ଗଣତନ୍ତ୍ର ଦିବସ ପୂର୍ବରୁ ଶ୍ରୀନଗରରେ ଗ୍ରେନେଡ ଆକ୍ରମଣ, ୩ଜଣ ସାଧାରଣ ନାଗରିକ ଆହତ

Advertisment
ଗଣତନ୍ତ୍ର ଦିବସ ପୂର୍ବରୁ ଶ୍ରୀନଗରରେ ଗ୍ରେନେଡ ଆକ୍ରମଣ, ୩ଜଣ ସାଧାରଣ ନାଗରିକ ଆହତ

aajtak

ନୂଆଦିଲ୍ଲୀ: ସନ୍ଦେହ ହେଲା ସତ | ପୂର୍ବରୁ ଗଣତନ୍ତ୍ର ଦିବସରେ ଆତଙ୍କବାଦୀମାନେ ଆକ୍ରମଣ କରିବାକୁ ଯୋଜନା କରୁଥିବା ନେଇ ସୂଚନା ମିଳିଥିବା ବେଳେ ଏବେ ତାହା ସତ ହୋଇଛି | ଗଣତନ୍ତ୍ର ଦିବସର ଗୋଟିଏ ଦିନ ପୂର୍ବରୁ ଆଜି ଆତଙ୍କବାଦୀମାନେ ଶ୍ରୀନଗରରେ ଗ୍ରେନେଡ ଆକ୍ରମଣ କରିଥିବା ନେଇ ସୂଚନା ମିଳିଛି । ସେଣ୍ଟ୍ରାଲ ଶ୍ରୀନଗରର ହରି ସିଂ ହାଇ ଷ୍ଟ୍ରିଟରେ ଏହି ଆକ୍ରମଣ କରାଯାଇଛି । ପ୍ରାଥମିକ ସୂଚନା ଅନୁଯାୟୀ, ଏହି ଆକ୍ରମଣରେ ତିନି ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି। କୁହାଯାଉଛି ଯେ ସୁରକ୍ଷା ବାହିନୀ ଉପରେ ଏହି ଆକ୍ରମଣ କରାଯାଇଥିଲା, କିନ୍ତୁ ଏଥିରେ ସାଧାରଣ ନାଗରିକ ଆହତ ହୋଇଥିଲେ।

ଏହି ଘଟଣା ପରେ ବର୍ତ୍ତମାନ ପାଇଁ ସମଗ୍ର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ ସହ ଏକ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି | ଆକ୍ରମଣ କରିଥିବା ଆତଙ୍କବାଦୀଙ୍କୁ ଧରିବା ପାଇଁ ଚେଷ୍ଟା କରୁଛି ସେନା । ତେବେ ଆସନ୍ତାକାଲି ଗଣତନ୍ତ୍ର ଦିବସ ଥିବା ବେଳେ ଆତଙ୍କବାଦୀମାନେ ବିଭିନ୍ନ ସ୍ଥାନରେ ଆକ୍ରମଣ କରିପାରନ୍ତି ବୋଲି ଆଶଙ୍କା କରାଯାଉଛି | ଏନେଇ ସବୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe