୧୯୮୪ରେ ଆମେ ଖସି ଯାଇଥିବା ପରି ଅମୃତପାଲ୍‌ ପାକିସ୍ତାନକୁ ଖସି ପଳାଇବା ଉଚିତ: ଲୋକସଭା ସାଂସଦ ସିମ୍‌ରନ୍‌ଜିତ୍‌ ସିଂହ

Advertisment
୧୯୮୪ରେ ଆମେ ଖସି ଯାଇଥିବା ପରି ଅମୃତପାଲ୍‌ ପାକିସ୍ତାନକୁ ଖସି ପଳାଇବା ଉଚିତ: ଲୋକସଭା ସାଂସଦ ସିମ୍‌ରନ୍‌ଜିତ୍‌ ସିଂହ

Image Courtesy of India Today

ନୂଆଦିଲ୍ଲୀ: ଆତ୍ମସମର୍ପଣ ନ କରି ପଳାତକ ବିଚ୍ଛିନ୍ନତାବାଦୀ ଅମୃତପାଲ୍‌ ସିଂହ ପାକିସ୍ତାନକୁ ଖସି ପଳାଇଯିବା ଉଚିତ ବୋଲି ଲୋକସଭା ସାଂସଦ ତଥା ‘ଶିରୋମଣି ଅକାଳୀ ଦଳ (ଅମୃତସର)’ର ମୁଖ୍ୟ ସିମ୍‌ରନ୍‌ଜିତ ସିଂହ ମାନ୍‌ କହିଛନ୍ତି ବୋଲି ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।

ସିମ୍‌ରନ୍‌ଜିତ କହିଛନ୍ତି, ସେ ଆତ୍ମସମର୍ପଣ କରିବା ଅନୁଚିତ, ସେ ରବିନଦୀ ପାରହୋଇ ପାକିସ୍ତାନକୁ ଚାଲିଯିବା ଉଚିତ। ୧୯୮୪ରେ ମଧ୍ୟ ଆମେ ପାକିସ୍ତାନକୁ ଚାଲିଯାଇଥିଲୁ, ନୁହେଁ? ଶିଖ୍‌ ଇତିହାସ ଅନୁସାରେ ଅମୃତପାଲ୍‌ ସିଂହ ପାକିସ୍ତାନକୁ ଖସିପଳାଇବା ଯଥାର୍ଥ। କାରଣ ସରକାର ଆମପ୍ରତି ଅତ୍ୟାଚାର କରୁଥିବାରୁ ତାଙ୍କ ଜୀବନ ପ୍ରତି ବିପଦ ରହିଛି।

publive-image Image Courtesy of India Today

ତାଙ୍କର ଉପରୋକ୍ତ ମନ୍ତବ୍ୟ, ଶିଖ୍‌-ବିରୋଧୀ ଦଙ୍ଗା ସୃଷ୍ଟି କରାଇଥିବା ୧୯୮୪ର ଘଟଣାବଳିକୁ ଦର୍ଶାଉଛି। ଜର୍ଣ୍ଣେଲ୍‌ ସିଂହ ଭିନ୍ଦ୍ରେନ୍‌ୱାଲେ ଏବଂ ଅନ୍ୟ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ନିପାତ କରିବା ଲାଗି ଭାରତର ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ‘ଅପରେସନ୍‌ ବ୍ଲୁଷ୍ଟାର୍‌’ ଆଦଶେ ଦେଇଥିଲେ। ପରେ ଇନ୍ଦିରା ତାଙ୍କ ଅଙ୍ଗରକ୍ଷୀଙ୍କଦ୍ବାରା ନିହତ ହୋଇଥିଲେ। ଇନ୍ଦିରାଙ୍କ ମୃତ୍ୟୁଜନିତ କ୍ରୋଧ ୧୯୮୪ ଶିଖ୍‌ ନରସଂହାରର କାରଣ ହୋଇଥିଲା।

‘ଅପରେସନ୍‌ ବ୍ଲୁଷ୍ଟାର୍‌’ର ନେତୃତ୍ବ ନେଇଥିବା ଲେଫ୍ଟନାଣ୍ଟ୍‌ ଜେନେରାଲ୍‌ କେ. ଏସ୍‌. ବ୍ରାର୍‌ କହିଥିଲେ, ଖଲିସ୍ତାନୀ ବିଚ୍ଛିନ୍ନତାବାଦୀଙ୍କୁ ପାକିସ୍ତାନ ସହଯୋଗ କରିଥିବାର ଖୁବ୍‌ ସମ୍ଭାବନା ଥାଇପାରେ। ଯଦି ଖଲିସ୍ତାନ ଭିନ୍ନ ଦେଶ ବୋଲି ଘୋଷିତ କରାଯାଇଥାଆନ୍ତା, ତେବେ ପାକିସ୍ତାନ ତାହାକୁ ସମର୍ଥନ କରିଥାଆନ୍ତା।

ଉଲ୍ଲେଖଯୋଗ୍ୟ, ବୈଶାଖୀ ଅବ୍ୟବହିତ ପୂର୍ବରୁ ଅମୃତପାଲ୍‌ ଅମୃତସର ସ୍ବର୍ଣ୍ଣମନ୍ଦିରସ୍ଥିତ ଅକାଳ ତଖ୍‌ତ୍‌, ବଥିଣ୍ଡାର ତଖ୍‌ତ ଦମ୍‌ଦମା ସାହିବ୍‌ ଅଥବା ରୂପନଗର ଜିଲ୍ଲାରେ ଥିବା ଆନନ୍ଦପୁର ସାହିବସ୍ଥିତ ତଖ୍‌ତ ଶ୍ରୀକେଶଗଡ଼ ସାହିବ୍‌ରେ ଆତ୍ମସମର୍ପଣ କରିପାରନ୍ତି ବୋଲି ଗୁଇନ୍ଦା ସୂଚନା ଦେବା ପରେ ସିମ୍‌ରନ୍‌ଜିତ୍‌ ଉପରୋକ୍ତ ବିବୃତି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe