ଗୋଡ଼ ଶିର କଟି ଯିବାରୁ ଆହତ ହୋଇ ଡାକ୍ତରଖାନା ଗଲେ ଅମିତାଭ

Advertisment
ଗୋଡ଼ ଶିର କଟି ଯିବାରୁ ଆହତ ହୋଇ ଡାକ୍ତରଖାନା ଗଲେ ଅମିତାଭ

ମୁମ୍ବାଇ: ନିକଟ ଅତୀତରେ ‘କେବିସି’ ସେଟ୍‌ରେ ବାମ ଗୋଡ଼ ଭଣ୍ଡାର ଶିର କଟିଯିବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା ବୋଲି ଆଜି ବିଶିଷ୍ଟ ବଲିଉଡ୍‌ ଅଭିନେତା ଅମିତାଭ ବଚ୍ଚନ କହିଛନ୍ତି।

ବ୍ଲଗ୍‌ରେ ଅମିତାଭ ଲେଖିଛନ୍ତି: ବାହାରୁ ବାହାରିଥିବା ଖଣ୍ଡେ ଧାତବ ଟୁକୁଡ଼ା ମୋ ବାମ ଗୋଡ଼ର ଭଣ୍ଡାରେ ବାଜି ଶିର କାଟି ପକାଇଥିଲା। ରକ୍ତସ୍ରାବ ନିୟନ୍ତ୍ରଣ କରି ହେଲାନି। ତେଣୁ, ଡାକ୍ତରଙ୍କୁ ଦେଖାଇ ଅପରେସନ୍‌ ଥିଏଟର୍‌ରେ ‘ଷ୍ଟିଚ୍‌’ (ସିଲାଇ) ପକାଇବାକୁ ପଡ଼ିଲା। ଟିମ୍‌ ଷ୍ଟାଫ୍‌ ଓ ଡାକ୍ତରମାନେ ଠିକଣା ସମୟରେ ସହଯୋଗ କରିଥିଲେ।

ଗୋଡ଼ରେ ଚାପ ନ ପକାଇବାକୁ ଅଥବା ନ ଚାଲିବାକୁ (ଟ୍ରେଡ୍‌ମିଲ୍‌ରେ ମଧ୍ୟ) ଡାକ୍ତରମାନେ ତାଙ୍କୁ ପରାମର୍ଶ ଦେଇଛନ୍ତି ବୋଲି ସେ କହିଛନ୍ତି।

publive-image Image Courtesy of Instagram

ଏ ସଂକ୍ରାନ୍ତରେ ବର୍ଣ୍ଣନା କରି ସେ ଲେଖିଛନ୍ତି, ଡାକ୍ତରୀ ଉପଦେଶ ଅନୁଯାୟୀ, ଠିଆ ହେବା, ଚଳପ୍ରଚଳ କରିବା, ଗୋଡ଼ ଉପରେ ଚାପ ପକାଇବା ଏମିତି କି, ‘ଟ୍ରେଡ୍‌ମିଲ୍‌’ରେ ବ୍ୟାୟାମ କରିବାକୁ ଅନୁମତି ନାହିଁ। ବେଳେ ବେଳେ ସଙ୍କଟ ଜୀବସତ୍ତାର ଆନନ୍ଦ ଓ ଦୁଃଖର କାରଣ ହୋଇଥାଏ। କିନ୍ତୁ, ସଙ୍କଟ ଚିରସ୍ଥାୟୀ ନୁହେଁ। ସେ ନଷ୍ଟ ହୋଇଯାଏ କି, ଶରୀର ପ୍ରମୁଖ ସ୍ଥାନରେ ଅଲିଭା ଦାଗ ଛାଡ଼ିଯାଏ, ଯାହା ଲଜ୍ଜାକର ହୋଇଥାଏ। ଏପରି ଅସୁବିଧାରୁ ମୁକ୍ତି ପାଇବାକୁ କିଛି ସମୟ ଲାଗିବ। ଈଶ୍ବର ମୋତେ ସହାୟ ହୁଅନ୍ତୁ।

ସୂଚନାଯୋଗ୍ୟ, ଶନିବାର ଦିନ ଅମିତାଭ ପୋଷ୍ଟ୍‌ କରିଥିବା ‘କୌନ୍‌ ବନେଗା କରୋଡ୍‌ପତି’ ସେଟ୍‌ର ଫଟୋରେ ଦେଖାଯାଉଛି, ବାମ ଗୋଡ଼ରେ ବ୍ୟାଣ୍ଡେଜ୍‌ ବନ୍ଧା ହୋଇଥାଇ ସେ ଦୌଡୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe