ଅମିତାଭ ବଚ୍ଚନ ସୁସ୍ଥ ଅଛନ୍ତି; ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଭର୍ତ୍ତି ହୋଇଥିଲେ ହସ୍ପିଟାଲରେ: ସ୍ପଷ୍ଟ କଲେ ନାନାବତୀ ହସ୍ପିଟାଲ ପ୍ରବକ୍ତା

Advertisment
ଅମିତାଭ ବଚ୍ଚନ ସୁସ୍ଥ ଅଛନ୍ତି; ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଭର୍ତ୍ତି ହୋଇଥିଲେ ହସ୍ପିଟାଲରେ: ସ୍ପଷ୍ଟ କଲେ ନାନାବତୀ ହସ୍ପିଟାଲ ପ୍ରବକ୍ତା

ମୁମ୍ବାଇ: ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନ, ଗତ ମଙ୍ଗଳବାର ବିଳମ୍ବିତ ମଧ୍ୟରାତ୍ରରେ ହଠାତ୍‌ ଗୁରୁତର ଭାବେ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଚିକିତ୍ସା ପାଇଁ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି କେତେକ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା। ଏହି ଖବରର ପ୍ରସାରଣ ପରେ ତମାମ୍‌ ଦେଶରେ ତଥା ବିଦେଶରେ ଥିବା ଅମିତାଭଙ୍କର କୋଟି କୋଟି ପ୍ରଶଂସକ (ଫ୍ୟାନ୍‌) ମିୟମ୍ରାଣ ହୋଇପଡ଼ିବା ସହ ପ୍ରସାରିତ ଖବରର ସତ୍ୟତା ଅନୁସନ୍ଧାନ କରିବାରେ ଲାଗି ପଡ଼ିଥିଲେ। ହେଲେ, ଏ ଘଟଣା ସଂପର୍କରେ ଅମିତାଭଙ୍କ ପରିବାର ବର୍ଗ ଓ ନାନାବତୀ ହସ୍ପିଟାଲ କର୍ତ୍ତୃପକ୍ଷ ସଂପୂର୍ଣ୍ଣ ନିରବତା ଅବଲମ୍ବନ କରିଥିଲେ।

ହେଲେ, ଆଜି ଅପରାହ୍ଣରେ ନାନାବତୀ ହସ୍ପିଟାଲର ମୁଖପାତ୍ର ଅମିତାଭଙ୍କ ସ୍ୱାସ୍ଥାବସ୍ଥା ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ନାନାବତୀ ହସ୍ପିଟାଲର ମୁଖପାତ୍ର କହିଛନ୍ତି ଯେ ଅମିତାଭ ବଚ୍ଚନ ତାଙ୍କର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ଆସି ମଙ୍ଗଳବାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟ ସରିଗଲାଣି। ସେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ଆଜି ସନ୍ଧ୍ୟା ନହେଲେ କାଲି ସକାଳୁ ହସ୍ପିଟାଲରୁ ଡିସ୍‌ଚାର୍ଜ କରି ଦିଆଯିବ।

ତେବେ, ନାନାବତୀ ହସ୍ପିଟାଲରେ ସ୍ୱାସ୍ଥ୍ୟ ପରୀକ୍ଷା ଚାଲିଥିବା ବେଳେ ମଧ୍ୟ ଅମିତାଭ କଡଓ୍ଵା ଚୌତ୍‌ ବ୍ରତ ପାଳନ ଅବସରରେ ଗତ ଗୁରୁବାର ଦିନ ଟୁଇଟ୍‌ କରି ନିଜର ପ୍ରଶଂସକମାନଙ୍କୁ ଶୁଭକାମନା ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe