ଅମୃତସର ଆସି ସ୍ବର୍ଣ୍ଣ ମନ୍ଦିରରେ ଆତ୍ମସମର୍ପଣ କରିବ ଅମୃତପାଲ !

ଅମୃତସର ଆସି ସ୍ବର୍ଣ୍ଣ ମନ୍ଦିରରେ ଆତ୍ମସମର୍ପଣ କରିବ ଅମୃତପାଲ !

ଚଣ୍ଡୀଗଡ: ପଞ୍ଜାବ ଫେରି ଆତ୍ମସମର୍ପଣ କରିବାକୁ ଯୋଜନା କରୁଛି ପଳାତକ ଅମୃତପାଲ ସିଂହ। 'ୱାରିସ୍ ପଞ୍ଜାବ ଦେ' ସଂଗଠନର ମୁଖ୍ୟ ଅମୃତପାଲର ସମସ୍ୟା ଏବେ ବଢ଼ିବାରେ ଲାଗିଛି। ସେ ୧୧ଦିନ ଧରି ଫେରାର ଥିବା ବେଳେ ପଞ୍ଜାବ ପୁଲିସ ତାକୁ ଗିରଫ କରିବାକୁ ଚେଷ୍ଟା ଚଳାଇଛି। ସେ ଯେଉଁଠାରେ ଲୁଚିବାକୁ ଚେଷ୍ଟା କରୁଛି ସେଠାରେ ପହଞ୍ଚୁଛି ପଞ୍ଜାବ ସମେତ ଦିଲ୍ଲୀ ଏବଂ ହରିୟାଣା ପୁଲିସ। ଏହି ୩ରାଜ୍ୟର ପୁଲିସ ପଛରେ ପଡ଼ିଥିବା ଦେଖି ଅମୃତପାଲ ଏବେ ଆତ୍ମସମର୍ପଣ ପାଇଁ ଯୋଜନା କରୁଥିବା ପୁଲିସ କହିଛି।

ଖସିଯିବାର କୌଣସି ବାଟ ନଥିବାରୁ ଅମୃତପାଲ, ଅମୃତସରର ସ୍ବର୍ଣ୍ଣ ମନ୍ଦିରର ଅକଲ ତଖତ୍ ଯାଇ ଆତ୍ମସମର୍ପଣ କରିବାର ଯୋଜନା କରୁଥିବା ପୁଲିସ ଜାଣିବାକୁ ପାଇଛି। ଏ ବିଷୟରେ ଜାଣିବା ପରେ ପଞ୍ଜାବ ପୁଲିସ ସତର୍କ ହେବା ସହ ସ୍ବର୍ଣ୍ଣ ମନ୍ଦିରର ଚାରିପାଖରେ ସୁରକ୍ଷା ବୃଦ୍ଧି କରାଯାଇଛି।

ଏହାପୂର୍ବରୁ ମଙ୍ଗଳବାର ଦିନ ହୋଶିଆରପୁରରେ ଅମୃତପାଲ ଲୁଚି ରହିଥିବା ସୂଚନା ପାଇଥିଲା ପଞ୍ଜାବ ପୁଲିସ । ଅମୃତପାଲ ଥିବା ସନ୍ଦେହ କରି ଫାଗୱାଡାରେ ପୁଲିସ ଏକ ଅଜ୍ଞାତ ଗାଡିର ପିଛା କରିଥିଲା।  ପୁଲିସ ଗାଡି ଦେଖି ଏହି କାରରେ ବସିଥିବା ଲୋକମାନେ ମରଇୟାଁରେ ଥିବା ଗୁରୁଦ୍ୱାର ନିକଟରେ ଗାଡି ଛାଡି ଫେରାର ହୋଇଯାଇଥିଲେ। ଏହା ପରେ ମରଇୟାଁ ଗ୍ରାମ ତଥା ଆଖପାଖରେ ଭାରୀ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ଅମୃତପାଲଙ୍କୁ ଧରିବା ପାଇଁ ପୁଲିସ ମଙ୍ଗଳବାର ବିଳମ୍ବିତ ରାତିରେ ଘରକୁ ଘର ଯାଇ ପୁଲିସ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe