ପାନ ମସଲା କମ୍ପାନିକୁ ଅମିତାଭଙ୍କ ଲିଗାଲ ନୋଟିସ୍‌

ପାନ ମସଲା କମ୍ପାନିକୁ ଅମିତାଭଙ୍କ ଲିଗାଲ ନୋଟିସ୍‌

FilmiBeat

ମୁମ୍ବାଇ : ବଲିଉଡ୍‌ ମେଗାଷ୍ଟାର ଅମିତାଭ ବଚ୍ଚନ ଏକ ପାନ ମସଲା କମ୍ପାନିକୁ ଲିଗାଲ ନୋଟିସ୍‌ ପଠାଇଛନ୍ତି। ତାଙ୍କ ଦ୍ବାରା ପ୍ରସାରିତ ବିଜ୍ଞାପନକୁ ବନ୍ଦ କରିବା ପାଇଁ ଅମିତାଭ ନୋଟିସ୍‌ରେ ଉଲ୍ଲେଖ କରିଛନ୍ତି। ଅନେକ ବର୍ଷ ହେଲା କମଳା ପସନ୍ଦ କମ୍ପାନିର ବିଜ୍ଞାପନରେ ଅମିତାଭଙ୍କୁ ଦେଖିବାକୁ ମିଳୁଥିଲା। ହେଲେ ଚଳିତ ବର୍ଷ ଜନ୍ମଦିନରେ ବିଜ୍ଞାପନ ପାଇଁ କମ୍ପାନି ସହ ହୋଇଥିବା ଚୁକ୍ତିରେ ପୂର୍ଣ୍ଣଚ୍ଛେଦ ପକାଇଲେ ବୋଲି ଅମିତାଭ ଘୋଷଣା କରିଥିଲେ। ଏହାସତ୍ତ୍ବେ ଲଗାତାର ବିଜ୍ଞାପନ ପ୍ରସାରଣ ହେଉଛି। ଅମିତାଭଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, କମଳା ପସନ୍ଦ କମ୍ପାନିଙ୍କୁ ନିଜ ଟିଭି କମର୍ସିଆଲ ବିଜ୍ଞାପନର ପ୍ରସାରଣ ବନ୍ଦ କରିବା ପାଇଁ ଲିଗାଲ ନୋଟିସ୍‌ ପଠାଯାଇଛି।

ଏଣ୍ଡୋର୍ସମେଣ୍ଟ କଣ୍ଟ୍ରାକ୍ଟ ଶେଷ ହୋଇଥିଲେ ହେଁ କମଳା ପସନ୍ଦ କମ୍ପାନି ଟିଭିରେ ବିଜ୍ଞାପନ ପ୍ରସାରଣ କରିଚାଲିଛି। ସୂଚନାଯୋଗ୍ୟ, ଦୀର୍ଘବର୍ଷ ହେଲା ପାନ ମସଲାର ବିଜ୍ଞାପନ କରୁଥିବାରୁ ଅମିତାଭଙ୍କୁ ଟ୍ରୋଲ କରାଯାଉଥିଲା। ଫଳରେ ଅକ୍ଟୋବର ୧୧ ତାରିଖ ୭୯ତମ ଜନ୍ମଦିନ ଅବସରରେ ପାନ ମସଲା କମ୍ପାନିର ବିଜ୍ଞାପନ କରିବେ ନାହିଁ ବୋଲି ଅମିତାଭ ଘୋଷଣା କରିଥିଲେ। ଚୁକ୍ତି ଶେଷ ହେବା ଘୋଷଣା ସହ କମ୍ପାନିକୁ ଟଙ୍କା ମଧ୍ୟ ଫେରାଇ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe