ଏପ୍ରିଲ୍ ୨୫ରେ ସୋନପୁର ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

Advertisment
ଏପ୍ରିଲ୍ ୨୫ରେ ସୋନପୁର ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଭୁବନେଶ୍ବର: ଆସନ୍ତା ଏପ୍ରିଲ୍ ୨୫ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଆସିବେ। ସେ ସେହି ଦିନ ସୋନପୁରରେ ଜନସଭାକୁ ସମ୍ବୋଧନ କରିବେ। ଏନେଇ ଆଜି ସୂଚନା ଦେଇଛନ୍ତି ବିଜେପିର ଉପସଭାପତି ଗୋଲକ ମହାପାତ୍ର। ସୋନପୁରରୁ ଫେରି ଅମିତ ଶାହ ଭୁବନେଶ୍ବରରେ ରାତ୍ରିଯାପନ କରିବେ। ସେ ଏଠାରେ ବିଜେପିର ପଦାଧିକାରୀଙ୍କ ସହ ନିର୍ବାଚନ ରଣନୀତି ନେଇ ଆଲୋଚନା କରିବା ସହ ବିଜୟ ମନ୍ତ୍ର ଦେବେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଣ୍ଟାବାଞ୍ଜିରୁ ବିଧାନସଭା ନିର୍ବାଚନ ଲଢ଼ୁଥିବାରୁ ଅମିତ ଶାହ ବି ପଶ୍ଚିମ ଓଡ଼ିଶାରୁ ନିର୍ବାଚନୀ ବିଗୁଲ୍ ବଜାଇବେ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe