ନୂଆଦିଲ୍ଲୀ: କିଛିଦିନ ହେବ କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲା ସାରା ଦେଶରେ ହଇଚଇ ସୃଷ୍ଟି କରିଛି। ବଲିଉଡ୍ ମଧ୍ୟ ଉଭୟ କଠୁଆ ଓ ଉନ୍ନାଓ ଦୁଷ୍କର୍ମ ମାମଲାରେ ତୀବ୍ର ଉଦ୍ବେଗ ପ୍ରକାଶ କରି ପୀଡ଼ିତାଙ୍କୁ ନ୍ୟାୟ ପାଇଁ ଆନ୍ଦୋଳନ କରିଥିଲା। ଆଜି ବଲିଉଡ୍ ମେଗାଷ୍ଟାର୍ ଅମିତାଭ ବଚ୍ଚନ ଏହି ମାମଲାରେ ଉଦ୍ବେଗ ପ୍ରକାଶ କରି କହିଛନ୍ତି ଯେ ଏଭଳି ପ୍ରସଙ୍ଗରେ ବେଶୀ ଆଲୋଚନା କରିବା ଉଚିତ ନୁହେଁ। ଏଭଳି ଆଲୋଚନା ଶୁଣିବାକୁ ଘୃଣା ଲାଗୁଛି। ଏ ବିଷୟରେ କଥାବାର୍ତ୍ତା ହେବା ମଧ୍ୟ ଅତି ଖରାପ ବୋଲି ଅମିତାଭ କହିଛନ୍ତି। ୭୫ ବର୍ଷୀୟ ଅମିତାଭ ସରକାରଙ୍କ ‘ବେଟି ବଚାଓ ବେଟି ପଢ଼ାଓ’ ଅଭିଯାନର ବ୍ରାଣ୍ଡ୍ ଆମ୍ବାସଡର ହୋଇଥିବା ବେଳେ ତାଙ୍କର ଏଭଳି ବୟାନ ଚର୍ଚ୍ଚାର ବିଷୟ ହୋଇଛି। ବଚ୍ଚନ୍ ଆଜି ତାଙ୍କ ଆଗାମୀ ଫିଲ୍ମ ୧୦୨ ନଟ୍ ଆଉଟ୍ର ସଂଗୀତ ରିଲିଜ୍ କରିବା ସମୟରେ ଏହା କହିଛନ୍ତି। ବହୁ କଳାକାର ଓ ନିର୍ଦ୍ଦେଶକ ଘଟଣାରେ ତୀବ୍ର ଉଦ୍ବେଗ ପ୍ରକାଶ କରି ପୀଡ଼ିତ ପରିବାରକୁ ନ୍ୟାୟ ଦାବି କରିଛନ୍ତି।
କଠୁଆ ମାମଲାରେ ଅମିତାଭଙ୍କ ବୟାନ: ଆଲୋଚନା କଲେ ଘୃଣା ଲାଗୁଛି
Advertisment
Follow Us