ଅମିତାଭ, ଅଭିଷେକ, ଐଶ୍ବର୍ଯ୍ୟା, ଆରାଧ୍ୟା ସୁସ୍ଥ ହେଉଛନ୍ତି

Advertisment
ଐଶ୍ୱର୍ଯ୍ୟା-ଆରାଧ୍ୟାଙ୍କୁ ବି କରୋନା, ଜୟା ଓ ପରିବାରର ଅନ୍ୟ ସଦସ୍ୟ ନେଗେଟିଭ୍‌

Zee News

ମୁମ୍ବାଇ: ମେଗାଷ୍ଟାର ଅମିତାଭ ବଚ୍ଚନ, ପୁତ୍ର ଅଭିଷେକ ବଚ୍ଚନ, ପୁତ୍ରବଧୂ ଐଶ୍ବର୍ଯ୍ୟା ରାୟ ବଚ୍ଚନଏବଂ ନାତୁଣୀ ଆରାଧ୍ୟା ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ଅମିତାଭ ଏବଂ ଅଭିଷେକ ଏବେ ନାନାବତି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଉଭୟଙ୍କୁ ହସ୍ପିଟାଲର ଆଇସୋଲେସନ ୱାର୍ଡରେ ରଖାଯାଇଛି। ତେବେ ଉଭୟ ଏବେ ସାଧାରଣ ଚିକିତ୍ସା ମଧ୍ୟରେ ଅଛନ୍ତି ଏବଂ ସେମାନଙ୍କ ପାଇଁ କୌଣସି ବଡ଼ ଧରଣର ଚିକିତ୍ସାର ଆବଶ୍ୟକତା ନାହିଁ ବୋଲି ନାନାବତି ହସ୍ପିଟାଲ୍‌ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଉଭୟଙ୍କ କ୍ଷେତ୍ରରେ ସାମାନ୍ୟ କରୋନା ଲକ୍ଷଣ ଦେଖା ଦେଇଛି। ଏଥିନେଇ ‌ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି ହସ୍ପିଟାଲ୍‌ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଅପରପକ୍ଷେ, ଐଶ୍ବର୍ଯ୍ୟା ରାୟ ବଚ୍ଚନ ଏବଂ ତାଙ୍କ ୮ ବର୍ଷୀୟ ଝିଅ ଆରାଧ୍ୟଙ୍କ କୋଭିଡ-୧୯ ପଜିଟିଭ ଆସିବା ପରେ ସେମାନଙ୍କୁ ଘରେ ସେଲ୍‌ଫ କ୍ବାରାଣ୍ଟିନ୍‌ରେ ରଖାଯାଇଛି। ଅପରପକ୍ଷେ, ଅଭିଷେକ ଟ୍ବିଟ୍‌ କରି ଜଣାଇଛନ୍ତି, ଯେ ପର୍ଯ୍ୟନ୍ତ ହସ୍ପିଟାଲ୍‌ କର୍ତ୍ତୃପକ୍ଷ ବିକଳ୍ପ ନିଷ୍ପତ୍ତି ନେଇ ନାହାନ୍ତି, ସେ ପର୍ଯ୍ୟନ୍ତ ବାପା ଓ ମୁଁ ହସ୍ପିଟାଲରେ ରହିବୁ। ଅମିତାଭଙ୍କ ଘରେ କାମ କରୁଥିବା ୨୬ କର୍ମଚାରୀଙ୍କ ରିପୋର୍ଟ ନେଗେଟିଭ ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe