ଅମ୍ରିତସର ଭୟଙ୍କର ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ମିଳିବ ଚାକିରି

Advertisment
ଅମ୍ରିତସର ଭୟଙ୍କର ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ମିଳିବ ଚାକିରି

ଚଣ୍ଡିଗଡ: ପଞ୍ଜାବର ଅମ୍ରିତସର ନିକଟରେ ଗତ ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ଟ୍ରେନ୍‌ ଦୁର୍ଘଟଣାରେ ୬୦ରୁ ଊର୍ଧ୍ୱ ଲୋକଙ୍କ ଜୀବନ ଆଖି ପିଛୁଳାକେ ଚାଲି ଯାଇଥିଲା। ଏହି ଘଟଣା ପ୍ରଘଟ ହେବା ପରେ ଚାରିଆଡେ ଆଲୋଡନ୍‌ ସୃଷ୍ଟି ହୋଇ ଯାଇଥିଲା। ଏହି ଭୟଙ୍କର ଟେନ୍‌ ଦୁର୍ଘଟଣାରେ ୬୦ରୁ ଊର୍ଧ୍ୱ ଜଣ ପ୍ରାଣ ହରାଇଥିବା ବେଳେ ୧୦୦ଜଣ ଲୋକ ଆହତ ହୋଇଥିଲେ। ଅମ୍ରିତସରର ଏହି ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରରୁ ଜଣଙ୍କୁ ଚାକିରି ମିଳିବ ବୋଲି ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଘୋଷଣା କରିଛନ୍ତି। ମହାନଗର ନିଗମ ମୃତକଙ୍କ ପରିବାରରୁ ଜଣଙ୍କୁ ଚାକିରି ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି।

ଅନ୍ୟପକ୍ଷରେ, ୫୧ ଜଣ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ କରାଯାଇ ଏହି ରେଳ ଦୁର୍ଘଟଣାର ନିରପେକ୍ଷ ତଦନ୍ତ କରାଯାଉଛି ବୋଲି ବିଭାଗୀୟ କମିଶନର ସୂଚନା ଦେଇଛନ୍ତି। ଏହି ମାମଲାରେ ଦଶହରା ଆୟୋଜକ ଓ ରେଳ ଅଧିକାରୀଙ୍କୁ ସମନ ଜାରି ମଧ୍ୟ କରାଯାଇଛି। ସେହିପରି ଅମ୍ରିତସର ଜିଲ୍ଲାପାଳ ଓ ଡିଏସପିଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଇଛି। ଆଗାମୀ ଦିନରେ ଅଧିକରୁ ଅଧିକ ଅଧିକାରୀଙ୍କୁ ତଦନ୍ତରେ ସାମିଲ କରାଯିବା ନେଇ ଅଧିକାରୀ କହିଛନ୍ତି।

publive-image

ଉଲ୍ଳେଖଯୋଗ୍ୟ, ଗତ ଶୁକ୍ରବାର ନିମିଷେକ ମଧ୍ୟରେ ସହରବାସୀଙ୍କ ଦଶହରା ମଉଜ କାନ୍ଦବୋବାଳିରେ ପରିଣତ ହୋଇଯାଇଥିଲା। ଅମୃତସରର ଜୋଡ଼ା ବଜାରରେ ରାବଣପୋଡ଼ି ଉତ୍ସବକୁ ଲୋକେ ବହୁ ଆନନ୍ଦରେ ଉପଭୋଗ କରୁଥିବା ବେଳେ ସେମାନଙ୍କ ଉପରେ ଟ୍ରେନ୍‌ ମାଡ଼ିଯାଇଥିଲା, ଫଳରେ କିଛି ସେକେଣ୍ଡ ମଧ୍ୟରେ ସବୁ ଛାରଖାର୍‌ ହୋଇଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe