସେ ଧରାପଡ଼ିଗଲେ। କେହି ଜଣେ ଏହି ସମ୍ବିଧାନର କପି ପାଇଥିଲେ। ଏହା ନକଲି ବୋଲି ଜଣାପଡ଼ିଲା। ଏଥିରେ କୌଣସି ବିଷୟବସ୍ତୁ ନାହିଁ। ଶାହ କହିଛନ୍ତି, ସମ୍ବିଧାନକୁ ପରିହାସ କରିବା କଦାପି ଗ୍ରହଣୀୟ ନୁହେଁ।  ଏହା ଭରସା ଏବଂ ବିଶ୍ବାସର ପ୍ରଶ୍ନ।

 ସମ୍ବିଧାନର ନକଲି କପି ଦେଖାଇ ଆପଣ ବି.ଆର୍‌ ଆମ୍ବେଦକରଙ୍କୁ ଅପମାନିତ କରୁଛନ୍ତି। ମୋଦୀ ନଭେମ୍ବର ୨୬ ତାରିଖରୁ ସମ୍ବିଧାନ ଦିବସ ଭାବେ ପାଳନ କରିବାପାଇଁ ନିଷ୍ପତ୍ତି ନେଇଥିବା ଶାହ କହିଛନ୍ତି। କଶ୍ମୀର‌ରେ ଧାରା ୩୭୦ ଫେରାଇ ଆଣିବାପାଇଁ କଂଗ୍ରେସ କରିଥିବା ଉଦ୍ୟମ ପାଇଁ ମଧ୍ୟ ଶାହ ବର୍ଷିଛନ୍ତି। ଶାହ କହିଛନ୍ତି, କଶ୍ମୀର ଭାରତର ଏକ ଅବିଚ୍ଛେଦ୍ୟ ଅଂଶ। ମୁଁ ରାହୁଲ ଗାନ୍ଧୀଙ୍କୁ ଏହା ଚେତାବନୀ ଦେଉଛି ଯେ ତୁମ ଚତୁର୍ଥ ପିଢ଼ି ବି ଧାରା ୩୭୦କୁ ଫେରାଇ ପାରିବେନି। ଶାହ ମଧ୍ୟ ଝାଡ଼ଖଣ୍ଡରେ ଜେଏମଏମ୍‌ ନେତୃତ୍ବାଧୀନ ମେଣ୍ଟ ସରକାର ଉପରେ ବର୍ଷିଛନ୍ତି। ଶାହ କହିଛନ୍ତି, ଏହା ‌ଦେଶରେ ସବୁଠାରୁ ଦୁର୍ନୀତିଗ୍ରସ୍ତ ସରକାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe