ପଞ୍ଜାବରୁ ଖସିଯାଇ ଥାଇପାରେ ଅମୃତପାଲ ସିଂହ; ପୋଷାକ ଓ କାର୍‌ ପାଇବା ପରେ ସନ୍ଦେହ କରୁଛି ପୁଲିସ୍‌

Advertisment
ପଞ୍ଜାବରୁ ଖସିଯାଇ ଥାଇପାରେ ଅମୃତପାଲ ସିଂହ; ପୋଷାକ ଓ କାର୍‌ ପାଇବା ପରେ ସନ୍ଦେହ କରୁଛି ପୁଲିସ୍‌

www.indiatoday.in

ନୂଆଦିଲ୍ଲୀ : ପଞ୍ଜାବ ଡି ୱାରିସ’ର ମୁଖ୍ୟ ଅମୃତପାଲ ସିଂହ ଲଗାତାର ଚର୍ଚ୍ଚାରେ ରହିଛି। ପଞ୍ଜାବ ପୁଲିସ ତା ବିରୋଧରେ ଲଗାତାର କାର୍ଯ୍ୟାନୁଷ୍ଠାନ ନେଉଛି। ପୁଲିସ ତାର ଅନେକ ସମର୍ଥକଙ୍କୁ ଗିରଫ କରିଛି। ସୋମବାର ଅମୃତପାଲଙ୍କ ପୋଷାକ ଓ କାର୍‌ ମିଳିବା ପରେ ପଞ୍ଜାବ ପୁଲିସ୍‌ ସନ୍ଦେହ କରୁଛି ଯେ ସେ ସୀମା ପାର୍‌ ହୋଇ ପଞ୍ଜାବ ବାହାରକୁ ଯାଇଥାଇ ପାରେ।

ପୁଲିସ୍‌ ସୂଚନା ଦେଇ କହିଛି ଯେ ଅମୃତପାଲ ସିଂ ଏକ ମର୍ସିଡିଜରୁ ଓହ୍ଲାଇ ଏକ ବ୍ରେଜା ଗାଡ଼ିରେ ଶାହକୋଟକୁ ପଳାଇଥିଲା। ପରେ, ୱାରିସ୍ ପଞ୍ଜାବ ଦେ ମୁଖ୍ୟ ତା’ର ପୋଷାକ ବଦଳାଇଥିଲା। ହୁଏତ ସେ ତା’ର କେଉଁ ସହଯୋଗୀ ସହ ମୋଟରସାଇକେଲରେ ପଞ୍ଜାବରୁ ଖସି ପଳାଇଛି।

ପୁଲିସ ଏବେ ଅମୃତପାଲ ସିଂର ପୋଷାକ, ବ୍ରେଜା କାର ଏବଂ କିଛି ଅସ୍ତ୍ରଶସ୍ତ୍ର ଜବତ କରିଛି। ଅମୃତପାଲ ଓ ତା’ସହ କେତେକ ଖାଲିସ୍ତାନୀ ବିଚ୍ଛିନ୍ନତାବାଦୀଙ୍କୁ ପଳାଇବାରେ ସାହାଯ୍ୟ କରିଥିବା ଅନେକ ଲୋକଙ୍କୁ ପୁଲିସ ଅଟକ ରଖିଛି।

ଅମୃତପାଲ ସିଂ ଏବଂ ତା’ର ସମର୍ଥକମାନେ ଥାନାରେ ବନ୍ଦୀ ହୋଇ ଥିବା ତା’ର ଜଣେ ସାହାଯ୍ୟକାରୀଙ୍କୁ ମୁକ୍ତ କରିବା ପାଇଁ ଖଣ୍ଡା ଏବଂ ବନ୍ଧୁକ ଧରି ପୁଲିସ ଷ୍ଟେସନରେ ଆକ୍ରମଣ କରିବାକୁ ଏକ ମାସ ହୋଇ ସାରିଲାଣି। ପୁଲିସ୍‌ ସେହି ଘଟଣା ପରେ କିଛି କଟକଣା ଜାରି କରିଛି। ଜାରି ହୋଇଥିବା କଟକଣା ସମୟରେ ଅମୃତପାଲର ୧୦୦ରୁ ଅଧିକ ସହଯୋଗୀଙ୍କୁ ଗିରଫ କରାଯାଇଛି ଏବଂ "ଆନନ୍ଦପୁର ଖାଲସା ଫ୍ରଣ୍ଟ" ପାଇଁ ଉଦ୍ଦିଷ୍ଟ ଅନେକ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe