ସିଲ୍‌ ହେଲା ମୁମ୍ବାଇରେ ଥିବା ଅମିତାଭଙ୍କ ଚାରିଟି ବଙ୍ଗଳା; ୩୦ ଜଣ ହାଇ-ରିସ୍କ୍‌ କଣ୍ଟାକ୍ଟସ୍‌ ଚିହ୍ନଟ

ସିଲ୍‌ ହେଲା ମୁମ୍ବାଇରେ ଥିବା ଅମିତାଭଙ୍କ ଚାରିଟି ବଙ୍ଗଳା; ୩୦ ଜଣ ହାଇ-ରିସ୍କ୍‌ କଣ୍ଟାକ୍ଟସ୍‌ ଚିହ୍ନଟ

Image Courtesy of OneIndia

ମୁମ୍ବାଇ: ଅମିତାଭ ବଚ୍ଚନ କୋଭିଡ୍-୧୯ ପଜିଟିଭ୍ ବାହାରିଥିବା କଥା ଶନିବାର ଦିନ ଜଣାପଡ଼ିବା ପରେ, ‘ବିଏମ୍‌ସି’ ମୁମ୍ବାଇରେ ଥିବା ତାଙ୍କ ପରିବାରର ଚାରିଟିଯାକ ବଙ୍ଗଳା ସିଲ୍ କରିଛି। ସିଲ୍ କରାଯାଇଥିବା ବଙ୍ଗଳା ହେଉଛି- ଜଲ୍‌ସା, ୱାତ୍‌ସା, ପ୍ରତୀକ୍ଷା ଏବଂ ଜନକ।

ଗଣମାଧ୍ୟମକୁ ବିଏମ୍‌ସି କହିଛି ‌ଯେ, ମ୍ୟୁନିସ୍‌ପାଲିଟି ସମସ୍ତ ପ୍ରକାରର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛି। ଗତ ଅଳ୍ପ କିଛି ଦିନ ହେବ ଅମିତାଭଙ୍କ ପରିବାର ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କର ତାଲିକା ମଧ୍ୟ କରାଯାଇଛି।

publive-image Image Courtesy of The Indian Express

ବିଏମ୍‌ସି କେ ୱେଷ୍ଟ୍‌ ୱାର୍ଡର ଆସିଷ୍ଟାଣ୍ଟ୍‌ ମୁନିସ୍‌ପାଲ୍ କମିସନର୍ ବିଶ୍ବାସ ମୋଟେ ସୂଚନା ଦେଇଛନ୍ତି, ଅମିତାଭଙ୍କ ପରିବାର ନାମରେ ଥିବା ଚାରିଟିଯାକ ବାସଭବନକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍ ଘୋଷଣା କରାଯାଇଛି। ସେ କହିଛନ୍ତି, ଜଲ୍‌ସା, ୱାତ୍‌ସା, ପ୍ରତୀକ୍ଷା ଏବଂ ଜନକ ନାମରେ ବଚ୍ଚନ ପରିବାରର ଥିବା ସମସ୍ତ ଚାରିଟିଯାକ ବଙ୍ଗଳା ସିଲ୍ କରାଯାଇ କଣ୍ଟେନ୍‌ମେଣ୍ଟ୍‌ ଜୋନ୍ ଘୋଷିତ ହୋଇଛି। ସମସ୍ତ ଷ୍ଟାଫ୍ ମେମ୍ବରଙ୍କର କଣ୍ଟାକ୍ଟ୍‌ ଟ୍ରେସିଙ୍ଗ୍ ଚାଲିଛି। ଏ ପର୍ଯ୍ୟନ୍ତ ୩୦ ଜଣଙ୍କୁ ହାଇ-ରିସ୍କ୍‌ କଣ୍ଟାକ୍ଟସ୍‌ ଭାବେ ଚିହ୍ନଟ କରାଯାଇଛି।

ବିଏମ୍‌ସିର ଅତିରିକ୍ତ କମିସନର୍ ସୁରେଶ କାକାନି କହିଛନ୍ତି ଯେ, ଚିହ୍ନଟ ୩୦ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଲ୍‌ସାରେ କାମ କରୁଥିବା ସହାୟିକା ଏବଂ ପ୍ରହରୀମାନଙ୍କ ସମେତ ୧୬ ଜଣ ପ୍ର‌ତ୍ୟକ୍ଷ ଭାବେ ପରିବାର ସହ ସମ୍ପୃକ୍ତ। ଆସନ୍ତାକାଲି ଅନ୍ୟ ରିପୋର୍ଟ ଆସିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe