Image Courtesy of India Today
ନୂଆଦିଲ୍ଲୀ: ‘ୱାରିସ୍ ପଞ୍ଜାବ ଦେ’ର ମୁଖ୍ୟ ତଥା ଖଲିସ୍ତାନୀ ନେତା ଅମୃତପାଲ୍ ସିଂହ କୁରୁକ୍ଷେତ୍ରର ଶାହାବାଦ୍ ଅଞ୍ଚଳରେ ଛତା ଧରି ଯାଉଥିବାର ଦୃଶ୍ୟ ଗୋଟାଏ ନୂଆ ‘ସିସିଟିଭି ଫୁଟେଜ୍’ରେ ଦେଖିବାକୁ ମିଳିଛି।
‘ଫୁଟେଜ୍’ ବା ‘ଭିଡିଓ କ୍ଲିପ୍’ରେ ଦେଖାଯାଉଛି ପଳାତକ ଅମୃତପାଲ୍ ଈଷତ୍ ନୀଳ ସାର୍ଟ ଓ କଳାପ୍ୟାଣ୍ଟ୍ ପିନ୍ଧି ଗୋଟାଏ ଆବାସିକ ଅଞ୍ଚଳରେ ରାସ୍ତା ପାରି ହେଉଛନ୍ତି। ହାତରେ ଧରିଛନ୍ତି ଛୋଟ ବ୍ୟାଗ୍ ଓ କଳାଛତା। ଗୁରୁବାର ଦିନ ଉଦ୍ଧାର କରାଯାଇଥିବା ଏହି ‘ଫୁଟେଜ୍’ଟି ସୋମବାର ଦିନ ଉତ୍ତୋଳିତ ହୋଇଥିଲା।
ଏହା ପୂର୍ବରୁ ଅମୃତପାଲ୍ ଗୋଟାଏ ମୋଟର୍ସାଇକେଲ୍ ଏବଂ ତା’ପରେ ଗୋଟାଏ ମୋଟର୍ଲଗା ୩ଚକିଆ ଟ୍ରଲିରେ ବସି ଖସି ପଳାଉଥିବା ଦୃଶ୍ୟସମ୍ବଳିତ ‘ଫୁଟେଜ୍’ ମିଳିଥିଲା। ସଦ୍ୟତମ ‘ଫୁଟେଜ୍’ ପ୍ରମାଣ ଦେଉଛି ଯେ, ସୋମବାର ଦିନ ହିଁ ସେ ରାଜ୍ୟ ସୀମା ପାରି ହୋଇଯାଇଛନ୍ତି। ଅମୃତପାଲ୍ଙ୍କ ଏକାଧିକ ସହଯୋଗୀଙ୍କୁ ଗିରଫ କରିବା ପରେ ପୁଲିସ ଶନିବାର ଦିନଠାରୁ ମିଳୁଥିବା ବିଭିନ୍ନ ଘଟଣା ସବୁକୁ କ୍ରମାନୁସାରେ ଏକତ୍ର କରୁଛି।
Image Courtesy of Editorjiସଂଗୃହୀତ ରିପୋର୍ଟ ଅନୁସାରେ, ଅମୃତପାଲ୍ ଉତ୍ତରାଖଣ୍ଡ ଚାଲିଯିବାକୁ ଯୋଜନା କରୁଥିଲା। ଅମୃତପାଲ୍ ପଞ୍ଜାବରୁ ଖସି ହରିୟାଣାକୁ ଚାଲିଯିବା ପରେ ଉତ୍ତରାଖଣ୍ଡ ସମେତ ସବୁ ରାଜ୍ୟର ପୁଲିସଙ୍କୁ ସଜାଗ ରହିବାକୁ ସତର୍କ ସୂଚନା ଦିଆଯାଇଥିବା କଥା ପୁଲିସ କହିଛି।
ପଞ୍ଜାବ ‘ଇନ୍ସ୍ପେକ୍ଟର୍ ଜେନେରାଲ୍ ଅଫ୍ ପୋଲିସ୍’ ସୁଖଚୈନ୍ ସିଂହ ଗିଲ୍ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ଏଯାବତ୍ ୨୦୭ଜଣଙ୍କୁ ଏହି ମାମଲାରେ ଅଟକ ରଖାଗଲାଣି। ସେମାନଙ୍କ ମଧ୍ୟରୁ ୩୦ଜଣ ଦୁର୍ଦାନ୍ତ ଅପରାଧୀ। ଆବଶ୍ୟକ ଯାଞ୍ଚ ପରେ ବାକି ୧୭୭ଜଣଙ୍କୁ ଛାଡ଼ିଦିଆଯିବ।
Follow Us