ମସ୍ତିଷ୍କ ଟ୍ୟୁମର ପୀଡ଼ିତ ପ୍ରତିଯୋଗୀଙ୍କ କାହାଣୀ ଶୁଣି ଭାବପ୍ରବଣ ହେଲେ ଅମିତାଭ

Advertisment
ମସ୍ତିଷ୍କ ଟ୍ୟୁମର ପୀଡ଼ିତ ପ୍ରତିଯୋଗୀଙ୍କ କାହାଣୀ ଶୁଣି ଭାବପ୍ରବଣ ହେଲେ ଅମିତାଭ

ନୂଆଦିଲ୍ଲୀ: ‘କୌନ ବନେଗା କରୋଡପତି’ ସିଜନ-୧୬ ଆରମ୍ଭ ହୋଇଯାଇଛି।  ଅନେକ ପ୍ରତିଯୋଗୀ ଏହି ସୋ’ ମାଧ୍ୟମରେ ଏପର୍ଯ୍ୟନ୍ତ ଲକ୍ଷଲକ୍ଷ ଟଙ୍କା ଜିତି ସାରିଛନ୍ତି । ନିକଟରେ ଏପିସୋଡରେ ବିଷ୍ଣୁ ଅଚ୍ୟୁତଙ୍କ ପରେ ରାଜସ୍ଥାନର ନରେଶୀ ମୀଣା ହଟ ସିଟକୁ ଆସି ଖେଳ ଖେଳିବାର ସୁଯୋଗ ପାଇଥିଲେ।

‘କୌନ ବନେଗା କରୋଡପତି’ ପ୍ରୋମୋରେ ଏହା ଦେଖିବାକୁ ମିଳିଛି ଯେ ନରେସି ମିଣା ଟ୍ୟୁମର ଭଳି ଗମ୍ଭୀର ରୋଗରେ ପୀଡ଼ିତ ଅଛନ୍ତି। ଏହାର ସେ ଚିକିତ୍ସା କରାଇଥିଲେ ବି ଏହ‌ା ସମ୍ପୂର୍ଣ୍ଣ ଭାବେ ଭଲ ‌ହୋଇନାହିଁ। ତଥାପି ନରେସି ନିଜ ଉପରୁ ବିଶ୍ବାସ ତୁଟାଇ ନାହାନ୍ତି। ଯାହାକୁ ବିଗ ବି ଭୁରିଭୁରି ପ୍ରଶଂସା କରିବା ସହିତ ତାଙ୍କ ଚିକିତ୍ସାରେ ସାହାଯ୍ୟ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି।

ଟ୍ୟୁମର ପରି ଏକ ଗୁରୁତର ରୋଗରେ ପୀଡିତ ନରେଶିଙ୍କ କାହାଣୀ ଶୁଣିବା ପରେ ଅମିତାଭ ବଚ୍ଚନ କେବିସିରେ ଭାବପ୍ରବଣ ହୋଇ ଯାଇଥିଲେ। ନରେଶି ଅମିତାଭ ବଚ୍ଚନଙ୍କୁ କହିଥିଲେ, 'ସାର୍, ମୋତେ ୨୦୧୮ ମସିହାରେ ମସ୍ତିଷ୍କ ଟ୍ୟୁମରରେ ଚିହ୍ନଟ କରାଯାଇଥିଲା। ୨୦୧୯ ରେ ମୋର  ଅସ୍ତ୍ରୋପଚାର କରାଯାଇଥିଲା।

ଅସ୍ତ୍ରୋପଚାର ଦ୍ୱାରା ମଧ୍ୟ ଡାକ୍ତରମାନେ ପୁରା ଟ୍ୟୁମରକୁ ବାହାର କରିପାରି ନଥିଲେ। ଏହା ଅତ୍ୟନ୍ତ ଜଟିଳ ଥିଲା,  ଏଥିପାଇଁ ପୁଣିଥରେ ଅସ୍ତ୍ରୋପଚାର ଆବଶ୍ୟକ | ପ୍ରୋଟିନ୍ ଥେରାପି ପାଇଁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। ଏଥିପାଇଁ ୨୫ରୁ ୩୦ ଲକ୍ଷ ଟଙ୍କା ପାଖାପାଖି ଲାଗିବ । ଏହି ଚିକିତ୍ସା ଭାରତରେ କେବଳ ୨-୪ଟି ଡାକ୍ତରଖାନାରେ ଉପଲବ୍ଧ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe