ଶୀଘ୍ର ରୢାମ୍ପକୁ ଫେରିବେ ଅମିତାଭ!

Advertisment
ଶୀଘ୍ର ରୢାମ୍ପକୁ ଫେରିବେ ଅମିତାଭ!

DNA India

ନୂଆଦିଲ୍ଲୀ : ସୁପରଷ୍ଟାର ଅମିତାଭ ବଚ୍ଚନ ହାଇଦ୍ରାବାଦରେ ତାଙ୍କର ଆଗାମୀ ଚଳଚ୍ଚିତ୍ର ପ୍ରୋଜେକ୍ଟ କେ ସେଟ୍‌ରେ ଆହତ ହେବା ପରଠାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ନିୟମିତ ଭାବେ ତାଙ୍କ ପ୍ରଶଂସକଙ୍କୁ ଅପଡେଟ୍ କରିଆସୁଛନ୍ତି। ଅଭିନେତା ପୁଣି ଥରେ ନିଜ ବ୍ଲଗକୁ ଯାଇ ସେୟାର କରିଛନ୍ତି ଯେ ବାହାରକୁ ଯାଇ କାମ କରିବା ପାଇଁ ସେ ନିଜକୁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅନୁଭବ କରୁନାହାଁନ୍ତି। ରବିବାର ରାତିରେ ଅଧିକ ଯନ୍ତ୍ରଣା ହେବାରୁ ଡାକ୍ତରଙ୍କୁ ଡକା ଯାଇଥିଲା। ତେବେ ଏହାର କିଛି ସମୟ ପରେ ଇନଷ୍ଟାଗ୍ରାମରେ ଅମିତାଭ ଏକ ଧଳା ଏମ୍ବ୍ରୋଡୋରି ଥିବା କଳା ପୋଷାକ ପିନ୍ଧିବାର ଫଟୋ ସେୟାର କରିଛନ୍ତି।

ଏଥିସହିତ ସେ କଳା ଚଷମା ମଧ୍ୟ ପିନ୍ଧିଛନ୍ତି। ଉକ୍ତ ଫଟୋଟି ଏକ ରୢାମ୍ପରେ ଚାଲିବାର ଦୃଶ୍ୟ। ଏଥିସହିତ ସେ ତାଙ୍କର ଆରୋଗ୍ୟ କାମନା କରି ପ୍ରାର୍ଥନା କରିଥିବା ବ୍ୟକ୍ତି ଏବଂ ଶୁଭେଚ୍ଛୁମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଖୁବଶୀଘ୍ର ସେ ରୢାମ୍ପକୁ ଫେରିବା ଆଶା ରଖିଛନ୍ତି ବୋଲି ସେଥିରେ ସେ ଲେଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe