ମହାରାଷ୍ଟ୍ର ପାଇଁ ରବିବାର ଆସିବ ବିଜେପିର ଘୋଷଣାପତ୍ର

ନଭେମ୍ବର ୨୦ରେ ମହାରାଷ୍ଟ୍ରର ସମସ୍ତ ୨୮୮ ଆସନରେ ମତଦାନ ହେବ। ସବୁ ଦଳର ପ୍ରାର୍ଥୀ ମାନେ ପ୍ରଚାରରେ ବ୍ୟସ୍ତ ଅଛନ୍ତି । ସେପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରବିବାର (ନଭେମ୍ବର ୧୦) ବିଧାନସଭା ନିର୍ବାଚନ ପାଇଁ ଦଳର ଇସ୍ତାହାର ଜାରି କରିବେ।

ଅମିତ ଶାହଙ୍କ ୨ ଦିନିଆ ଜମ୍ମୁ କଶ୍ମୀର ଗସ୍ତ:ସୁରକ୍ଷା‌ ସ୍ଥିତି ସମୀକ୍ଷା କଲେ

ନୂଆଦିଲ୍ଲୀ: ନଭେମ୍ବର ୨୦ରେ ମହାରାଷ୍ଟ୍ରର ସମସ୍ତ ୨୮୮ ଆସନରେ ମତଦାନ ହେବ। ସବୁ ଦଳର ପ୍ରାର୍ଥୀ ମାନେ ପ୍ରଚାରରେ ବ୍ୟସ୍ତ ଅଛନ୍ତି । ସେପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରବିବାର (ନଭେମ୍ବର ୧୦) ବିଧାନସଭା ନିର୍ବାଚନ ପାଇଁ ଦଳର ଇସ୍ତାହାର ଜାରି କରିବେ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ ମହାରାଷ୍ଟ୍ର ଲୋକଙ୍କ ପାଇଁ ବିଜେପି କେତେକ ଲୋଭନୀୟ ପ୍ରତିଶ୍ରୁତି ଦେଇପାରେ । ଲାଡଲି ଯୋଜନାରେ ରାଜ୍ୟର ଗରିବ ମହିଳାମାନଙ୍କୁ ପ୍ରତି ମାସ ୧୧ ତାରିଖରେ ୨୧୦୦ ଟଙ୍କା ଦିଆଯିବା ସମ୍ପର୍କରେ ବିଜେପି ଘୋଷଣା କରିପାରେ। 

ମହାରାଷ୍ଟ୍ରର ସ୍ନାତକ ଓ ସ୍ନାତକୋତ୍ତର ଯୁବକଯୁବତୀଙ୍କୁ ଭଲ ଚାକିରି ପାଇଁ ପ୍ରସ୍ତୁତ ପାଇଁ ଦୁଇ ବର୍ଷ ପାଇଁ ୨ହଜାର ଟଙ୍କାର ଭତ୍ତା ଘୋଷଣା କରାଯାଇପାରେ। ଆୟୁଷ୍ମାନ ଯୋଜନାରେ ପ୍ରତି ପରିବାରକୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ଏବଂ ପରିବାରର ୭୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ପୃଥକ ଭାବେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା କରାଯିବ।

ଜାତୀୟ ଆପ୍ରେଣ୍ଟିସିପ୍ ପ୍ରୋତ୍ସାହନ ଯୋଜନାରୁ ୧୦ ଲକ୍ଷ ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ଓ ମାସିକ ଷ୍ଟାଇପେଣ୍ଡ ପ୍ରଦାନ କରାଯିବ । ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ୧୦ ଲକ୍ଷ ଘର ପ୍ରଦାନ କରାଯିବ ।  କିଷାନ ସମ୍ମାନ ଯୋଜନାକୁ ୧୦ରୁ ୧୨୫୦କୁ ବୃଦ୍ଧି କରାଯାଇପାରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe