କେବିସିର ୧୪ତମ ସିଜିନ ପାଇଁ କେତେ ପାରିଶ୍ରମିକ ନେଉଛନ୍ତି ବିଗ୍ ବି?

Advertisment
କେବିସିର ୧୪ତମ ସିଜିନ ପାଇଁ କେତେ ପାରିଶ୍ରମିକ ନେଉଛନ୍ତି ବିଗ୍ ବି?

ମୁମ୍ବାଇ: ଅଗଷ୍ଟ ୭ରେ କୌନ ବନେଗା କରୋଡପତୀ(କେବିସି) ର ନୂଆ ସିଜିନ ଆରମ୍ଭ ହୋଇଛି। ଏହା କେବିସିର ୧୪ତମ ସିଜିନ ହୋଇଥିବା ବେଳେ ଆଜି ବି ଲୋକଙ୍କ ମଧ୍ୟରେ ଏହି ସୋ’କୁ ନେଇ କ୍ରେଜ ରହିଛି। ବର୍ଷ ପରେ ବର୍ଷ ଗଡି ଚାଲିଥିବା ବେଳେ ଏହି ସୋ’ର ଟିଆରପି ବଢ଼ି ବଢ଼ି ଚାଲିଛି। ଏହା ସହ କେବିସିରେ ଭାଗ ନେଉଥିବା ପ୍ରତିଯୋଗୀଙ୍କ ପୁରସ୍କାର ରାଶି ମଧ୍ୟ ସମୟ ଅନୁସାରେ ବଢ଼ାଯାଇଛି। ତେବେ ସୋ’ର ଉପସ୍ଥାପକ ହୋଇ ଟିଆରପି ବଢ଼ାଉଥିବା ବିଗ୍ ବି ଅମିତାଭ ବଚ୍ଚନ ଏହି ସୋ’ ପାଇଁ କେତେ ପାରିଶ୍ରମିକ ନେଉଛନ୍ତି, ତାହା ଜାଣନ୍ତି କି?

ଅନେକଙ୍କ ମନରେ ଏପ୍ରଶ୍ନ ଥିବ ନିଶ୍ଚୟ। ଜାତୀୟ ଗଣମାଧ୍ୟମ ଆଜ୍ ତକ ଅନୁଯାୟୀ, ଅମିତାଭ ବଚ୍ଚନ 'କେବିସି ୧୪' ପାଇଁ ୭.୫ କୋଟି ଟଙ୍କା ପାରିଶ୍ରମିକ ନେଉଛନ୍ତି। ଅମିତାଭ ବଚ୍ଚନ ପ୍ରଥମ ସିଜିନ ପାଇଁ ୧କୋଟି ଟଙ୍କା ନେଇଥିବା ବେଳେ ଦ୍ୱିତୀୟ ସିଜିନ ପାଇଁ ସେ ୨କୋଟି ଟଙ୍କା ଦାବି କରିଥିଲେ। ପରେ ଅମିତାଭ ବଚ୍ଚନ ସିଜିନ-୪ ପାଇଁ ପାରିଶ୍ରମିକ ହ୍ରାସ କରି କେବଳ ୧ କୋଟି ଟଙ୍କା ନେବାକୁ ରାଜି ହୋଇଥିଲେ। ଏହା ସହ ସିଜନ ୭ରେ ଅମିତାଭ ବଚ୍ଚନ ୭ କୋଟି ଟଙ୍କା ପାରିଶ୍ରମିକ ମାଗିଥିବା ବେଳେ ବର୍ତ୍ତମାନ ଅମିତାଭ ବଚ୍ଚନ ଚଳିତ ସିଜିନ ପାଇଁ ୭.୫ କୋଟି ଟଙ୍କା ପାରିଶ୍ରମିକ ନେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe