ଫେସବୁକରେ ପ୍ରେମ, କରତାରପୁରରେ ହେଲା ଭେଟ ! କିନ୍ତୁ ମଝିରେ ବାଧକ ସାଜିଲେ ପାକିସ୍ତାନୀ ରେଞ୍ଜର, ତା’ ପରେ....

Advertisment
ଫେସବୁକରେ ପ୍ରେମ, କରତାରପୁରରେ ହେଲା ଭେଟ ! କିନ୍ତୁ ମଝିରେ ବାଧକ ସାଜିଲେ ପାକିସ୍ତାନୀ ରେଞ୍ଜର, ତା’ ପରେ....

indiatimes.com

ଲକ୍ଷ୍ନୌ: ଫେସବୁକରେ ହେଲା ପ୍ରେମ। ସଂପର୍କକୁ ଆଗକୁ ବଢ଼ାଇବା ପାଇଁ ଅମ୍ରିତସରରୁ କରତାରପୁର କରିଡର ଦେଇ ପାକିସ୍ତାନରେ ପହଞ୍ଚିଲେ ଯୁବକ। ସେଠାରେ ପ୍ରେମିକା ସହ ଭେଟ ମଧ୍ୟ ହେଲା। କିନ୍ତୁ ସ୍ଥାନୀୟ ମହିଳାଙ୍କ ସହ ଯୁବକଙ୍କୁ ପାକିସ୍ତାନୀ ରେଞ୍ଜର ବୁଲୁଥିବାର ଦେଖିବା ପରେ ତୁରନ୍ତ ତାଙ୍କୁ ଭାରତ ପଠାଇ ଦିଆଗଲା। ପ୍ରେମିକାକୁ ଭଲ ଭାବରେ ଦେଖିବ‌ା ପୂର୍ବରୁ ଏବେ ତାଙ୍କୁ ଭାରତ ଫେରିବାକୁ ପଡ଼ିଛି।

Kartarpur Corridor, Kartarpur Corridor Pakistan, Kartarpur Corridor Pilgrimage, Kartarpur Corridor Fees, Kartarpur Corridor Visit indiatimes.com

ଅମ୍ରିତସରର ବାସିନ୍ଦା ଜତିନ୍ଦର ସିଂହ ଫେସବୁକ୍ ଜରିଆରେ ସେ ଲାହୋରର ପଞ୍ଜାବ ବିଶ୍ବବିଦ୍ୟାଳୟରେ ପଢ଼ୁଥିବା ଯୁବତୀଙ୍କୁ ଭଲ ପାଇ ବସିଥିଲେ। ଦୁଇ ମାସ କଥା ହେବା ପରେ ଦୁହେଁ ଦେଖା ହେବାର ଯୋଜନା ବନାଇଥିଲେ। ଯୋଜନା ମୁତାବକ ଜତିନ୍ଦର କାରତାରପୁର କରିଡର ଦେଇ ପାକିସ୍ତାନରେ ଥିବା ଦରବାର ସାହିବ୍ ଗୁରୁଦ୍ବାରାରେ ପହଞ୍ଚିଥିଲେ। ଦୁହିଁଙ୍କୁ ସାଥୀରେ ବୁଲୁଥିବାର ଦେଖି ପାକିସ୍ତାନୀ ରେଞ୍ଜର ସେମାନଙ୍କୁ ଅଟକ ରଖି ପଚରାଉଚରା କରିଥିଲେ। ଯୁବକ-ଯୁବତୀ ପରସ୍ପରକୁ ଭଲ ପାଉଛନ୍ତି ଓ ବିବାହ କରିବାକୁ ଚାହାନ୍ତି ବୋଲି ରେଞ୍ଜରଙ୍କୁ ଜଣାଇଥିଲେ। ସବୁ ଜାଣିବା ପରେ ଜତିନ୍ଦରଙ୍କୁ ତୁରନ୍ତ ଭାରତ ପଠାଇ ଦିଆଯାଇଥିଲା। ଭାରତ ଫେରିବା ପରେ ତାଙ୍କ ସହ ପାକିସ୍ତାନୀ ଅଧିକାରୀ କୌଣସି ଅସଦାଚରଣ କରି ନ ଥିବା ସ୍ପଷ୍ଟ କରିବା ସହ ସେ ଖୁବ୍ ଶୀଘ୍ର ନିଜ ପ୍ରେମିକାକୁ ବିବାହ କରିବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe