aljazeera.com
କଲମ୍ବୋ: ଶ୍ରୀଲଙ୍କା ସିରିଜ୍ ବିସ୍ଫୋରଣରେ ୯ ଜଣ ଆତ୍ମଘାତୀ ମାନବବୋମା ସଂଶ୍ଲିଷ୍ଟ ଥିବା ଜଣାପଡିଛି। ଉକ୍ତ ୯ ଜଣଙ୍କ ମଧ୍ୟରେ ଜଣେ ମହିଳା ଥିବା ପ୍ରତିରକ୍ଷା ମନ୍ତ୍ରୀ ରୁୱାନ ବିଜେବର୍ଦେନେ ସୂଚନା ଦେଇଛନ୍ତି। ନେସ୍ନାଲ ତୋହିତ ଜମାତ୍ (ଏନ୍ଟିଜେ)ରୁ ଅଲଗା ହୋଇଥିବା ଏକ ଛୋଟିଆ ଦଳ ଏହି ଆକ୍ରମଣ ରଚିଛି। ଏନ୍ଟିଜେରେ ମତାନ୍ତର ଲାଗିରହିଥିଲା ଏବଂ ଦଳରେ ବିଭାଜନ ପରେ ଏହି ଆକ୍ରମଣ ହୋଇଛି।ତେବେ ଉକ୍ତ ଆତ୍ମଘାତୀଙ୍କ ମଧ୍ୟରେ ଜଣେ ମହିଳା ଥିବା ଜଣାପଡିଛି। ଉକ୍ତ ମହିଳା ଜଣକ ଆତ୍ମଘାତୀ ବିସ୍ଫୋରଣରେ ନିହତଙ୍କ ମଧ୍ୟରୁ ଜଣକ ସ୍ତ୍ରୀ ବୋଲି କୁହାଯାଉଛି। ଅଧିକାଂଶ ଆତ୍ମଘାତୀ ମଧ୍ୟବିତ୍ତ ଓ ଉଚ୍ଚ ମଧ୍ୟବିତ୍ତ ପରିବାରର ସଦସ୍ୟ ଏବଂ ଉଚ୍ଚ ଶିକ୍ଷିତ। ସେମାନଙ୍କ ଆର୍ଥିକ ସ୍ଥିତି ଭଲ ଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ବିଶ୍ୱବିଦ୍ୟାଳୟ ଡିଗ୍ରିଧାରୀ। ସେମାନଙ୍କ ମଧରୁ ଜଣେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆରେ ପାଠ ପଢିବା ପରେ ଶ୍ରୀଲଙ୍କା ଫେରିଥିବା ପ୍ରକାଶ।
Follow Us