ଟୁଇଟର୍‌ରେ କଂଗ୍ରେସ ନେତାଙ୍କୁ ଫଲୋ କରୁଛନ୍ତି ଅମିତାଭ ବଚ୍ଚନ

Advertisment
ଟୁଇଟର୍‌ରେ କଂଗ୍ରେସ ନେତାଙ୍କୁ ଫଲୋ କରୁଛନ୍ତି ଅମିତାଭ ବଚ୍ଚନ

Image Courtesy of HT

ନୂଆଦିଲ୍ଲୀ: ବଲିଉଡ୍‌ ସୁପର୍‌ଷ୍ଟାର୍‌ ଅମିତାଭ ବଚ୍ଚନ ଟୁଇଟର୍‌ରେ କେତେକ ପୁରୁଣା କଂଗ୍ରେସ ନେତାଙ୍କୁ ଫଲୋ କରିବା ଆରମ୍ଭ କରିଛନ୍ତି। ଏକଦା ସେ ଦଳ ସହ ଘନିଷ୍ଠ ଥିବା ଅମିତାଭ ପରବର୍ତ୍ତୀ ସମୟରେ ସେଥିରୁ ଦୂରେଇ ଆସିଥିଲେ। ଏବେ ସେ ଦଳ ପ୍ରତି ହଠାତ୍‌ ତାଙ୍କର ଆଗ୍ରହ ଯୋଗୁଁ ସାଧାରଣରେ ନାନା କଳ୍ପନା ଜଳ୍ପନା ଉପୁଜିଛି।

କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ଏବଂ ଦଳର ଅଫିସିଆଲ୍‌ ଟୁଇଟର୍‌ ହାଣ୍ଡେଲ୍‌ ଫଲୋ କରିବା ପରେ ସେ ପି ଚିଦାମ୍ବରମ୍‌, କପିଳ ସିବଲ, ଅହମଦ୍‌ ପଟେଲ୍‌, ଅଶୋକ ଗେଲୋଟ୍‌, ଅଜୟ ମାକେନ୍‌, ଜ୍ୟୋର୍ତିଆଦିତ୍ୟ ସିନ୍ଦିଆ, ସଚିନ ପାଇଲଟ୍‌ ଏବଂ ସିପି ଜୋଷୀଙ୍କ ଭଳି କଂଗ୍ରେସ ନେତାଙ୍କୁ ଏଇ ମାସ ଠାରୁ ଫଲୋ କରୁଛନ୍ତି।

ନିକଟରେ ସେ ମନୀଷ ତିଓ୍ଵାରି, ଶକୀଲ ଅହମେଦ୍‌, ସଞ୍ଜୟ ନିରୁପମ, ରଣଦୀପ ସୁର୍ଯେଓ୍ଵାଲା, ପ୍ରିୟଙ୍କା ଚତୁର୍ବେଦୀ ଏବଂ ସଞ୍ଜୟ ଝା ଆଦି ନେତାଙ୍କୁ ମାଇକ୍ରୋ-ବ୍ଲଗିଙ୍ଗ୍‌ ସାଇଟ୍‌ରେ ଫଲୋ କରିଛନ୍ତି।

ଏକଦା ନେହେରୁ-ଗାନ୍ଧୀ ପରିବାର ସହ ଅତି ଘନିଷ୍ଠ ଥିବା ଥିଲେ ବଚ୍ଚନ ରାଜୀବ ଗାନ୍ଧୀଙ୍କର ବନ୍ଧୁ। ଏବେ ସେ ଗୁଜରାଟର ବ୍ରାଣ୍ଡ୍‌ ଆମ୍ବାସାଡର୍‌। ଟୁଇଟର୍‌ରେ ତାଙ୍କର ୩୩. ୧ ଫଲୋର୍‌ ଅଛନ୍ତି, କିନ୍ତୁ, ସେ କେବଳ ୧, ୬୮୯ ଲୋକଙ୍କୁ ଫଲୋ କରୁଛନ୍ତି।

ହଠାତ୍‌ ତାଙ୍କର କଂଗ୍ରେସ ଏବଂ କେତେକ ବିରୋଧୀ ନେତାଙ୍କ ପ୍ରତି ପ୍ରେମ କଂଗ୍ରେସ ଦଳକୁ ଆଚମ୍ବିତ କରି ପକାଇଛି।

ନିକଟରେ ଅଭିନେତା ଅମିତାଭ ଫଲୋ କରିଥିବା କେତେକ ନେତାଙ୍କ ମଧ୍ୟରେ ଅଛନ୍ତି ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ, ତାଙ୍କ ଝିଅ ମିସା ଭାରତୀ, ଜେଡି(ୟୁ)ର ନୀତିଶ କୁମାର, ସିପିଆ-ଏମ୍‌ର ସୀତାରାମ ୟେଚୁରୀ। ଆର୍‌ଜେଡିର ଅଫିସିଆଲ୍‌ ଟୁଇଟର୍‌, ଏନ୍‌ସିର ଓମାର ଅବ୍‌ଦୁଲ୍ଲା ଏବଂ ଏନ୍‌ସିପିର ସୁପ୍ରିୟା ସୁଏଲ୍‌ଙ୍କୁ ମଧ୍ୟ ସେ ଫଲୋ କରୁଛନ୍ତି।

ନିକଟ ଅତୀତରେ ସେ ଫଲୋ କରିଥିବା ଆପ୍‌ ନେତାଙ୍କ ମଧ୍ୟରେ ଅଛନ୍ତି ମନୀଷ ସିସୋଦିଆ, ଗୋପାଳ ରାୟ, ସଞ୍ଜୟ ସିଂହ, କୁମାର ବିଶ୍ୱାସ ଏବଂ ଆଶିଷ ଖୈତାନ।

ନିକଟରେ ଅଭିନେତା ବଚ୍ଚନଙ୍କୁ ଫଲୋ କରିଥିବା ଅନ୍ୟତମ କଂଗ୍ରେସ ନେତା ମନୀଷ ତେଓ୍ଵାରି ତାଙ୍କ ଧନ୍ୟବାଦ ଜଣାଇବା ଛଡ଼ା ରାଜନୀତି ବିଷୟରେ କିଛି କହି ନାହାନ୍ତି।

publive-image Image Courtesy of Siasat

ସେ ଟୁଇଟ୍‌ କରିଛନ୍ତି: ମତେ ଫଲୋ କରିଥିବାରୁ ଆପଣଙ୍କୁ ଧନ୍ୟବାଦ ଶ୍ରୀ ଅମିତାଭ ବଚ୍ଚନ। ମୁକ୍ତିଲାଭ କରୁଥିବା ଯାହାଙ୍କର ପ୍ରତ୍ୟେକ ସିନେମାକୁ ପ୍ରଥମ ଦିନ ପ୍ରଥମ ସୋ’ରେ ଦେଖି ଦେଖି ଆମେ ବଡ଼ ହୋଇଛୁ, ଭାରତୀୟ ସିନେମାର ସେ ଆଦର୍ଶଙ୍କୁ ଫଲୋ କରିବା ମୋ ପାଇଁ ଭାଗ୍ୟର କଥା। ସତୁରି ଦଶକର ଶେଷ ଓ ଅଶୀ ଦଶକର ଆଦ୍ୟ ଭାଗର ସେ ସବୁ ଦିନରେ ଚଣ୍ଡିଗଡ଼ରେ ବାଲ୍‌କୋନି ଟିକିଟ୍‌ର ମୂଲ୍ୟ ଥିଲା ୩ ଟଙ୍କା। ଆଜି ତାହା ଅବିଶ୍ୱସ୍ୱନୀୟ!

ଗୁଡ଼ାଏ ବିଜେପି ନେତାଙ୍କୁ ମଧ୍ୟ ସୁପରଷ୍ଟାର୍‌ ଫଲୋ କରୁଛନ୍ତି। ପୂର୍ବରୁ ସେ ମନ୍ତ୍ରୀ ନୀତିନ ଗଡ଼କରୀ ଏବଂ ସୁରେଶ ପ୍ରଭୁଙ୍କୁ ଫଲୋ କରିଆସୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe