Times Now
ନୂଆଦିଲ୍ଲୀ : ଡେରାଡ଼ୁନସ୍ଥିତ ଭାରତୀୟ ମିଲିଟାରି ଏକାଡେମି (ଆଇଏମ୍ଏ)ରୁ ଏଥର ମୋଟ ୩୩୧ ଜଣ ଜେଣ୍ଟଲ୍ମେନ୍ କ୍ୟାଡେଟ୍ ଭାରତୀୟ ସେନାରେ ଅଫିସର ହୋଇଛନ୍ତି। ଆଇଏମ୍ଏ ଦ୍ବାରା ଜାରି ତାଲିକାରେ ଉତ୍ତର ପ୍ରଦେଶରୁ ସର୍ବାଧିକ ୬୩ କ୍ୟାଡେଟ୍ ସେନାରେ ଅଧିକାରୀ ହୋଇଥିବା ବେଳେ ଓଡ଼ିଶା ସମେତ ଆନ୍ଧ୍ର ପ୍ରଦେଶ, ଆସାମ, ଚଣ୍ଡିଗଡ଼, ଗୋଆ, ମଣିପୁର ଓ ପୁଡ଼ୁଚେରୀରୁ ଜଣେ ଲେଖାଏଁ କ୍ୟାଡେଟ ଏହି ସଫଳତା ହାସଲ କରିଛନ୍ତି।
ସେହିଭଳି ବିହାରର ୩୩, ହରିଆଣାର ୩୨, ମହାରାଷ୍ଟ୍ରର ୨୬, ଉତ୍ତରାଖଣ୍ଡର ୨୫, ପଞ୍ଜାବର ୨୩, ହିମାଚଳ ପ୍ରଦେଶର ୧୭, ରାଜସ୍ଥାନର ୧୯, ମଧ୍ୟପ୍ରଦେଶର ୧୯, ଦିଲ୍ଲୀର ୧୨, କର୍ଣ୍ଣାଟକର ୧୧ ଜଣ କ୍ୟାଡେଟ ସେନା ଅଫିସର ହୋଇଛନ୍ତି। ଅନ୍ୟପକ୍ଷରେ ୫ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଂଚଳରୁ କୌଣସି କ୍ୟାଡେଟ୍ ସୈନ୍ୟ ଅଧିକାରୀ ତାଲିକାରେ ନାହାନ୍ତି। ଆଜି ଆଇଏମଏ ଡେରାଡୁନ୍ରେ ପାସିଂ ଆଉଟ ପରେଡ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଯେଉଁଥିରେ ଭାରତୀୟ ସ୍ଥଳ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଯୋଗ ଦେଇଥିଲେ।
Follow Us