୭୦ କୋଟି ଟଙ୍କା ଟିକସ ଦେଲେ ଅମିତାଭ ବଚ୍ଚନ

Advertisment
ଏହି ରୋଗ ଯୋଗୁଁ ଖରାପ ହୋଇଯାଇଛି ଅମିତାଭଙ୍କ ୭୫ ପ୍ରତିଶତ ଯକୃତ

Image Courtesy of India Today

ନୂଆଦିଲ୍ଲୀ: ୨୦୧୮-୧୯ ଆର୍ଥିକ ବର୍ଷରେ ପ୍ରଖ୍ୟାତ ଅଭିନେତା ଅମିତାଭ ୭୦ କୋଟି ଟଙ୍କା ଟିକସ ଦେଇଥିବା କଥା ଏକ ବିବୃତି ଦେଇ ତାଙ୍କ ମୁଖପାତ୍ର କହିଛନ୍ତି।

ନିକଟ ଅତୀତରେ ଅମିତାଭ ବିହାରର ମୁଜାଫରପୁରର ୨, ୦୮୪ ଚାଷୀ କରିଥିବା ଋଣ ପରିଶୋଧ କରିଛନ୍ତି। ଫେବ୍ରୁଆରି ୧୪ ପୁଲ୍‌ଓ୍ଵାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ପରିବାର ସଦସ୍ୟଙ୍କୁ ୧୦ ଲକ୍ଷ ଲେଖାଏଁ ଟଙ୍କା ଦାନ ଦେଇଛନ୍ତି।

ଏ ବର୍ଷ ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ବଦ୍‌ଲା’ ମୁକ୍ତିଲାଭ କରିଛି। ସକ୍ଟ୍‌ଲାଣ୍ଡ୍‌ର ଗ୍ଲାସ୍‌ଗୋରେ ବହୁଳାଂଶ ସୁଟିଙ୍ଗ୍‌ ହୋଇଥିବା ଏହି ରହସ୍ୟମୟ ଥ୍ରିଲର୍‌ରେ ତାପ୍‌ସୀ ପାନ୍ନୁ, ଅମ୍ରିତା ସିଂହ, ଟନି ଲ୍ୟୁକ୍‌, ମାନବ କାଉଲ୍‌ ଏବଂ ତନବୀର ଘାନି ଆଦି ଅଭିନୟ କରିଛନ୍ତି। ସ୍ପେନୀୟ ଚଳଚ୍ଚିତ୍ର ‘ଦି ଇନ୍‌ଭିଜିବଲ୍‌ ଗେଷ୍ଟ୍‍’ରୁ ଏହି ଚଳଚ୍ଚିତ୍ରର କଥାବସ୍ତୁ ଆନୁଷ୍ଠାନିକ ଭାବେ ଗୃହୀତ ହୋଇଛି।

ଆସନ୍ତା ବଡ଼ଦିନରେ ମୁକ୍ତିଲାଭ କରିବାକୁ ଯାଉଥିବା ‘ବ୍ରହ୍ମାସ୍ତ୍ର’ରେ ମଧ୍ୟ ଅମିତାଭ ଅଭିନୟ କରୁଛନ୍ତି।

ଏହାଛଡ଼ା ସେ ଗୋଟାଏ ତାମିଲ ସିନେମାରେ ବି ପ୍ରଥମ କରି ଅଭିନୟ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe