ପଞ୍ଜାବରୁ ଦିଲ୍ଲୀ: ପୁଲିସକୁ ଫାଙ୍କିବା ପାଇଁ ମହିଳା ସହଯୋଗୀଙ୍କ ସାହାଯ୍ୟ ନେଇଥିଲା ଅମୃତପାଲ

Advertisment
ନିର୍ବାଚନ ଲଢିବେ ଖଲିସ୍ତାନୀ ନେତା ଅମୃତପାଲ ସିଂ  

BBC

ନୂଆଦିଲ୍ଲୀ : ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ଅମୃତପାଲ ସିଂହକୁ ଧରିବା ପାଇଁ ପୁଲିସ ୧୧ ଦିନ ହେଲା ତନାଘନା ଚଳାଇଥିବା‌ ବେଳେ ସେ ପୁଲିସର ଛଞ୍ଚାଣ ଆଖିକୁ ଫାଙ୍କିଦେଇ ଖସିଯିବାରେ ସଫଳ ହୋଇଯାଉଛି। ମଙ୍ଗଳବାର ସେ ଏକ କାରରେ ବସି ପଞ୍ଜାବର ହୋସିଆରପୁରରେ ପୁଲିସ ଚେକ୍‌ପୋଷ୍ଟ ଦେଇ ଖସି ପଳାଇଥିଲା।

ପୁଲିସ ହାତରୁ ଜଳନ୍ଧରରୁ ଖସିଯିବା ପରେ ଅମୃତପାଲ ସିଂହ ଓ ତା’ର ସହଯୋଗୀ ପାପଲପ୍ରୀତ ସିଂହ ଏକ ମହିଳା ନେଟ୍‌ୱର୍କର ସାହାଯ୍ୟ ନେଇ ଆସୁଛନ୍ତି। ପଟିଆଲାରୁ ଦିଲ୍ଲୀ ଯାଏ ଏହି ଖଲିସ୍ତାନୀ ନେତା ଓ ତା’ର ସାଥୀମାନେ ପୁଲିସ ହାତରୁ ଖସିବା ପାଇଁ ଏହି ମହିଳା ନେଟ୍‌ୱାର୍କର ବ୍ୟବହାର କରି ଆସୁଛନ୍ତି। ଉକ୍ତ ମହିଳାମାନେ ହେଉଛନ୍ତି ପାପଲପ୍ରୀତର ସାଙ୍ଗ।

ପ୍ରଥମେ ସେମାନେ ପଟିଆଲାରେ ଏହି ଗୋଷ୍ଠୀର ମହିଳାଙ୍କ ସାହାରା ନେଲେ। ତା’ପରେ ଦୁହେଁ ହରିୟାଣାରେ ଜଣେ ମହିଳାଙ୍କ ଘରେ ଆଶ୍ରୟ ନେଲେ। ନିଜ ଘନିଷ୍ଠ ସହଯୋଗୀମାନଙ୍କ ସହ କଥା ହୋଇ ପଳାୟନର ରଣନୀତି ପ୍ରସ୍ତୁତ କରିବା ଲାଗି ସେମାନେ ଉକ୍ତ ମହିଳା ଓ ତାଙ୍କ ଭାଇଙ୍କ ଫୋନ ବ୍ୟବହାର କଲେ। ଏହି ମହିଳା ହେଉଛନ୍ତି ପାପଲପ୍ରୀତଙ୍କ ଘନିଷ୍ଠ ବନ୍ଧୁ।

ତା’ପରେ ପାପଲପ୍ରୀତ ଦିଲ୍ଲୀରେ ଥିବା ତାଙ୍କ ମହିଳା ସାଙ୍ଗଙ୍କୁ ତାଙ୍କୁ ଆଶ୍ରୟ ଦେବା ପାଇଁ ନିବେଦନ କଲା। ମାର୍ଚ୍ଚ ୨୧ ତାରିଖରେ ଦୁହେଁ ପୂର୍ବ ଦିଲ୍ଲୀରେ ଜଣେ ମହିଳାଙ୍କ ଘରେ ଆଶ୍ରୟ ନେଲେ। ଏହି ମହିଳା କୃଷକ ଆନ୍ଦୋଳନ ସମୟରେ ପାପଲପ୍ରୀତକୁ ପ୍ରଥମେ ଭେଟିଥିଲା। ସେ ଜାଣି ନ ଥିଲା ଯେ ତା’ ସାଙ୍ଗରେ ଥିବା ଲୋକଟି ହେଉଛି ଅମୃତପାଲ। ତାଙ୍କ ଘରେ ଗୋଟିଏ ରାତି ବିତାଇବା ପରେ ଦୁହେଁ ପଳାଇଲେ।

ମାର୍ଚ୍ଚ ୨୧ର ସିସିଟିଭି ଫୁଟେଜରୁ ଜଣାପଡ଼ିଲା ଯେ ଅମୃତପାଲ ପୂର୍ବ ଦିଲ୍ଲୀର ମଧୁବିହାର ଅଞ୍ଚଳରେ ଚାଲିଚାଲି ଯାଉଛି। ତା’ ମୁଣ୍ଡରେ ପଗଡ଼ି ନ ଥିଲା। ତା’ ପଛେ ପଛେ ଚାଲୁଥିଲା ତା’ର ଘନିଷ୍ଠ ସହଯୋଗୀ ପାପଲପ୍ରୀତ ସିଂହ।

ବର୍ତ୍ତମାନ ପାପଲପ୍ରୀତର ୧୦ରୁ ଅଧିକ ମହିଳା ବନ୍ଧୁ ପୁଲିସର ରାଡାରରେ ରହିଛନ୍ତି। ସେମାନଙ୍କ ଫୋନ୍ ଓ ‌ସୋସିଆଲ ମିଡ଼ିଆ ଆକାଉଣ୍ଟ ଉପରେ ମଧ୍ୟ ନଜର ରଖାଯାଇଛି। ତେବେ ହରିୟାଣାରେ ବଲଜିତ କୌର ଗିରଫ ହେବା ପରେ ଅମୃତପାଲ ଓ ପାପଲପ୍ରୀତ ସତର୍କ ହୋଇଯାଇଛନ୍ତି। ସେମାନେ ନିଜ ଫୋନ୍ ବ୍ୟବହାର ନ କରି ଯାହାଙ୍କ ଘରେ ରହୁଛନ୍ତି ତାଙ୍କ ଫୋନ୍ ବ୍ୟବହାର କରୁଛନ୍ତି। ବାରମ୍ବାର ଗାଡ଼ି ଓ ବେଶ ବଦଳାଇ ଏବଂ ମହିଳାଙ୍କ ସାହାଯ୍ୟ ନେଇ ଦୁହେଁ ପୁଲିସକୁ ଚକମା ଦେଇ ଚାଲିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe