ମ୍ୟାନେଜରଙ୍କ ପାଇଁ ସଲମାନଙ୍କ ସହ ଏହି ଫିଲ୍ମରେ କାମ କରିବାର ସୁଯୋଗ ହରାଇଥିଲେ ଅମ୍ରିତା

Advertisment
ମ୍ୟାନେଜରଙ୍କ ପାଇଁ ସଲମାନଙ୍କ ସହ ଏହି ଫିଲ୍ମରେ କାମ କରିବାର ସୁଯୋଗ ହରାଇଥିଲେ ଅମ୍ରିତା

ନୂଆଦିଲ୍ଲୀ: ୨୦୦୯ରେ ରିଲିଜ୍ ହୋଇଥିବା ସଲମାନ ଖାନଙ୍କ ଅଭିନୀତ ଫିଲ୍ମ ‘ୱାଣ୍ଟେଡ୍’ ସୁପରହିଟ୍ ହୋଇଥିଲା। ଏହି ଫିଲ୍ମରେ ମୁଖ୍ୟ ଭୂମିକ‌ାରେ ସଲମାନଙ୍କ ସହ ନଜର ଆସିଥିଲେ ଅଭିନେତ୍ରୀ ଆୟେଶା ଟାକିଆ। ହେଲେ ଏବେ ଖବର ମିଳିଛି ଯେ, ପ୍ରଥମେ ଏହି ଫିଲ୍ମର ଅଫର ଅଭିନେତ୍ରୀ ଅମ୍ରିତା ରାଓଙ୍କୁ ମିଳିଥିଲା। ହେଲେ ନିଜ ମ୍ୟାନେଜରଙ୍କ ପାଇଁ ସେ ଏହି ଫିଲ୍ମ କରିପାରିନଥିଲେ। ଅମ୍ରିତାଙ୍କ ମୁତାବକ, ପ୍ରତିଶୋଧ ନେବାକୁ ଯାଇ ତାଙ୍କ ମ୍ୟାନେଜର ‘ୱାଣ୍ଟେଡ୍’ ପାଇଁ ଅଫର ଆସିଥିବା ବିଷୟରେ କହିନଥିଲେ। ଏହି କାରଣରୁ ସେ ସଲମାନଙ୍କ ସହ କାମ କରିପାରିନଥିଲେ।

ନିଜ ବହି 'କପୁଲ ଅଫ୍ ଥିଙ୍ଗସ'ରେ ଅମ୍ରିତା ଏବିଷୟରେ ଲେଖିଛନ୍ତି। ସେ ନିଜ ବହିରେ ଲେଖିଛନ୍ତି ଯେ, "ଘଟଣା ଘଟିବାର କିଛି ମାସ ପରେ ମୁଁ ହାଇଦ୍ରାବାଦରେ ଦକ୍ଷିଣ ସୁପରଷ୍ଟାର ମହେଶ ବାବୁଙ୍କ ସହ ଏକ ତେଲୁଗୁ ଚଳଚ୍ଚିତ୍ର ପାଇଁ ସୁଟିଂ କରୁଥିଲି। ଦିନେ ସନ୍ଧ୍ୟାରେ ସୁଟିଂରୁ ଫେରି ମୁଁ ମୋ ହୋଟେଲ ତାଜ ବନଜାରାର ଲବିରେ ବସିଥିବା ବେଳେ ବୋନି କପୁରଙ୍କ ସହ କାମ କରୁଥିବା ଜଣେ ପ୍ରଡକ୍ସନ ସଦସ୍ୟଙ୍କୁ ଭେଟିଥିଲି। ସେ ମୋତେ ଦେଖିବା ପରେ କେମିତି ଅଛ? ବୋଲି ପଚାରିଥିଲେ। ଏହା ପରେ ମୋତେ କହିଥିଲେ, ତୁମର ତାରିଖ ମିଳିଥିଲେ ତୁମେ ଆମ ପାଇଁ ‘ୱାଣ୍ଟେଡ୍’ରେ କାମ କରିଥାନ୍ତ। ଏହା ଶୁଣି ଆଶ୍ଚର୍ଯ୍ୟ ହେବା ସହ ମୁଁ ତାଙ୍କୁ ପଚାରିଥିଲି, ମୋତେ ଏହି ଫିଲ୍ମ କେତେବେଳେ ଅଫର କରାଯାଇଥିଲା? ସେ କହିଥିଲେ ଯେ, ମୁଁ ତୁମ ମ୍ୟାନେଜରଙ୍କୁ କଲ୍ କରିଥିଲି, ହେଲେ ମ୍ୟାଡମଙ୍କ ପାଖରେ ସମୟ ନାହିଁ ବୋଲି କହି ସେ ମନା କରିଥିଲେ। ଏହା ଶୁଣି ମୋ ହୃଦୟ ଭାଙ୍ଗି ଯାଇଥିଲା। ମୁଁ ଅଫର ବିଷୟରେ ଜାଣିଥିଲେ ନିଶ୍ଚୟ ସଲମାନଙ୍କ ସହ କାମ କରିଥାନ୍ତି ବୋଲି ତାଙ୍କୁ କହିଥିଲି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe