ନୂଆ ଭିଡିଓରେ ଅମୃତପାଲ ସିଂହର ବୟାନ: ‘ମୁଁ ପଳାତକ ନୁହେଁ...ଶୀଘ୍ର ସାମ୍ନାକୁ ଆସିବି’

Advertisment
ନିର୍ବାଚନ ଲଢିବେ ଖଲିସ୍ତାନୀ ନେତା ଅମୃତପାଲ ସିଂ  

BBC

ନୂଆଦିଲ୍ଲୀ : ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ଅମୃତପାଲ ସିଂହ କିଛିଦିନ ବ୍ୟବଧାନରେ ତା’ର ଦ୍ବିତୀୟ ଭିଡ଼ିଓ ଜାରି କରିଛି। ଏଥିରେ ସେ ପଳାତକ ନୁହେଁ ଏବଂ ଶୀଘ୍ର ସାମ୍ନାକୁ ଆସିବ ବୋଲି କହିଛି। ଭିଡିଓଟି ଏକ ୟୁଟ୍ୟୁବ୍ ଚାନେଲରୁ ଲାଇଭ୍-ଷ୍ଟ୍ରିମିଂ ହୋଇଥିଲା। ଏଥିରେ ସେ କହିବାର ଶୁଣାଯାଉଛି: ମୁଁ ପଳାତକ ନୁହେଁ, ବିଦ୍ରୋହୀ। ମୁଁ କୁଆଡ଼େ ପଳାଇଯାଇ ନାହିଁ। ମୁଁ ଖୁବ୍‌ଶୀଘ୍ର ଦୁନିଆ ଆଗରେ ହାଜର ହେବି। ମୁଁ ସରକାରଙ୍କୁ ଡରେ ନାହିଁ। ଆପଣ ଯାହା ଇଚ୍ଛା କରନ୍ତୁ।

ଅମୃତପାଲ ପୁଣି କହିଛି, ମୋତେ କିଏ ବାଡ଼େଇବ, ତାକୁ ମୁଁ ଡରିନି। ସେ ତାଙ୍କ ପରିବାର ଲୋକଙ୍କୁ ଦୃଢ଼ ରହିବା ପାଇଁ ପରାମର୍ଶ ଦେଇ ଛି ଯେ ସେ ଯେଉଁ ପଥ ଧରିଛି, ତାହା କଣ୍ଟକମୟ। ସେ ମଧ୍ୟ ଅକଲ ତଖତର ଜାଠେଦାର (ମୁଖ୍ୟ)ଙ୍କୁ ସମ୍ପ୍ରଦାୟର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ପାଇଁ ସରବତ ଖାଲସା (ଶିଖ୍ ସମ୍ମିଳନୀ) ଡାକିବାକୁ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe