ଅମିତାଭ ବଚ୍ଚନଙ୍କ ଆରୋଗ୍ୟ କାମନା କରି ପୂଜାର୍ଚ୍ଚନା କଲେ ପ୍ରଂଶସକ, ଭାଇରାଲ ହେଲା ଫଟୋ

Advertisment
ଅମିତାଭ ବଚ୍ଚନଙ୍କ ଆରୋଗ୍ୟ କାମନା କରି ପୂଜାର୍ଚ୍ଚନା କଲେ ପ୍ରଂଶସକ, ଭାଇରାଲ ହେଲା ଫଟୋ

ମୁମ୍ବାଇ: ବିଗ୍ ବି ଅମିତାଭ ବଚ୍ଚନଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି ସାରା ଦେଶ । ଏହା ମଧ୍ୟରେ ଅମିତାଭଙ୍କ ପ୍ରଶଂସକ ବିଭିନ୍ନ ସ୍ଥାନରେ ପୂଜାର୍ଚନା କରୁଛନ୍ତି । ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ଅମିତାଭ ବଚ୍ଚନଙ୍କ ପାଇଁ ସ୍ୱତନ୍ତ୍ର ପୂଜାର ଆୟୋଜନ କରାଯାଇଛି । କିପରି ଅମିତାଭ୍ ଡାକ୍ତରଖାନାରୁ ତୁରନ୍ତ କରୋନା ସଂକ୍ରମଣରୁ ସୁସ୍ଥ ହୋଇ ଫେରିବେ ସେ ନେଇ ପ୍ରାର୍ଥନା କରିଛନ୍ତି ଅମିତାଭଙ୍କ ପ୍ରଶଂସକ।

ସେହିପରି ଉତ୍ତରପ୍ରଦେଶ ଲକ୍ଷ୍ନୌରେ ବି ବିଗ୍ ବି ଅମିତାଭ ବଚ୍ଚନଙ୍କ ପାଇଁ ସ୍ୱତନ୍ତ୍ର ପୂଜା କରାଯାଇଛି । ଠାକୁରଙ୍କ ନିକଟରେ ଅମିତାଭଙ୍କ ଫଟୋ ରଖି ତାଙ୍କର ଆଶୁ ଆରୋଗ୍ୟ ନେଇ ପ୍ରାର୍ଥନା କରିଛନ୍ତି ଅମିତାଭଙ୍କ ପ୍ରଶଂସକ। ତୁରନ୍ତ କରୋନା ସଂକ୍ରମଣରୁ ସୁସ୍ଥ ହୋଇ ବିଗ୍ ବି ନାନାବତୀ ଡାକ୍ତରଖାନାରୁ ଫେରି ଆସନ୍ତୁ ବୋଲି ଭଗବାନଙ୍କ ନିକଟରେ ପ୍ରଶଂସକମାନେ ପ୍ରାର୍ଥନା କରିଛନ୍ତି ।

महानायक के लिए लोग कर रहे महादेव से प्रार्थना, कोरोना से जल्द जीतें जंग aajtak.intoday.in

ସେପଟେ, କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବିଗ୍ ବି ଅମିତାଭ ବଚ୍ଚନଙ୍କ ମୁମ୍ୱାଇ ସ୍ଥିତ ବାସଭବନ ଜଲସାକୁ ସାନିଟାଇଜ କରାଯାଇ ଘରକୁ ସିଲ କରାଯାଇଛି | ଘର ବାହାରେ କଣ୍ଟନମେଣ୍ଟ ଜୋନ୍‌‌ ବୋଲି ମଧ୍ୟ ପୋଷ୍ଟର ଲଗାଯାଇଛି | ଗତକାଲି ବିଗ୍ ବି କରୋନା ପଜିଟିଭ୍ ବୋଲି ଜଣା ପଡ଼ିବା ପରେ ତାଙ୍କ ଘରକୁ ବିଶୋଧନ କରାଯିବା ନେଇ ସୂଚନା ଆସିଥିଲା । ଆଜି ସକାଳେ ବିଏମସି କର୍ମଚାରୀମାନେ ତାଙ୍କ ଘରେ ପହଞ୍ଚି ସାନିଟାଇଜେସନ କାମ ଆରମ୍ଭ କରିଥିଲେ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe