aajtak
ଚଣ୍ଡୀଗଡ଼: ପଳାତକ ଖଲିସ୍ତାନୀ ସମର୍ଥକ ଅମୃତପାଲ ସିଂଙ୍କ ସନ୍ଧାନରେ ନିୟୋଜିତ ପଞ୍ଜାବ ପୁଲିସକୁ ଏବେ ଏକ ବଡ଼ ସଫଳତା ମିଳିଛି। ପୁଲିସ ଅମୃତପାଲ ସିଂର ବନ୍ଧୁକଧାରୀ ଦେହରକ୍ଷୀ ତେଜିନ୍ଦର ସିଂ ଓରଫ ଗୋରଖା ବାବାକୁ ଗିରଫ କରିଛି। ଗିରଫ କରିବା ସହ ଧାରା ୧୦୭/୧୫୧ ଅନୁଯାୟୀ ତେଜିନ୍ଦର ବିରୋଧରେ ମାମଲା ରୁଜୁ କରିଛି ପୁଲିସ। ଏହା ବ୍ୟତୀତ ତେଜିନ୍ଦରର ଦୁଇ ଘନିଷ୍ଠ ବନ୍ଧୁଙ୍କୁ ମଧ୍ୟ ପୁଲିସ ପଚରାଉଚରା କରୁଛି।
ସୂଚନା ମୁତାବକ, ତେଜିନ୍ଦର ସିଂ ମଲୋଦରେ ଥିବା ମାଙ୍ଗେୱାଲର ବାସିନ୍ଦା। ସେ ଅମୃତପାଲର ଅତି ଘନିଷ୍ଠ। ତାକୁ ଅମୃତପାଲର ସୁରକ୍ଷା ଦାୟିତ୍ବରେ ରଖାଯାଇଥିଲା ବୋଲି ଜଣାପଡ଼ିଛି। ଅମୃତପାଲ ଭଳି ତେଜିନ୍ଦର ମଧ୍ୟ ସୋସିଆଲ ମିଡିଆରେ ଅସ୍ତ୍ରଶସ୍ତ୍ର ସହିତ ଫଟୋ ପୋଷ୍ଟ କରେ।
aajtakକୁହାଯାଉଛି ଯେ, ତେଜିନ୍ଦର ଏହା ପୂର୍ବରୁ ବି ଜେଲ ଯାଇ ସାରିଛି। ତା’ ବିରୋଧରେ ଗଣ୍ଡଗୋଳ କରିବା ଏବଂ ବେଆଇନ ମଦ କାରବାର ନେଇ ମାମଲା ବିଚାରାଧୀନ ଅଛି । ଅଜନାଲା ଘଟଣାରେ ମଧ୍ୟ ତେଜିନ୍ଦର ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ଅମୃତପାଲ, ତେଜିନ୍ଦର ଏବଂ ତାର ଶହଶହ ସମର୍ଥକଙ୍କ ସହ ଅଜନାଲା ପୁଲିସ ଷ୍ଟେସନ ଉପରେ ଆକ୍ରମଣ କରିଥିଲା। ଅମୃତପାଲ ତାର ବନ୍ଧୁ ତୁଫାନ ସିଂଙ୍କୁ ଜେଲରୁ ମୁକୁଳାଇବା ଲାଗି ପୁଲିସ ଷ୍ଟେସନରେ ପହଞ୍ଚିଥିଲା। ପରିସ୍ଥିତିକୁ ଦେଖି ପୁଲିସ ପ୍ରଥମେ ତୁଫାନକୁ ଛାଡ଼ିଥିବା ବେଳେ ପରେ ଷ୍ଟେସନ ଉପରେ ଆକ୍ରମଣ କରିଥିବା ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏହି ଘଟଣାକୁ ନେଇ ଗିରଫ ହେବା ଡରରେ ଏବେ ଫେରାର ଅଛି ଅମୃତପାଲ। ମାର୍ଚ୍ଚ ୧୮ ତାରିଖରେ ପୁଲିସ ହାତରୁ ଖସିଯିବା ପରେ ଏବେ ପୁଲିସ ସହ ଲୁଚକାଳି ଖେଳୁଛି ଅମୃତପାଲ।
Follow Us