ଅମିତାଭଙ୍କ ଅନ୍ ସ୍କ୍ରିନ୍ ପତ୍ନୀ ଦ୍ୱିତୀୟ ଥର ପାଇଁ କର୍କଟ ରୋଗରେ ପୀଡିତ: କହିଲେ, ମୁଁ ମରିବାକୁ ଚାହୁଁନି

ବିଗ୍ ବି ଅମିତାଭ ବଚ୍ଚନଙ୍କ ଅନ୍ ସ୍କ୍ରିନ୍ ପତ୍ନୀ ବଲିଉଡ୍ ଅଭିନେତ୍ରୀ ତଥା ରାଜନେତା ନଫିସା ଅଲ୍ଲୀ ଦ୍ୱିତୀୟ ଥର ପାଇଁ କର୍କଟ ରୋଗରେ ପୀଡିତ ହୋଇଛନ୍ତି। ନଫିସା ପୂର୍ବରୁ ସାତ ବର୍ଷ ଧରି କର୍କଟ ସହିତ ଲଢ଼ିଥିଲେ....

Amitabh's on-screen wife diagnosed with cancer for the second time: Says, I don't want to die

Amitabh's on-screen wife diagnosed with cancer for the second time: Says, I don't want to die

ମୁମ୍ବାଇ: ବିଗ୍ ବି ଅମିତାଭ ବଚ୍ଚନଙ୍କ  ଅନ୍ ସ୍କ୍ରିନ୍  ପତ୍ନୀ ବଲିଉଡ୍ ଅଭିନେତ୍ରୀ ତଥା ରାଜନେତା ନଫିସା ଅଲ୍ଲୀ ଦ୍ୱିତୀୟ ଥର ପାଇଁ କର୍କଟ ରୋଗରେ ପୀଡିତ ହୋଇଛନ୍ତି। ନଫିସା ପୂର୍ବରୁ  ସାତ ବର୍ଷ ଧରି କର୍କଟ ସହିତ ଲଢ଼ିଥିଲେ। ନଫିସା ପୁଣି ଥରେ ଏହି ରୋଗର ଶିକାର ହୋଇଛନ୍ତି। ତାଙ୍କଠାରେ ଷ୍ଟେଜ୍ ୪ ପେରିଟୋନିଆଲ୍ କର୍କଟ ରୋଗ ଚିହ୍ନଟ ହୋଇଛି। ଅଭିନେତ୍ରୀ ନିଜେ ତାଙ୍କ ରୋଗ ବିଷୟରେ ପ୍ରଶଂସକମାନଙ୍କୁ ସୂଚନା ଦେଇଛନ୍ତି।


ନଫିସା ଅଲି ସମ୍ପ୍ରତି ଦି କ୍ୱିଣ୍ଟ୍‌କୁ ଏକ ସାକ୍ଷାତକାର ଦେଇଥିଲେ। ସାକ୍ଷାତକାର ସମୟରେ ସେ କର୍କଟ ରୋଗ ସହିତ ତାଙ୍କର ଦୀର୍ଘ ଲଢ଼େଇ ଏବଂ ଭାବପ୍ରବଣ  ବିଷୟରେ ଖୋଲାଖୋଲି କହିଥିଲେ। ନଫିସା କହିଥିଲେ, ମୁଁ ଜାଣିଥିଲି ମୋ ଶରୀରରେ କିଛି ସମସ୍ୟା ଅଛି। ମୁଁ  ପ୍ରତିଦିନ ଚାଲିବାକୁ ଯାଉଥିଲି, କିନ୍ତୁ ହଠାତ୍ ମୁଁ ଅସ୍ୱାଭାବିକ ଭାବରେ କ୍ଳାନ୍ତ ଅନୁଭବ କରିବାକୁ ଲାଗିଲି। ସେତେବେଳେ ମୁଁ ଅନୁଭବ କଲି ଯେ ଏହା କୌଣସି ଛୋଟ କଥା ନୁହେଁ।

ଅନେକ ଡାକ୍ତରଙ୍କୁ ଦେଖା କରିବା ସତ୍ତ୍ୱେ, ମୋତେ ବାରମ୍ବାର କୁହାଯାଇଥିଲା ଯେ ଏହା କିଛି ଗମ୍ଭୀର ନୁହେଁ। କେତେକ ଆଣ୍ଟିବାୟୋଟିକ୍ ମଧ୍ୟ ଲେଖି ଦେଇଥିଲେ। ମୁଁ ରେଡିଓଲୋଜିଷ୍ଟଙ୍କ ପାଖକୁ ଗଲି ଏବଂ ତାଙ୍କୁ ମୋର ସ୍କାନ୍ ପୁନଃ ଯାଞ୍ଚ୍ କରିବାକୁ କହିଲି। ମୁଁ କାନ୍ଦିବାକୁ ଲାଗିଥିଲି ଏବଂ କହିଥିଲି, ମୁଁ ଜାଣିଛି ମୋ ସହିତ କିଛି ଅସୁବିଧା ହୋଇଛି।'

ଶେଷରେ, ଡାକ୍ତରମାନେ ମତେ ଟିବି ହୋଇଥିବା କହିଥିଲେ। କିନ୍ତୁ ମୁଁ ବିଶ୍ୱାସ କଲି ନାହିଁ। ଡାକ୍ତର ପିଇଟି ସ୍କାନ୍ ପାଇଁ କହିଲେ। ଯେତେବେଳେ ରିପୋର୍ଟ ଆସିଲା ଟିବି ନୁହେଁ ବୋଲି ଜଣା ପଡ଼ିଥିଲା।

ନଫିସା କହିଛନ୍ତି, ସେହି ମୁହୂର୍ତ୍ତ ମନେ ଅଛି ଯେତେବେଳେ ମତେ କୁହାଗଲା ଯେ କର୍କଟ ରୋଗ ବ୍ୟାପିଛି। ଡାକ୍ତର ମୋତେ କହିବା ପରେ ମୁଁ ହସି ଉଠିଥିଲି,। ଡାକ୍ତରମାନେ ମୋତେ କହିଥିଲେ ଯେ, ବିଳମ୍ବ ହେତୁ ଏହା ସବୁଠି ବ୍ୟାପିଯାଇଛି। ମୁଁ କହିଲି, 'ଠିକ୍ ଅଛି, ମୁଁ ଏହା ସହିତ ଲଢ଼ିବି। ମୁଁ ମରିବାକୁ ଚାହୁଁନାହିଁ। ମୁଁ ସେତେବେଳେ ଷ୍ଟେଜ୍ ୩ରେ ଥିଲି, ଏବଂ ଏବେ ଏହା ଷ୍ଟେଜ୍ ୪ରେ ପହଞ୍ଚିଛି।

ସୂଚନାଯୋଗ୍ୟ, ନଫିସା ଅଲ୍ଲୀ ଅମିତାଭ ବଚ୍ଚନଙ୍କ ସହିତ "ମେଜର ସାହବ" ଏବଂ "ଉଞ୍ଚାଇ" ଚଳଚ୍ଚିତ୍ରରେ କାମ କରିଛନ୍ତି। "ମେଜର ସାହବ" ରେ ଅଭିନେତ୍ରୀ ବିଗ୍ ବିଙ୍କ ପତ୍ନୀ ଭୂମିକାରେ ଅଭିନୟ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe